Govt Jobs: ସରକାରୀ ଚାକିରି ଖୋଜୁଥିବା ଯୁବକବର୍ଗଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବାସ୍ତବରେ, ଏୟାରପୋର୍ଟ୍ସ ଅଥୋରିଟି ଅଫ୍ ଇଣ୍ଡିଆ (AAI) ଦଶମ-ଦ୍ୱାଦଶ ପାସ୍ କରଥିବା ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବା ପାଇଁ ବିଭିନ୍ନ ପଦବୀରେ ବିଜ୍ଞପ୍ତି ଜାରି କରିଛି, ଯେଉଁଥି ପାଇଁ ପ୍ରାର୍ଥୀମାନେ ବିମାନବନ୍ଦର ଅଥୋରିଟି ଅଫ୍ ଇଣ୍ଡିଆର ଅଫିସିଆଲ୍ ୱେବସାଇଟ୍ aai.aero ରେ ଆବେଦନ କରିପାରିବେ । ଏହି ନିଯୁକ୍ତି ଡ୍ରାଇଭ ମାଧ୍ୟମରେ ଜୁନିଅର ଏକ୍ଜିକ୍ୟୁଟିଭ୍, ଜୁନିଅର ଆସିଷ୍ଟାଣ୍ଟ ଓ ସିନିୟର ଆସିଷ୍ଟାଣ୍ଟଙ୍କ ପଦବୀ ପୂରଣ ହେବ । ଏହି ପୋଷ୍ଟଗୁଡିକୁ କେବଳ ଅନଲାଇନରେ ଆବେଦନ କରାଯାଇହେବ ।


COMMERCIAL BREAK
SCROLL TO CONTINUE READING

ପଦବୀ:
ମୋଟ ପଦବୀ ସଂଖ୍ୟା ୧୧୩୪୨


ଗୁରୁତ୍ୱପୂର୍ଣ୍ଣ ତାରିଖ :
ଆବେଦନ କରିବାର ଶେଷ ତାରିଖ: ୦୮/୦୯/୨୦୨୩


ଆବେଦନ ଶୁଳ୍କ 
ସାଧାରଣ (UR): ୧୦୦୦ ଟଙ୍କା
EWS (ଅର୍ଥନୈତିକ ଦୁର୍ବଳ ବିଭାଗ): ୧୦୦୦ ଟଙ୍କା
OBC (ଅନ୍ୟ ପଛୁଆ ଶ୍ରେଣୀ): ୧୦୦୦ ଟଙ୍କା
SC (ଅନୁସୂଚିତ ଜାତି): ନିଶୁଳ୍କ
ST (ଅନୁସୂଚିତ ଜନଜାତି): ନିଶୁଳ୍କ
ମହିଳା: ନିଶୁଳ୍କ
PH (Divyang): ନିଶୁଳ୍କ


ବୟସ ସୀମା
ସର୍ବନିମ୍ନ ବୟସ: ୧୮ ବର୍ଷ
ସର୍ବାଧିକ ବୟସ: ୪୦ ବର୍ଷ


ଶିକ୍ଷାଗତ ଯୋଗ୍ୟତା 
ଦଶମ ଦ୍ୱାଦଶରୁ ସ୍ନାତକୋତ୍ତର ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ


AAI Recruitment 2023: ଏହିପରି କରନ୍ତୁ ଆବେଦନ
ସର୍ବପ୍ରଥମେ AAI ର ଅଫିସିଆଲ୍ ୱେବସାଇଟ୍ aai.aero କୁ ଭିଜିଟ୍ କରନ୍ତୁ
ଏହା ପରେ, ବର୍ତ୍ତମାନ ଆପଣଙ୍କୁ ଅନଲାଇନ୍ ଆବେଦନ ଲିଙ୍କରେ କ୍ଲିକ୍ କରିବାକୁ ପଡିବ 
ଆପଣଙ୍କ ସାମ୍ନାରେ ଏକ ନୂଆ ପେଜ୍ ଖୋଲିବ 
ଯେଉଁଠାରେ ଆପଣଙ୍କର ଆବେଦନ ଫର୍ମ ଦେଖାଯିବ 
ବର୍ତ୍ତମାନ ଏଥିରେ ଥିବା ସମସ୍ତ ତଥ୍ୟ ସଠିକ୍ ଭାବରେ ଆପଣଙ୍କୁ ପୂରଣ କରିବାକୁ ପଡିବ 
ସୂଚନା ଭରିବା ପରେ, ଖୋଜାଯାଇଥିବା ସମସ୍ତ ଡକ୍ୟୁମେଣ୍ଟ ସ୍କାନ କରି ଅପଲୋଡ୍ କରନ୍ତୁ 
ଡକ୍ୟୁମେଣ୍ଟ୍ ଅପଲୋଡ୍ କରିବା ପରେ, ସବମିଟ୍ ବଟନ୍ କ୍ଲିକ୍ କରି ଆବେଦନ ଫର୍ମ ସେଭ୍ କରନ୍ତୁ 
ଶେଷରେ, ପୂରା ଆବେଦନ ଫର୍ମରୁ ଏକ ପ୍ରିଣ୍ଟ ବାହାର କରି ଭବିଷ୍ୟତରେ ବ୍ୟବହାର ପାଇଁ ଏହାକୁ ନିଜ ପାଖେ ରଖି ନିଅନ୍ତୁ


ଦରମା
ଯଦି ମନୋନୀତ ହୁଅନ୍ତି, ଜୁନିଅର ଏଜୁକ୍ୟୁଟିଭ୍ ପଦ ପାଇଁ ଦରମା ୪୦,୦୦୦ରୁ  ୧,୪୦,୦୦୦ ଟଙ୍କା ପର୍ଯ୍ୟନ୍ତ ମିଳିବ । ସିନିୟର ଆସିଷ୍ଟାଣ୍ଟ ପଦବୀ ପାଇଁ ଦରମା ୩୬,୦୦୦ ରୁ ୧,୧୦,୦୦୦ ଟଙ୍କା ମଧ୍ୟରେ ମିଳିବ । ସେହିଭଳି ଜୁନିଅର ଆସିଷ୍ଟାଣ୍ଟ ପଦବୀ ପାଇଁ ଦରମା ୩୧,୦୦୦ ରୁ ୯୨,୦୦୦ ଟଙ୍କା ମଧ୍ୟରେ ରହିଛି ।


ଏହା ବି ପଢ଼ନ୍ତୁ: Govt Bank Jobs: ସରକାରୀ ବ୍ୟାଙ୍କରେ ୩୦୨୯ ପଦବୀ ପାଇଁ ବାହାରିଲା ବମ୍ପର ନିଯୁକ୍ତି, ଏହି ଲିଙ୍କ୍ ମାଧ୍ୟମରେ କରନ୍ତୁ ଆବେଦନ


ଏହା ବି ପଢ଼ନ୍ତୁ: Job Alert: ଆଇଟି କ୍ଷେତ୍ରରେ ଖୋଜୁଛନ୍ତି ଚାକିରି; ଏହି ଖବର ଆପଣଙ୍କ ପାଇଁ, ଏଠାରେ ଜାଣନ୍ତୁ ଚାକିରି ଡିଟେଲ୍ସ