Advertisement
Photo Details/zeeodisha/odisha2585431
photoDetails0hindi

Today Horoscope: ସତର୍କ ରୁହନ୍ତୁ ଏହିସବୁ ରାଶି,କର୍ମକ୍ଷେତ୍ରରେ ଦେଖାଦେବ ବିବାଦ ସହ ମିଳିପାରେ ଅଶୁଭ ଖବର; ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?

Horoscope Today 3 January 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜାନୁଆରୀ ୩ ହେଉଛି ଶୁକ୍ରବାର। ତେବେ, ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

1/12
ମେଷ: ଦିନଟି ସତର୍କତାର ସହ ଚଳିବାକୁ ପଡିବ।  କର୍ମକ୍ଷେତ୍ରରେ କୌଣସି କଥାକୁ ନେଇ ସହକର୍ମୀଙ୍କ ସହ ବାଦ ବିବାଦ ହୋଇପାରେ। ପରିବାରରେ ଟଙ୍କା ପଇସାକୁ ନେଇ କଳହ ହୋଇପାରେ। ପରିବାର ସଦସ୍ୟଙ୍କ ଭିତରେ ଜମିଜମା କିମ୍ବା ଘରଭଡ଼ାକୁ କେନ୍ଦ୍ରକରି ସାମାନ୍ୟ ଝଗଡ଼ା ସୃଷ୍ଟି ହୋଇପାରେ। ବ୍ୟବସାୟିକ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। ଖର୍ଚ୍ଚ ବୃଦ୍ଧି ପାଇବ। 

 

ALSO READ: Rahu Ketu Gochar 2025: କୃପା କରିବେ ରାହୁ-କେତୁ; ୨୦୨୫ ଏହି ୪ ରାଶିର ଲୋକଙ୍କ ପାଇଁ ରହିବ ଭାରି ଭଲ, ପୂରଣ ହେବ ସବୁ ସ୍ବପ୍ନ

ALSO READ: Prakruti Mishra Video: ବିଦେଶରେ ମସ୍ତି କରୁଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର, ଭାଇରାଲ୍ ହେଲା ଏହି ଭିଡିଓ

2/12
ବୃଷ:  ଆଜି  ଯେତେ ଅଭାବ-ଲାଗି ରହିଥିଲେ ମଧ୍ୟ ଧାରକରଜ କରି କାମ ତୁଲାଇନେବାକୁ ବାଧ୍ୟ ହୋଇପାରନ୍ତି। ଘରକୁ ସମ୍ପର୍କୀୟଙ୍କ ଆଗମୱ ହୋଇପାରେ। ବ୍ୟବସାୟିକ ଦିଗରୁ ଲାଭବାନ୍‌ ହେବେ। ଯାନବାହନରେ ଚାଳନା ସମୟରେ ସତର୍କ ରୁହନ୍ତୁ, ନଚେତ୍ ଅଘଟଣର ସାମ୍ନା କରିପାରନ୍ତି। 

3/12
ମିଥୁନ:  ଆଜି କର୍ମକ୍ଷେତ୍ରରେ ଦୃଢ଼ ପଦକ୍ଷେପ ଗ୍ରହଣ କରି କାମ ହାସଲ କରିବେ। ବ୍ୟବସାୟକ ଦିଗରୁ ଲାଭବାନ୍ ହେବେ।  କଚେରି ମାମଲାରେ ବିଜୟୀ ଲାଭ କରୁବେ। ପାରିବାରିକ କ୍ଷେତ୍ରରେ କାହାର ଛୋଟ କଥାକୁ ଧରି ବସିବା ଠିକ୍‌ ହେବନାହିଁ। ଆଜିର ବନ୍ଧୁମିଳନ ପ୍ରକୃଷ୍ଟ ସମୟ କହିଲେ ଅତ୍ୟୁକ୍ତି ହେବନାହିଁ। 

4/12
କର୍କଟ: ଆଜି ବ୍ୟବସାୟରେ ଲାଭ ମିଳିବ। ମାତ୍ର ପରିସ୍ଥିତିବଶତଃ ଅନ୍ୟ ବାଟରେ ବ୍ୟୟ ହୋଇଯିବ। ଆକସ୍ମିକ କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ଆପଣଙ୍କ ସକାଶେ କିଛି ଅସୁବିଧା ସୃଷ୍ଟି ହୋଇପାରେ। ବହୁଦିନରୁ ରହିଯାଇଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। 

5/12

ସିଂହ:  ଆଜିର ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ।  ପରୋକ୍ଷଭାବେ ଶତ୍ରୁତା କରୁଥିବା ଲୋକ ବିଷୟରେ ବନ୍ଧୁଙ୍କ ସହ ଆଲୋଚନା ଜାରି ରଖିଲେ ଉପକୃତ ହୋଇପାରିବେ। କୌଣସି ବନ୍ଧୁ ସ୍ବତଃପ୍ରବୃତ୍ତ ଭାବରେ ସାହାଯ୍ୟ କରିବାକୁ ଆଗେଇ ଆସିବା ସମ୍ଭାବନା ରହିଛି।  ଆଜି ବିଭିନ୍ନ ପ୍ରକାର ଘଟଣା ପ୍ରବାହଜନିତ ମାନସିକ ଅସ୍ଥିରତା କାରଣରୁ ଲାଗି ରହିବ।

