Bali Yatra 2023: ଜମୁଛି ବାଲିଯାତ୍ରା, ଲୋକଙ୍କ ଗହଳି ଦେଖି...
Advertisement
Article Detail0/zeeodisha/odisha1993382

Bali Yatra 2023: ଜମୁଛି ବାଲିଯାତ୍ରା, ଲୋକଙ୍କ ଗହଳି ଦେଖି...

Bali Yatra 2023: ଆଜି ଶେଷ ହୋଇପାରେ କଟକ ଐତିହାସିକ ବାଲି ଯାତ୍ରା (Bali Yatra 2023) । ନଭେମ୍ବର ୨୭ ଅର୍ଥାତ୍ କାର୍ତ୍ତିକ ପୂର୍ଣ୍ଣିମା ଦିନ ଠାରୁ ଆରମ୍ଭ ହୋଇଥିବା ବାଲିଯାତ୍ରାର ଆଜି ଅନ୍ତିମ ଦିବସ।  ଆଠ ଦିନିଆ ମହାମେଳାର ଆଜି ଶେଷଦିନ ହୋଇଥିବାରୁ ଅସମ୍ଭାଳ ଭିଡ଼ ହେବ ବୋଲି ଆଶା କରାଯାଇଛି।  ବାଲିଯାତ୍ରା ଆରମ୍ଭ ହେବା ଦିନ ଠାରୁ ପ୍ରତ୍ୟକ ଦିନ ଅସମ୍ଭାଳ ଦେଖିବାକୁ ମିଳୁଛି। 

Bali Yatra 2023: ଜମୁଛି ବାଲିଯାତ୍ରା, ଲୋକଙ୍କ ଗହଳି ଦେଖି...

Bali Yatra 2023: କଟକବାସୀଙ୍କ ପାଇଁ ଖୁସି ଖବର। ଗୋଟିଏ ଦିନ ବଢିଲା କଟକ ବାଲିଯାତ୍ରା (Bali Yatra 2023) । ମୁଖ୍ୟମନ୍ତ୍ରୀ   ନବୀନ  ପଟ୍ଟନାୟକ ଆଜି ଜନ ସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି  ଐତିହାସିକ ବାଲିଯାତ୍ରାକୁ ଗୋଟିଏ ଦିନ ପାଇଁ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏସମ୍ପର୍କରେ  ଆବଶ୍ୟକ  ପଦକ୍ଷେପ  ନେବା  ପାଇଁ  ମୁଖ୍ୟମନ୍ତ୍ରୀ  ଜିଲ୍ଲା  ପ୍ରଶାସନ କୁ ନିର୍ଦ୍ଦେଶ  ଦେଇଛନ୍ତି। ବାଲିଯାତ୍ରାରେ ଲୋକଙ୍କ ଭିଡ଼ ଓ ଉତ୍ସାହ ଦେଖି ବାଲିଯାତ୍ରାର ଅବଧିକୁ ଆଉ ଦୁଇଦିନ ବଢାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ (Chief Minister Naveen Patnaik) କଟକ ମେୟର ସୁବାସ ସିଂ ଅନୁରୋଧ କରିଥିଲେ ।  ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ନଭେମ୍ବର ୨୭ ଅର୍ଥାତ୍ କାର୍ତ୍ତିକ ପୂର୍ଣ୍ଣିମା ଦିନ ଠାରୁ ଆରମ୍ଭ ହୋଇଥିବା ବାଲିଯାତ୍ରାର ଆଜି ଅନ୍ତିମ ଦିବସ ଥିଲା। ମାତ୍ର ମୁଖ୍ୟମନ୍ତ୍ରୀ ଲୋକଙ୍କ ଆଗ୍ରହକୁ ଦେଖି ବାଲିଯାତ୍ରାର ଅବଧିକୁ ବୃଦ୍ଧି କରିଛନ୍ତି । ଅର୍ଥାତ୍ ବାଲିଯାତ୍ରା ଆସନ୍ତାକାଲି ଶେଷ ହେବ।

Also Read : Puri News: ଆଜି ଏତିକି ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ

