Job Alert: ଆଇଟି କ୍ଷେତ୍ରରେ ଖୋଜୁଛନ୍ତି ଚାକିରି; ଏହି ଖବର ଆପଣଙ୍କ ପାଇଁ, ଏଠାରେ ଜାଣନ୍ତୁ ଚାକିରି ଡିଟେଲ୍ସ
Advertisement

Job Alert: ଆଇଟି କ୍ଷେତ୍ରରେ ଖୋଜୁଛନ୍ତି ଚାକିରି; ଏହି ଖବର ଆପଣଙ୍କ ପାଇଁ, ଏଠାରେ ଜାଣନ୍ତୁ ଚାକିରି ଡିଟେଲ୍ସ

it sector india latest news: ଯଦି ଆପଣ ଆଇଟି କ୍ଷେତ୍ରରେ ଚାକିରି ଖୋଜୁଛନ୍ତି ତାହେଲେ ଏହି ଖବର ଆପଣଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ।

Job Alert: ଆଇଟି କ୍ଷେତ୍ରରେ ଖୋଜୁଛନ୍ତି ଚାକିରି; ଏହି ଖବର ଆପଣଙ୍କ ପାଇଁ, ଏଠାରେ ଜାଣନ୍ତୁ ଚାକିରି ଡିଟେଲ୍ସ

IT Sector Job: ଦେଶରେ ସର୍ବାଧିକ ସଂଖ୍ୟକ ଚାକିରି ଯୋଗାଉଥିବା ଆଇଟି କ୍ଷେତ୍ର ବର୍ତ୍ତମାନ ଅନେକ ଆହ୍ୱାନର ସାମ୍ନା କରୁଛି। ବିଗତ ଏକ ବର୍ଷ ଧରି ଆଇଟି କ୍ଷେତ୍ରରେ କାର୍ଯ୍ୟରତ ବିଭିନ୍ନ କମ୍ପାନୀ ନିଯୁକ୍ତି ଏବଂ ଛଟେଇ ସମ୍ବନ୍ଧରେ ବିଭିନ୍ନ ରଣନୀତି ଆପଣାଇଛନ୍ତି। ଏହାର ପ୍ରଭାବ ଭବିଷ୍ୟତରେ ମଧ୍ୟ ଦୃଶ୍ୟମାନ ହେବାର ସମ୍ଭାବନା ରହିଛି। ଏକ ରିପୋର୍ଟ ମାଧ୍ୟମରେ କୁହାଯାଇଛି ଯେ ଆଇଟି କମ୍ପାନୀ ଚଳିତ ଆର୍ଥିକ ବର୍ଷରେ ନିଯୁକ୍ତି ଯଥେଷ୍ଟ ହ୍ରାସ କରିଛନ୍ତି। ଭବିଷ୍ୟତରେ ମଧ୍ୟ ସମାନ ପରିବେଶ ସୃଷ୍ଟି ହେବାର ସମ୍ଭାବନା ରହିଛି।

ରିପୋର୍ଟ ମାଧ୍ୟମରେ କୁହାଯାଇଛି ଯେ ଦେଶରେ ପ୍ରାୟ ୨୪୫ ବିଲିୟନ ଡ଼ଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୨୦ ଲକ୍ଷ କୋଟି ଟଙ୍କା) ମୂଲ୍ୟର ଆଇଟି ଶିଳ୍ପରେ (IT Industry India) ସଙ୍କଟ ଅନେକ ମାତ୍ରାରେ ବୃଦ୍ଧି ପାଇଛି। ଗତ ବର୍ଷ ତୁଳନାରେ ପ୍ରାୟ ୪୦ ପ୍ରତିଶତ କମ୍ ଚାକିରୀ ଦେବାର (IT Industry Recession) ଯୋଜନା ରହିଛି। ଇକୋନୋମିକ୍ ଟାଇମ୍ସ ରିପୋର୍ଟ ଅନୁଯାୟୀ ବାଙ୍ଗାଲୋର ସ୍ଥିତ ଡାଟା କମ୍ପାନୀ Xpheno କହିଛି ଯେ କମ୍ପାନୀ ପ୍ରଥମ ତ୍ରୈମାସରେ ନିଯୁକ୍ତି ହ୍ରାସ କରିଛି।

