India Post GDS Recruitment 2024: ଗ୍ରାମିଣ ଡାକ ସେବକ (GDS) ପଦବୀରେ ନିଯୁକ୍ତି ଦେବା ପାଇଁ ଇଣ୍ଡିଆ ପୋଷ୍ଟ ଏକ ବିଜ୍ଞପ୍ତି ଜାରି କରିଛି। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ୧୫ ଜୁଲାଇରୁ ୫ ଅଗଷ୍ଟ ୨୦୨୪ ମଧ୍ୟରେ ଇଣ୍ଡିଆନ୍ ପୋଷ୍ଟର ଅଫିସିଆଲ୍ ୱେବସାଇଟ୍ indiapostgdsonline.gov.in ଭିଜିଟ୍ କରି ଅନଲାଇନରେ ଆବେଦନ କରିପାରିବେ। ଜିଡିଏସ୍ ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ଜାଣି ରଖିବା  ଉଚିତି ଯେ ଏହି ନିଯୁକ୍ତି ମାଧ୍ୟମରେ ବ୍ରାଞ୍ଚ ପୋଷ୍ଟମାଷ୍ଟର (ବିପିଏମ୍)ଓ ଆସିଷ୍ଟାଣ୍ଟ ବ୍ରାଞ୍ଚ ପୋଷ୍ଟମାଷ୍ଟର (ଏବିପିଏମ୍)/ ଡାକ ସେବକ ଆକାରରେ ସମସ୍ତ ପଦବୀ ପୂରଣ ହେବ।


COMMERCIAL BREAK
SCROLL TO CONTINUE READING


ଓଡି଼ଶା, ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ଦିଲ୍ଲୀ, ଗୁଜୁରାଟ, ହରିୟାଣା, ହିମାଚଳ ପ୍ରଦେଶ, ଜମ୍ମୁ କାଶ୍ମୀର, ଝାଡଖଣ୍ଡ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଉତ୍ତର ପୂର୍ବ, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ବେଙ୍ଗଲ ସମେତ ସମଗ୍ର ଦେଶରେ ୪୪୨୨୮ ଟି ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି କରାଯାଇଛି।



କିଏ କରିପାରିବେ ଆବେଦନ 
ସେହି ପ୍ରାର୍ଥୀମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ, ଯେଉଁମାନେ କୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ଦଶମ ଶ୍ରେଣୀ ପାସ୍ କରିଛନ୍ତି ଏବଂ ସରକାରୀ ଚାକିରି ଚାହୁଁଛନ୍ତି । ପ୍ରାର୍ଥୀଙ୍କ ବୟସ ୧୮ ରୁ ୪୦ ବର୍ଷ ମଧ୍ୟରେ ହେବା ଉଚିତ୍। ଆସନ୍ତୁ ଆପଣଙ୍କୁ କହିବା, ଦଶମ ଶ୍ରେଣୀରେ ପ୍ରାପ୍ତ ମାର୍କର ଯୋଗ୍ୟତା ଆଧାରରେ ପ୍ରାର୍ଥୀ ଚୟନ କରାଯିବ। ଆବେଦନ କରିବାକୁ ଅଫିସିଆଲ୍ ୱେବସାଇଟ୍ indiapostgdsonline.gov.in ଭିଜିଟ୍ କରିବାକୁ ପଡିବ।



India Post GDS Application Process 2024: ଏହି ପୋଷ୍ଟ ଗୁଡିକ ଅନୁସରଣ କରି ପୂରଣ କରନ୍ତୁ ଆବେଦନ ଫର୍ମ 


ଷ୍ଟେପ୍ 1- ସର୍ବପ୍ରଥମେ ଇଣ୍ଡିଆ ପୋଷ୍ଟ ଅଫିସର ଅଫିସିଆଲ୍ ୱେବସାଇଟ୍ www.indiapostgdsonline.gov.in କୁ ଯାଆନ୍ତୁ।
ଷ୍ଟେପ୍ 2- ଆବେଦନକାରୀଙ୍କୁ ପ୍ରଥମେ ନିଜକୁ ପଞ୍ଜିକରଣ କରିବାକୁ ପଡିବ।
ଷ୍ଟେପ୍ 3- ପଞ୍ଜୀକରଣ ନମ୍ବର ଏବଂ ପାସୱାର୍ଡ ସୃଷ୍ଟି କରିବାକୁ, ଆବେଦନକାରୀଙ୍କର ସେମାନଙ୍କର ସକ୍ରିୟ ଇମେଲ୍ ID ଏବଂ ମୋବାଇଲ୍ ନମ୍ବର ଥିବା ଆବଶ୍ୟକ।


ଷ୍ଟେପ୍ 4- ବର୍ତ୍ତମାନ ଆପଣ ପଞ୍ଜୀକରଣ ନମ୍ବର ଏବଂ ପାସୱାର୍ଡ ସାହାଯ୍ୟରେ ଆବେଦନ ଫର୍ମ ଓପନ୍ କରିପାରିବେ।
ଷ୍ଟେପ୍ 5- ବର୍ତ୍ତମାନ ଆବେଦନ ଫର୍ମ ପୂରଣ କରିବା ଆରମ୍ଭ କରନ୍ତୁ।
ଷ୍ଟେପ୍ 6- ଅନୁରୋଧ କରାଯାଇଥିବା ସୂଚନା ଏବଂ ଆବଶ୍ୟକ ଡକ୍ୟୁମେଣ୍ଟ୍ ସବମିଟି କରନ୍ତୁ।
ଷ୍ଟେପ୍ 7- ବର୍ତ୍ତମାନ ଆବେଦନ ଶୁଳ୍କ ଦିଅନ୍ତୁ।
ଷ୍ଟେପ୍ 8- ଫର୍ମ ଦାଖଲ କରିବା ପରେ, ଏହାର ଏକ ପ୍ରିଣ୍ଟଆଉଟ୍ କାଢ଼ି ରଖିବାକୁ ଭୁଲନ୍ତୁ ନାହିଁ।