ବାଲିଯାତ୍ରା ଆରମ୍ଭ ହେବା ଦିନ ଠାରୁ ପ୍ରତ୍ୟକ ଦିନ ଅସମ୍ଭାଳ ଦେଖିବାକୁ ମିଳୁଛି। ଚଟପଟା ଖାଇବା ସାଙ୍ଗକୁ ବିଭିନ୍ନ ଦୋଳିର ମଜା ନେଉଛନ୍ତି କଟକବାସୀ। ସଂଜ ନଇଁଲେ ବାଲିଯାତ୍ରା ପଡିଆ (Bali Yatra 2023) ଲୋକାରଣ୍ୟ ହୋଇ ପଡୁଛି। ଗତକାଲି ବାଲିଯାତ୍ରାର ସପ୍ତମ ଦିନ ଥିଲା। ସପ୍ତମ ସଂନ୍ଧ୍ୟାରେ ବଲିଉଡ କଣ୍ଠଶିଳ୍ପୀ ଅନୁ ମଲ୍ଲିକଙ୍କ ଗୀତରେ ଝୁମିଥିଲେ ଦର୍ଶକ। ଆଉ ଗତକାଲି ରବିବାର ଥିବାରୁ ଅଧିକ ଭିଡ଼ ମଧ୍ୟ ହୋଇଥିଲା। ଗଣକବି ବୌଷ୍ଣବ ପାଣିଙ୍କ ମଞ୍ଚ ଉପରେ ବଲିଉଡର ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ଅନୁମଲ୍ଲିକ ଙ୍କ ସୋ ବାଲିଯାତ୍ରା ମାହୋଲକୁ ଆହୁରି ରଙ୍ଗୀନ୍ କରିଦେଇଥିଲା। ଚଳିତ ଥର ବାଲିଯାତ୍ରାର ମୁଖ୍ୟ ଆକର୍ଷଣ ସାଜିଛି ଟନେଲ୍‌ ଆକ୍ୱାରିୟମ୍।  କେରଳରୁ ଆସିଥିବା ଏହି ୫ ହଜାର ବର୍ଗଫୁଟର ଆକ୍ବାରିୟମରେ ୫ ହଜାରରୁ ଅଧିକ ଶ୍ରେଣୀର ମାଛ ରହିଛନ୍ତି ।  ଏହାକୁ ଦେଖିବା ପାଉଁ ଦର୍ଶକଙ୍କ ପ୍ରବଳ ଭିଡ଼ ଏଠାରେ ଜମୁଛି।

ବାଲିଯାତ୍ରାକୁ ଆସୁଥିବା ଦର୍ଶକଙ୍କ ପାଇଁ ୧୬ଟି ଗାଡି଼ ପାର୍କିଂର ବ୍ୟବସ୍ଥା ହୋଇଥିବା ବେଳେ ପାର୍କିଂରୁ ଯାତ୍ରୀମାନଙ୍କୁ ବାଲିଯାତ୍ରା ପଡ଼ିଆ ଯାଏଁ ଆଣିବାକୁ ୩୦ଟି ବସର ବ୍ୟବସ୍ଥା କରାଯାଇଛି । ତେବେ ଏହି ବସ୍ ପାଇଁ ଜନସାଧାରଣଙ୍କୁ କୌଣସି ଶୁକ୍ଲ ଦେବାକୁ ପଡ଼ିବ ନାହିଁ । ଦିବ୍ୟାଙ୍ଗ ଓ ବୟସ୍କ ପାଇଁ ମାଗଣାରେ ଇ-ରିକ୍ସାର ବ୍ୟବସ୍ଥା କରାଯାଇଛି । ବାଲିଯାତ୍ରା ତଳ ପଡ଼ିଆକୁ ପ୍ରବେଶ ଓ ପ୍ରସ୍ଥାନ ନିମନ୍ତେ ୪ଟି ଗେଟ୍ ରଖାଯାଇଛି । ଏହାସହ ଯାତ୍ରୀଙ୍କ ସୁବିଧା ନିମନ୍ତେ ପାନୀୟ ଜଳ ସହ ଉଭୟ ପଡ଼ିଆରେ ୨୫୦ଟି ଶୌଚାଳୟ ଖୋଲାଯାଇଛି ।