CCL Recruitment 2023: ଚାକିରି ଖୋଜୁଥିବା ଆଶାୟୀଙ୍କ ପାଇଁ ଖୁସି ଖବର। ବାହାରିଛି ବମ୍ପର ନିଯୁକ୍ତି। ସେଣ୍ଟ୍ରାଲ କୋଲ୍ଡଫିଲ୍ଡିସ ଲିମିଟେଡ (Central Coalfields Limited (CCL)ରେ ବାହାରିଛି ନିଯୁକ୍ତି ସୁଯୋଗ ( Recruitment) । ଏବଂ ଦରମା ବି ମୋଟା ଅଙ୍କର ରହିଛି । ତେବେ, ଆଶାୟୀ ପ୍ରାର୍ଥୀମାନେ ଆଜି ହିଁ ଆବେଦନ କରନ୍ତୁ । ଆଶାୟୀ ପ୍ରାର୍ଥୀ ସେଣ୍ଟ୍ରାଲ କୋଲ୍ଡଫିଲ୍ଡିସ ଲିମିଟେଡର ଅଫିସିଆଲ୍ ଓ୍ବେବସାଇଟ୍ କୁ centralcoalfields.in ଯାଇ ଆବେଦନ କରିପାରିବେ । ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଏବେଠୁ ଆରମ୍ଭ ହୋଇଛି। 


COMMERCIAL BREAK
SCROLL TO CONTINUE READING

Also Read: Bali Yatra 2023: ଜମୁଛି ବାଲିଯାତ୍ରା, ଲୋକଙ୍କ ଗହଳି ଦେଖି...


ମୋଟ୍ ପଦବୀ ସଂଖ୍ୟା : ୧୦୯


ପଦବୀ : ଜୁନିୟର ଡାଟା ଏଣ୍ଟ୍ରି ଅପରେଟର ଟ୍ରେନି (Junior Data Entry Operator ,Trainee) 


ଆବେଦନର ଶେଷ ତାରିଖ କେବେ :  ଆବେଦନର ଶେଷ ତାରିଖ ଡିସେମ୍ବର ୨୩ ରହିଛି। ଇଚ୍ଛୁକ ପ୍ରାର୍ଥୀମାନେ ଶେଷ ତାରିଖ ପୂର୍ବରୁ ଆବେଦନ କରିପାରିବେ। 


ଶିକ୍ଷାଗତ ଯୋଗ୍ୟତା : ଆଶାୟୀମାନେ  ୧୦ମ ପାସ୍‌ କରିଥିବା ଆବଶ୍ୟକ।


ବୟସ ସୀମା :  ଆଶାୟୀଙ୍କ ବୟସ ସୀମା ୧୮ରୁ ୩୦ ମଧ୍ୟରେ ହୋଇଥିବା ଆବଶ୍ୟକ।


ଦରମା:  ମାସକୁ ଆଶାୟୀଙ୍କୁ ୩୧,୮୫୩ ରୁ ୪୫,୦୦୦ ପର୍ଯ୍ୟନ୍ତ ମିଳିବ ଦରମା ।


ଚୟନ ପ୍ରକ୍ରିୟା : ଯଦି କୌଣସି ପ୍ରାର୍ଥୀ ଏହି ପଦବୀରେ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି । ତେବେ, ସେମାନଙ୍କୁ ଲିଖିତ ପରୀକ୍ଷା ସହ ଟାଇପିଂ ଟେଷ୍ଟ ମଧ୍ୟ କରାଯିବ। ଏହାସହ  ମେରିଟ ଲିଷ୍ଟ ଓ ଡକ୍ୟୁମେଣ୍ଟ ଭେରିଫିକେସନ ଆଧାରରେ ହେବ ଚୟନ ପ୍ରକ୍ରିୟା କରାଯିବ । ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।