JEE Main 2025: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର, ଏହିଦିନ ଠୁ ଆରମ୍ଭ ହେବ ଜେଇଇ ମେନ୍ ଏକଜାମ୍
JEE Main 2025: ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ ଯୁଗ୍ମ ପ୍ରବେଶିକା ପରୀକ୍ଷା ( ଜେଇଇ) ମେନ୍ -୨୦୨୫ ସେସନ୍-୧। ୨ ଟି ସିପ୍ଟରେ ୩୦ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ।
JEE Main 2025: ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ ଯୁଗ୍ମ ପ୍ରବେଶିକା ପରୀକ୍ଷା ( ଜେଇଇ) ମେନ୍ -୨୦୨୫ ସେସନ୍-୧। ୨ ଟି ସିପ୍ଟରେ ୩୦ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ। ଏନେଇ ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ପକ୍ଷରୁ କାର୍ଯ୍ୟସୂଚୀ ଜାରି ହୋଇଛି। କାର୍ଯ୍ୟସୂଚୀ ଅନୁସାରେ, ପେପର-୧(ବିଇ/ ବି-ଟେକ୍) ପରୀକ୍ଷା ୨୨, ୨୩,୨୪,୨୮, ଏବଂ ୨୯ ରେ ଅନୁଷ୍ଠିତ ହେବ। ପ୍ରଥମ ସିପ୍ଟ ସକାଳ ୯ ଟାରୁ ଦିନ ୧୨ ଟାଏ ଯାଏଁ ହେବ। ସେହିପରି ଦ୍ବୀତିୟ ସିପ୍ଟ ଅପରାହ୍ନ ୩ ଟାରୁ ସଂନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ହେବ। ତେବେ, ଜାନୁଆରୀ ୩୦ ରେ ପେପର-୨ଏ( ବି.ଆର୍କ), ପେପର-୨ବି (ବି.ପ୍ଲାନିଂ), ପେପର-୨ଏ ଆଣ୍ତ ବି୨ ( ବି. ଆର୍କ ଏବଂ ବି.ପ୍ଲାନିଂ) ପରୀକ୍ଷା ହେବ। ଏହା କେବଳ ଦ୍ବୀତିୟ ସିପ୍ଟରେ ଅର୍ଥାତ୍ ଅପରାହ୍ନ ୩ଟାରୁ ସଂନ୍ଧ୍ୟା ସାଢେ ୬ଟା ଯାଏଁ ହେବ। ଏନେଇ ସମସ୍ତ ସୂଚନା ଏନଟିସି ଓ୍ବେବସାଇଟ୍ www.nta.ac.in ରେ ଉପଲବ୍ଧ।
ALSO READ: Shani Guru Yuti 2025: ଏହିସବୁ ରାଶିଙ୍କ ସବୁ ଇଚ୍ଛା ପୂରଣ କରିବେ ଶନି-ବୃହସ୍ପତି, ବର୍ଷ ତମାମ ରହିବେ ମାଲାମାଲ୍!