Railway Job: ଚାକିରି ଖୋଜୁଥିବା ସମସ୍ତ ଆଶାୟୀ ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର। ଭାରତୀୟ ରେଳ ବିଭାଗ ତରଫରୁ ବାହାରିଛି ବମ୍ପର ନିଯୁକ୍ତି ସୁଯୋ। ଏନେଇ ରେଳ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରାର୍ଥୀଙ୍କୁ ଆସିଷ୍ଟାଣ୍ଟ ଲୋକୋ ପାଇଲଟ(Loco Pilot) ପଦରେ ନିଯୁକ୍ତି ଦିଆଯିବା ନେଇ ବିଜ୍ଞପ୍ତିରେ ପ୍ରକାଶ ପାଇଛି।


COMMERCIAL BREAK
SCROLL TO CONTINUE READING

 ଦେଶର ବିଭିନ୍ନ ରେଲୱେ ଭର୍ତ୍ତି ବୋର୍ଡ (RRB) ମାନଙ୍କରେ ଯୋଗ୍ୟ ପ୍ରାର୍ଥୀଙ୍କୁ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା ଅନୁସାରେ ନିଯୁକ୍ତି ପ୍ରଦାନ କରାଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ।ତେବେ ୫ ହଜାରରୁ ଅଧିକ ପଦବୀ ଖାଲି ପଡ଼ିଥିବା ନେଇ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି।


ଆବେଦନ ତାରିଖ:


-ଜାନୁଆରୀ ୨୦ ତାରିଖ ଅର୍ଥାତ ଆଜିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଛି।


-ଏହି ଆବେଦନର ଶେଷ ତାରିଖ ହେଉଛି ଫେବୃଆରୀ ୧୯ ତାରିଖ।


ବୟସ ସାମା:


-ଆବେଦନ ପାଇଁ ପ୍ରାର୍ଥୀଙ୍କ ବୟସ ଅତି କମରେ ୨୧ ବର୍ଷ ହୋଇଥିବା ଆବଶ୍ୟକ।


-ସର୍ବାଧିକ ବୟସ ସୀମା ୩୦ ବର୍ଷ ଧାର୍ଯ୍ୟ କରାଯାଇଛି।


ପ୍ରାର୍ଥୀଙ୍କୁ କେବଳ ଅନଲାଇନ୍ ଜରିଆରେ ଆବେଦନ କରିବାକୁ ପଡ଼ିବ । ଅନୁସୂଚିତ ଜାତି (SC), ଅନୁସୂଚିତ ଜନଜାତି (ST), ଏକ୍ସ-ସର୍ଭିସମେନ, ମହିଳା, ତୃତୀୟଲିଙ୍ଗୀ, ସଂଖ୍ୟାଲଘୁ ଓ ଆର୍ଥିକ ପଛୁଆ ଶ୍ରେଣୀ (OBC) ପ୍ରାର୍ଥୀଙ୍କ କ୍ଷେତ୍ରରେ ଆବେଦନ ଫିସ୍ ୨୫୦ ଟଙ୍କା ରହିଥିବା ବେଳେ ଅନ୍ୟ ସମସ୍ତ ପ୍ରାର୍ଥୀଙ୍କ ପାଇଁ ୫୦୦ ଟଙ୍କା ରହିଛି । କମ୍ପ୍ୟୁଟର ବେସଡ୍ ଟେଷ୍ଟ (CBT) ମାଧ୍ୟମରେ ଏହି ପରୀକ୍ଷା କରାଯିବ । ପ୍ରାର୍ଥୀମାନେ କେବଳ ଗୋଟିଏ ଆରଆରବିରେ ଆବେଦନ କରିପାରିବେ ଓ ଗୋଟିଏ ଅନଲାଇନ୍ ଆପ୍ଲିକେସନ ସବମିଟ୍ କରିପାରିବେ ।