6/12
  କନ୍ୟା: ଦିନଟି ଅଶୁଭ ରହିବ।  କର୍ମକ୍ଷେତ୍ରରେ କୌଣସି କଥାକୁ ନେଇ ଟେନସନରେ ରହିବେ। ଆଶା କରୁଥିବା ଦିଗରୁ ଶୁଭ ବଦଳରେ ଅଶୁଭ ଖବର ପାଇଁ ଚିନ୍ତାରେ ରହିବେ। ଆସନ୍ତାକାଲିର ମାଙ୍ଗଳିକ କାର୍ଯ୍ୟ ସକାଶେ ପ୍ରସ୍ତୁତିପର୍ବ ଜୋର୍‌ଦାର କରିପାରନ୍ତି। କୌଣସି ଆତ୍ମୀୟଙ୍କ ଅସହଯୋଗ ସମାଲୋଚନାରେ କ୍ଷୁବ୍ଧ ହୋଇପାରନ୍ତି। ଶରୀରିକ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। 

7/12
ତୁଳା: କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ଠାରୁ ଆରମ୍ଭ କରି  ସହକର୍ମୀ ପ୍ରତ୍ୟକ କାର୍ଯ୍ୟରେ ସହଯୋଗ କରିବେ। ଆଜି ବନ୍ଧୁଙ୍କ ପରାମର୍ଶ ଅନୁଯାୟୀ କିଛି ନୂତନ କାମ ଆରମ୍ଭ କରିବା ସକାଶେ ଚେଷ୍ଟା କରିପାରନ୍ତି। ପାରିବାରିକ କ୍ଷେତ୍ରରେ କୌଣସି ସମସ୍ୟାକୁ ସହଜରେ ସମାଧାନ କରିବାରେ ସଫଳ ହେବେ। ପ୍ରଶାସନିକ, ରାଜନେତା ଓ ଓକିଲଙ୍କ ପାଇଁ ଦିନଟି ଭଲ ରହିବ। 

8/12
ବିଛା:  ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। ଅଧା କାମକୁ ଶେଷ କରିବାରେ ସମର୍ଥ ହେବେ। ବ୍ୟବସାୟ,ପରିବହନ ,କ୍ରୀଡ଼ା ଓ ଚଳଚ୍ଚିତ୍ରରେ କ୍ଷେତ୍ରରେ କାର୍ଯ୍ୟରତ ଲୋକଙ୍କ ପାଇଁ ସମୟ ଶୁଭ ରହିବ। ବୃଦ୍ଧ ପିତାମାତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବାରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ।

9/12
ଧନୁ: ବ୍ୟବସାୟରେ ସଫଳତା ହାସଲ କରିବା ସହ ମଉଜ ମଜଲିସ୍ ରେ ଦିନଟି ଅତିବାହିତ ହେବ। ଆୟରେ ବୃଦ୍ଧି ପାଇବ । ଆଜି ଘର ସଜାଇବା ପାଇଁ ବ୍ୟବସ୍ଥା ମଧ୍ୟ ପରିବର୍ତ୍ତନ ହେବ । ସାମାଜିକ ପ୍ରସଙ୍ଗରେ ବାହାରକୁ ଯିବାର ସମ୍ଭାବନା ରହିବ ।

10/12
ମକର:  ଆଜି ଏଣୁତେଣୁ ଗୁଡ଼ାଏ କଥା ମନରେ ଆସିବାରୁ ଚିନ୍ତା ବଢିବ।  କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ। ପିଲାଙ୍କ ଭବିଷ୍ୟତକୁ ନେଇ କୌଣସି ପ୍ରକାର ଯୋଜନା କରିପାରନ୍ତି। ବାକି ପଡିଥିବା ଟଙ୍କା ପାଇବେ।  ପରିବାରରେ ସୁଖଶାନ୍ତି ସାଙ୍ଗକୁ ସ୍ଥଗିତ କାର୍ଯ୍ୟ ତ୍ୱରାନ୍ବିତ ହୋଇପାରିବ।

11/12
କୁମ୍ଭ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଭାବିଚିନ୍ତି କାମ କରିବା ଭଲ ହେବ । ନଚେତ୍ ହଇରାଣରେ ପଡିବେ।  ଯୋଜନାକୁ କାର୍ଯ୍ୟକାରୀ କରିବା ବିଷୟରେ ବନ୍ଧୁଙ୍କ ସହ ଖୋଲାଖୋଲି ଆଲୋଚନା କରିବା ଭଲ ହେବ। ବିବାଦୀୟ ଘଟଣା ସକାଶେ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି, ସେଥିରେ କିଛି ହେବ ନାହିଁ। ଯାତ୍ରା ସମୟରେ କଥା ଦେଇଥିବା ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇ ପାରନ୍ତି। 

12/12
ମୀନ: କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନରେ ଟେନ୍‌ସନ ବଢ଼ିପାରେ। ବାଣିଜ୍ୟ ବ୍ୟବସାୟ ପାଇଁ ଦିନଟି ଭଲ ରହିବ ନାହିଁ।  ଅନ୍ତର୍ନିହିତ ଉଦ୍ଦେଶ୍ୟକୁ ଗୋପନ ରଖି ମନ ବୁଝିଲା ଭଳି କଥା କହି ବନ୍ଧୁମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ ! ମନୋରଞ୍ଜନ, ବନ୍ଧୁ ମିଳନ, ଆଲୋଚନା, ସମିତି କିମ୍ବା ଯାତ୍ରା ପାଇଁ ଆଗ୍ରହୀ ହୋଇପାରନ୍ତି।