IAF AFCAT Recruitment 2022: ଭାରତୀୟ ବାୟୁସେନା (IAF) ସର୍ଟ ସର୍ଭିସ କମିଶନ (SSC) ଅଧୀନରେ ଗ୍ରାଉଣ୍ଡ ଡ୍ୟୁଟି ଶାଖା ପାଇଁ ଫ୍ଲାଇଙ୍ଗ ବ୍ରାଞ୍ଚ ଓ ସ୍ଥାୟୀ ଆୟୋଗ (PC) ଏବଂ ସର୍ଟ ସର୍ଭିସ କମିଶନ (SSC) ଅଧୀନରେ ବିଭିନ୍ନ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି, ସେମାନେ IAF AFCAT ର ଅଫିସିଆଲ୍ ୱେବସାଇଟ୍, afcat.cdac.in ଭିଜିଟ କରି ଆବେଦନ କରିପାରିବେ । ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆଜି ଅର୍ଥାତ୍ ୧ ଜୁନରୁ ଆରମ୍ଭ ହୋଇଛି ।


COMMERCIAL BREAK
SCROLL TO CONTINUE READING

ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ https://afcat.cdac.in/AFCAT/ ଉପରେ କ୍ଲିକ୍ କରି ସିଧାସଳଖ ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିପାରିବେ । ଆହୁରି ମଧ୍ୟ, ଆପଣ ଏହି ଲିଙ୍କ୍ https://afcat.cdac.in/AFCAT/assets/images/news/JUN_22/Notification ମାଧ୍ୟମରେ ଅଫିସିଆଲ୍ ବିଜ୍ଞପ୍ତି ଯାଞ୍ଚ କରିପାରିବେ । ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୨୮୩ ଟି ପଦବୀ ପୂରଣ ହେବ ।


IAF AFCAT Recruitment 2022 ପାଇଁ ଗୁରୁତ୍ୱପୂର୍ଣ୍ଣ ତାରିଖ 


ଅନଲାଇନ୍ ଆବେଦନ କରିବା ଆରମ୍ଭ ତାରିଖ - ୦୧ ଜୁନ୍ 
ଅନଲାଇନ୍ ଆବେଦନ କରିବାର ଶେଷ ତାରିଖ - ୩୦ ଜୁନ୍ 


IAF AFCAT Recruitment 2022 ପାଇଁ ଖାଲିଥିବା ପଦବୀ ବିବରଣୀ 


ଖାଲିଥିବା ପଦବୀ ସଂଖ୍ୟା - ୨୮୩ 


IAF AFCAT Recruitment 2022 ପାଇଁ ଯୋଗ୍ୟତା


ପ୍ରାର୍ଥୀମାନଙ୍କ ପାଖରେ ସରକାରୀ ବିଜ୍ଞପ୍ତିରେ ଦିଆଯାଇଥିବା ସମ୍ପୃକ୍ତ ଯୋଗ୍ୟତା ରହିବା ଉଚିତ୍ ।


IAF AFCAT Recruitment 2022 ପାଇଁ ବୟସ ସୀମା 


ଫ୍ଲାଇଙ୍ଗ୍ ବ୍ରାଞ୍ଚ- ପ୍ରାର୍ଥୀଙ୍କ ବୟସ ୨୦ ରୁ ୨୪ ବର୍ଷ ମଧ୍ୟରେ ହେବା ଉଚିତ୍ ।
ଗ୍ରାଉଣ୍ଡ ଡ୍ୟୁଟି (ଟେକ୍ନିକାଲ / ନନ-ଟେକ୍ନିକାଲ) ବ୍ରାଞ୍ଚ - ପ୍ରାର୍ଥୀଙ୍କ ବୟସ ସୀମା ୨୦ ରୁ ୨୬ ବର୍ଷ ମଧ୍ୟରେ ହେବା ଉଚିତ୍ ।


ଏହା ବି ପଢ଼ନ୍ତୁ: WhatsApp ର ବଡ଼ ଆକ୍ସନ: ଭାରତରେ ବ୍ୟାନ କଲା ୧୬.୬ ଲକ୍ଷରୁ ଅଧିକ ଆକାଉଣ୍ଟ, ଜାଣନ୍ତୁ କାରଣ


ଏହା ବି ପଢ଼ନ୍ତୁ: ପିଏମ ମୋଦିଙ୍କୁ କାହିଁକି ପଚାରିଥିଲେ ଆମ୍ବ ଖାଇବାକୁ ନେଇ ପ୍ରଶ୍ନ? ଅକ୍ଷୟ କୁମାର ଦେଲେ ଏହି ଜବାବ


ଏହା ବି ପଢ଼ନ୍ତୁ: ମାଗଣାରେ ତିଆରି କରିପାରିବେ ଇ-ଶ୍ରମ କାର୍ଡ; ମିଳିବ ୨ ଲକ୍ଷ ଟଙ୍କାର ଲାଭ, ଜାଣନ୍ତୁ ପ୍ରୋସେସ