Expensive School: ଏହା ହେଉଛି ଦୁନିଆର ସବୁଠାରୁ ମହଙ୍ଗା ବିଦ୍ୟାଳୟ, ଯାହାର ବାର୍ଷିକ ଶୁଳ୍କ ଜାଣି ଆପଣ ହୋଇଯିବେ ଆଶ୍ଚର୍ଯ୍ୟ
Advertisement
Article Detail0/zeeodisha/odisha1606593

Expensive School: ଏହା ହେଉଛି ଦୁନିଆର ସବୁଠାରୁ ମହଙ୍ଗା ବିଦ୍ୟାଳୟ, ଯାହାର ବାର୍ଷିକ ଶୁଳ୍କ ଜାଣି ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

Most Expensive Schools in the World: ଏହି ବିଦ୍ୟାଳୟର ନାମ ହେଉଛି କଲେଜ ଆଲପିନ୍ ଇଣ୍ଟରନ୍ୟାସନାଲ୍ ବିଉ ସୋଲେଲ୍ (College Alpin International Beau Soleil), ଯାହା ସ୍ୱିଜରଲ୍ୟାଣ୍ଡର ସ୍ୱିସ୍ ଆଲପ୍ସରେ ଅବସ୍ଥିତ । ତେବେ ଆସନ୍ତୁ ଜାଣିବା କଣ ରହିଛି ଏଥିରେ ଖାସ୍...

ସୌ: ସୋସିଆଲ ମିଡିଆ

World’s Most Expensive Schools: ସମୟ ବଦଳିବା ସବୁକିଛିର ଦର ମଧ୍ୟ ଆକାଶଛୁଆଁ ହେଉଛି । ଏହା ଖାଦ୍ୟ ଓ ପାନୀୟ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ଓ ଶିକ୍ଷା ପର୍ଯ୍ୟନ୍ତ ସବୁକିଛି ଉପରେ ପ୍ରଭାବ ପକାଉଛି । ଦୁନିଆରେ ଏପରି ଅନେକ ବିଦ୍ୟାଳୟ ଅଛି ଯାହାର ଫି ଏତେ ମହଙ୍ଗା ଯେ ସାଧାରଣ ଲୋକ ନିଜ ସ୍ୱପ୍ନରେ ମଧ୍ୟ ଭାବି ପାରିବେ ନାହିଁ । ଆଜି ଆମେ ଆପଣଙ୍କୁ ଏପରି ଏକ ବିଦ୍ୟାଳୟ ବିଷୟରେ କହିବାକୁ ଯାଉଛୁ । ଯାହା ସମଗ୍ର ଦୁନିଆର ସବୁଠାରୁ ମହଙ୍ଗା ଫି ବିଦ୍ୟାଳୟ ପାଇଁ ଜଣାଶୁଣା ।

ଏହି ବିଦ୍ୟାଳୟର ନାମ ହେଉଛି କଲେଜ ଆଲପିନ ଇଣ୍ଟରନ୍ୟାସନାଲ ବିଉ ସୋଲିଲ (College Alpin International Beau Soleil) ଅଟେ, ଯାହା ସ୍ୱିଜରଲ୍ୟାଣ୍ଡର ସ୍ୱିସ ଆଲପ୍ସରେ ଅବସ୍ଥିତ । ଏହା ବିଉ ସୋଲିଲ୍ (Beau Soleil) ନାମରେ ମଧ୍ୟ ଜଣାଶୁଣା । ଏହି ବିଦ୍ୟାଳୟ ୧୯୧୦ ମସିହାରେ ମ୍ୟାଡାମ୍ ବ୍ଲୁଟ୍ ଫେରିଅର୍ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । ଏହି ବୋର୍ଡିଂ ସ୍କୁଲରେ, ବିଶ୍ୱର ୫୦ ରୁ ଅଧିକ ଦେଶରୁ ୧୧ ରୁ ୧୮ ବର୍ଷ ବୟସର ପିଲାମାନେ ଅଧ୍ୟୟନ କରିବାକୁ ଆସନ୍ତି ।