୨୨ ହଜାର ଚାକିରି ପାଇଛି ହ୍ରାସ 
ଉପରୋକ୍ତ ରିପୋର୍ଟ ମାଧ୍ୟମରେ ଦର୍ଶାଯାଇଛି ଯେ ଟିସିଏସ୍ (TCS), ଇନଫୋସିସ୍ (Infosys), ଏଚସିଏଲ ଟେକ୍ (HCL Tech), ୱିପ୍ରୋ (Wipro) ଏବଂ ଟେକ୍ ମହିନ୍ଦ୍ରା (Tech Mahindra) ଭଳି ଦେଶର ପ୍ରମୁଖ ଆଇଟି କମ୍ପାନୀ ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ନିଯୁକ୍ତି ହ୍ରାସ କରିଛନ୍ତି। ପ୍ରଥମ ତ୍ରୈମାସିକରେ (2023-24 First Quarter) ଏହି କମ୍ପାନୀ ପ୍ରାୟ ୨୧୮୩୮ ପଦବୀରେ ହେବାକୁ ରହିଥିବା ନିଯୁକ୍ତି ବନ୍ଦ କରିଛନ୍ତି। ଗତ ବର୍ଷ ଏହି କମ୍ପାନୀ ଦ୍ୱାରା ମୋଟ ୨.୫୦ ଲକ୍ଷ ଲୋକ ନିଯୁକ୍ତି ହୋଇଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ମାତ୍ର ୫୦ ହଜାରରୁ ୧ ଲକ୍ଷ ଲୋକଙ୍କୁ ଚାକିରି ଦେବା ପାଇଁ ଏକ ପ୍ରସ୍ତୁତି ଚାଲିଛି।

କେବଳ ୫୦୦ ଲୋକଙ୍କୁ ଚାକିରି ଦେଇଛି ଟିସିଏସ 
ଏହି ରିପୋର୍ଟ ମାଧ୍ୟମରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ ଦେଶର ବୃହତ୍ତମ ଆଇଟି କମ୍ପାନୀ (Largest IT Company of India) ଟିସିଏସ୍ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ କେବଳ ୫୦୦ ଲୋକଙ୍କୁ ଚାକିରି ଦେଇଛି। କେବଳ ଏତିକି ନୁହେଁ ପ୍ରଥମ ତ୍ରୈମାସରେ ବିଶ୍ୱର ପ୍ରମୁଖ ଆଇଟି କମ୍ପାନୀ Accenture, Capgemini, Cognizant ସେମାନଙ୍କର ନିଯୁକ୍ତି ହ୍ରାସ କରିଛନ୍ତି। ଏଭଳି ପରିସ୍ଥିତିରେ ଚଳିତ ଆର୍ଥିକ ବର୍ଷ ଆଇଟି ସେବା ଦୃଷ୍ଟିକୋଣରୁ ବହୁତ କଷ୍ଟସାଧ୍ୟ ହେବ। ଟିମ୍ ଲିଜ୍ ଡିଜିଟାଲ ସିଇଓ ସୁନୀଲ ସି କହିଛନ୍ତି ଯେ କମ୍ପାନୀ ନୂତନ ପ୍ରକଳ୍ପ (Project for IT Company) ପାଇବା କଷ୍ଟକର ହୋଇପଡୁଛି। ନିଯୁକ୍ତି ଉପରେ ଏତେ ବଡ ପ୍ରଭାବ ପଡିବାର ଏହା ହେଉଛି ଏକ ପ୍ରମୁଖ କାରଣ।

ଅଗଷ୍ଟ ପର୍ଯ୍ୟନ୍ତ ଅଧା ହୋଇଗଲା ନିଯୁକ୍ତି 
ଆଇଟି କମ୍ପାନୀ ଚଳିତ ବର୍ଷ ସେମାନଙ୍କ ନିଯୁକ୍ତିକୁ (Recruitment in IT Industry in India) ୪୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିପାରନ୍ତି। କାରଣ ସେମାନେ ସେମାନଙ୍କର କର୍ମଚାରୀଙ୍କ ବ୍ୟବହାରକୁ ନେଇ କମ୍ପାନୀ ରଣନୀତିରେ ପରିବର୍ତ୍ତନ କରୁଛନ୍ତି। ଏହା ପଛରେ ରହିଥିବା ଉଦ୍ଦେଶ୍ୟ ହେଉଛି କର୍ମଚାରୀଙ୍କ ସର୍ବନିମ୍ନ ବ୍ୟବହାର କରିବା ଏବଂ ଏହା ପରିବର୍ତ୍ତେ ସେମାନେ ଆଧୁନିକ ଜ୍ଞାନକୌଶଳ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଯଦି ଆମେ ଅଗଷ୍ଟ ମାସର ଆକଳନକୁ ଦେଖିବା, ତାହେଲେ ଆଇଟି କମ୍ପାନୀ ଗତ ବର୍ଷ ତୁଳନାରେ ୫୦ ପ୍ରତିଶତ କମ୍ ନିଯୁକ୍ତି କରିଛନ୍ତି। କେବଳ ଭାରତୀୟ କମ୍ପାନୀ ନୁହେଁ ମେଟା (Meta), ଆପଲ୍ (Apple), ଆମାଜନ (Amazon), ମାଇକ୍ରୋସଫ୍ଟ (Microsoft), ନେଟଫ୍ଲିକ୍ସ (Netflix) ଏବଂ ଆଲଫାବେଟ୍ (Alphabet) ଭଳି ବିଶ୍ୱର ପ୍ରମୁଖ ଆଇଟି କମ୍ପାନୀ (prominent it company in the world) ଜୁଲାଇ ୨୦୨୩ ପର୍ଯ୍ୟନ୍ତ ମାତ୍ର ୧୪୦୦ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି।