IAF Agniveer Recruitment 2023: ଭାରତୀୟ ବାୟୁସେନାରେ (IAF) ଯୋଗଦେବାକୁ ସ୍ୱପ୍ନ ଦେଖୁଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର ଅଛି । ଭାରତୀୟ ବାୟୁସେନା ଅଗ୍ନିବୀର ବାୟୁ ପଦ ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି କରିଛି । ଏହା Agniveer Vayu Intake 02/2023 Recruitment ନୋଟିଫିକେସନ୍ ସହିତ ଜଡିତ । ବାୟୁସେନାରେ ଅଗ୍ନିବୀର୍ ଭାବରେ ସ୍ୱୀକୃତ ହେବାକୁ ପ୍ରାର୍ଥୀଙ୍କୁ ଅଫିସିଆଲ୍ ୱେବସାଇଟ୍ agnipathvayu.cdac.in ଭଜିଟ୍ କରି ଆବେଦନ କରିବାକୁ ପଡିବ ।


COMMERCIAL BREAK
SCROLL TO CONTINUE READING

ସରକାରୀ ବିଜ୍ଞପ୍ତି ଅନୁଯାୟୀ, ବାୟୁସେନାରେ ଅଗ୍ନିବୀର ବାୟୁ ଭାବରେ ନିଯୁକ୍ତି ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ୧୭ ମାର୍ଚ୍ଚ ୨୦୨୩ ରୁ ଆରମ୍ଭ ହେବ । ରେଜିଷ୍ଟ୍ରେସନ ପାଇଁ ଶେଷ ତାରିଖ ୩୧ ମାର୍ଚ୍ଚ ୨୦୨୩ ରହିଛି । ପରୀକ୍ଷା ଫି ପ୍ରଦାନ କରି ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ ମଧ୍ୟ ୩୧ ମାର୍ଚ୍ଚ ରହିଛି । ବିଜ୍ଞପ୍ତିରେ କୁହାଯାଇଛି ଯେ ବାୟୁସେନାରେ ନିଯୁକ୍ତି ପାଇଁ ଲିଖିତ ପରୀକ୍ଷା ୨୦ ମଇ ୨୦୨୩ ରେ କରାଯିବ । ଲିଖିତ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ପରୀକ୍ଷାର କିଛି ଦିନ ପୂର୍ବରୁ ପ୍ରଦାନ କରାଯିବ । ବାୟୁସେନା ଅଗ୍ନିବୀର ବାୟୁ ନିଯୁକ୍ତି ସରକାରୀ ବିଜ୍ଞପ୍ତି ପାଇଁ ଏଠାରେ କ୍ଲିକ୍ କରନ୍ତୁ ।


ଶିକ୍ଷାଗତ ଯୋଗ୍ୟତା 
ସାଇନ୍ସ ଷ୍ଟ୍ରିମ ପ୍ରାର୍ଥୀମାନେ ଗଣିତ, ପଦାର୍ଥ ବିଜ୍ଞାନ ଓ ଇଂରାଜୀ ସହିତ ଦ୍ୱାଦଶ ପାସ୍ କରିବା ପରେ ଯାଇ କେବଳ ଅଗ୍ନିବୀର ବାୟୁ ପଦ ପାଇଁ ଆବେଦନ କରିପାରିବେ । ସେମାନଙ୍କର ଦ୍ୱାଦଶରେ ଅତିକମରେ ୫୦ ପ୍ରତିଶତ ମାର୍କ ରହିବା ଉଚିତ୍ । ଏହା ସହିତ, ସମସ୍ତ ବିଷୟରେ ସାମଗ୍ରିକ ଭାବରେ ଅତିକମରେ ୫୦ ପ୍ରତିଶତ ମାର୍କ ରହିବା ଉଚିତ୍ ।


ସାଇନ୍ସ ଷ୍ଟ୍ରିମ ନଥିବା ପ୍ରାର୍ଥୀମାନେ ନିଶ୍ଚିତ ଭାବରେ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଇଂରାଜୀରେ ୫୦% ମାର୍କ ଓ ସମୁଦାୟ ବିଷୟରେ ଅତିକମରେ ୫୦% ମାର୍କ ରଖିଥିବା ଆବଶ୍ୟକ ।


ଯୋଗ୍ୟତା ମାନଦଣ୍ଡ
ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ମାନଙ୍କର ବୟସ ୧୭.୫ ବର୍ଷରୁ ୨୧ ବର୍ଷ ମଧ୍ୟରେ ହେବା ଉଚିତ୍ । ଯଦି ଆମେ ଲମ୍ବ ବିଷୟରେ କଥା ହେବା, ତେବେ ଉଚ୍ଚତା ଅତି କମରେ ୧୫୨.୫ ସେମି ହେବା ଉଚିତ୍ । ଏହା ବ୍ୟତୀତ ତାଙ୍କ ଛାତି ମଧ୍ୟ ଅତି କମରେ ୫ ସେମି ବୃଦ୍ଧି ହେବା ଆବଶ୍ୟକ ।


ଆବେଦନ ଶୁଳ୍କ
ଜେନେରାଲ, ଓବିସି ଓ ଇଡବ୍ଲୁଏସ୍ ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୨୫୦ ଟଙ୍କା ରହିଛି । ଏସସି ଓ ଏସଟି ପ୍ରାର୍ଥୀଙ୍କ ପାଇଁ ମଧ୍ୟ ସମାନ ଫି । ପ୍ରାର୍ଥୀଙ୍କୁ କୁହାଯାଇଛି ଯେ ସେମାନେ ଅଧିକ ବିବରଣୀ ପାଇଁ ଅଫିସିଆଲ୍ ୱେବସାଇଟ୍ ଯାଞ୍ଚ କରିପାରିବେ ।


ଏହା ବି ପଢ଼ନ୍ତୁ: Death Facts: ମୃତ୍ୟୁ ପରେ ଶରୀରର କ'ଣ ସବୁ ପରିବର୍ତ୍ତନ ହୋଇଥାଏ? ଏହି ସୂଚନା ଆପଣଙ୍କୁ କରିଦେବ ଆଶ୍ଚର୍ଯ୍ୟ


ଏହା ବି ପଢ଼ନ୍ତୁ: Indian Parliament: ଆପଣ ଜାଣନ୍ତି କି ସଂସଦରେ ନାହିଁ 420 ନମ୍ବର ସିଟ୍? ଏହି ସିଟ୍ ନମ୍ବରକୁ ଦିଆଯାଇଛି ଅନ୍ୟ ଏକ ନମ୍ବର, ଏହା ରହିଛି କାରଣ