ଦେଲି ଟେଲିଗ୍ରାଫ୍ ବିଉ ସୋଲେଲ୍କୁ (Beau Soleil) ଦୁନିଆର ସବୁଠୁ ଦାମୀ ବିଦ୍ୟାଳୟ ତାଲିକାରେ ଶୀର୍ଷରେ ରଖିଛି । ଏହି ବିଦ୍ୟାଳୟର ବାର୍ଷିକ ଶୁଳ୍କ ପ୍ରାୟ ୧୫୦,୦୦୦ ଅର୍ଥାତ୍ ୧.୩୩ କୋଟି ଟଙ୍କା । ଏହି ବିଦ୍ୟାଳୟରେ ସମୁଦାୟ ୨୮୦ ପିଲା ଅଧ୍ୟୟନ କରନ୍ତି । ବିଶେଷ କଥା ହେଉଛି ଏଠାରେ ଛାତ୍ର ଓ ଶିକ୍ଷକଙ୍କ ଅନୁପାତ ୪:୧ ଅଟେ । ବିଦ୍ୟାଳୟର ଏକାଡେମିକ୍ ପାଠ୍ୟକ୍ରମ ଦ୍ୱିଭାଷୀ ଅଟେ । ଏଠାରେ କେବଳ ଫରାସୀ ଓ ଇଂରାଜୀ ଶିକ୍ଷା ଦିଆଯାଏ ।

fallback

ସ୍ୱିଜରଲ୍ୟାଣ୍ଡର ଦୁଇଟି କ୍ୟାମ୍ପସ ସହିତ ଏହା ଏକମାତ୍ର ବୋର୍ଡିଂ ସ୍କୁଲ । ଏହି ବିଦ୍ୟାଳୟର ଇନଡୋର-ଆଉଟଡୋର ​​ଅଧ୍ୟୟନ ଯୋଜନା ବହୁତ ପ୍ରସିଦ୍ଧ । ଏହା ବ୍ୟତୀତ ପ୍ରାୟ ୪ ବିଲିୟନ ବ୍ୟୟରେ ନିର୍ମିତ ଏକ ଟେନିସ୍ କୋର୍ଟ, ଶୁଟିଂ ରେଞ୍ଜ୍, ଅଶ୍ୱାରୋହୀ କେନ୍ଦ୍ର ଓ ଏକ ଚମତ୍କାର କନ୍ସର୍ଟ ହଲ୍ ମଧ୍ୟ ଏଠାରେ ଅଛି । ସମଗ୍ର ବିଶ୍ୱରେ ଶିକ୍ଷାଗତ ଯାତ୍ରା, ଶୀତକାଳୀନ ସ୍କି ପ୍ରୋଗ୍ରାମ, ଚାକିରିର ସୁଯୋଗ, ବିଳାସପୂର୍ଣ୍ଣ ଇତ୍ୟାଦି ଏହି ବିଦ୍ୟାଳୟର ବିଶେଷତ୍ୱ ​​ରହିଛି ।

ଏହା ବି ପଢ଼ନ୍ତୁ: Vote From Home: ଘରେ ବସି ଭୋଟ୍ ଦେଇପାରିବେ ଏହି ରାଜ୍ୟର ନାଗରିକ; ନିର୍ବାଚନ ଆୟୋଗ ଘୋଷଣା କଲା 'ଭୋଟ୍ ଫର୍ମ ହୋମ୍' ସୁବିଧା

ଏହା ବି ପଢ଼ନ୍ତୁ: Alcohol Consumption: ଭାରତର ଲୋକମାନେ ସର୍ବାଧିକ ପିଅନ୍ତି ଏହି ମଦ, ପ୍ରତିବର୍ଷ ଖାଲି କରି ଦିଅନ୍ତି କୋଟି କୋଟି ବୋତଲ

ଏହା ବି ପଢ଼ନ୍ତୁ: NASA ଦେଲା ଚେତାବନୀ, ତିନି ଦିନ ମଧ୍ୟରେ ପୃଥିବୀରେ ପଡିବ ଏକ ବଡ଼ ଆଷ୍ଟ୍ରୋଏଡ! ଜାଣନ୍ତୁ ଏହା ବିଷୟରେ