ASO recruitment 2023: ଓଡ଼ିଶାରେ ଚାକିରି ଖୋଜୁଥିବା ଆଶାୟୀଙ୍କ ପାଇଁ ଖୁସି ଖବର । ଏଣିକି ଓଡ଼ିଶା ହାଇକୋର୍ଟ ଓ କଟକ ଆସିଷ୍ଟାଣ୍ଟ ସିଲେକସନ୍ (ASO) ଅଫିସର ନିଯୁକ୍ତି ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି ।


COMMERCIAL BREAK
SCROLL TO CONTINUE READING

କେମିତି କରିବେ ଆବେଦନ


ଆଗ୍ରହୀ ପ୍ରାର୍ଥୀମାନେ ASOର ଅଫିସିଆଲ ୱେବସାଇଟ www.orissahightcourt.nic.inକୁ ଯାଇ career and recruitment ଉପରେ କ୍ଲିକ୍ କରନ୍ତୁ । ସଠିକ୍ ବିବରଣୀ ପ୍ରଦାନ କରି ପଞ୍ଜୀକରଣ କରନ୍ତୁ । ଏହାପରେ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପଲୋଡ଼ କରି ସବମିଟ୍ ବଟନ ଉପରେ କ୍ଲିକ୍ କରନ୍ତୁ ।


ଆବେଦନ ତାରିଖ


ଅନଲାଇନ ଆବେଦନ ତାରିଖ ନଭେମ୍ବର ୨ ତାରିଖରୁ ଆରମ୍ଭ ହୋଇ ୧୭ ନଭେମ୍ବର ପର୍ଯ୍ୟନ୍ତ ଚାଲିବ ।


ଶିକ୍ଷାଗତ ଯୋଗ୍ୟତା:


ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ (କଳା / ବିଜ୍ଞାନ / ବାଣିଜ୍ୟ) କମ୍ପ୍ୟୁଟର ଜ୍ଞାନ ଥିବା ଜରୁରୀ ।


ବୟସ


ଆବେଦନ କରିବା ପାଇଁ ସର୍ବନିମ୍ନ ବୟସ ୨୧ ବର୍ଷ ରହିଥିବା ବେଳେ ସର୍ବାଧିକ ବୟସ ୩୭ ବର୍ଷ ରଖାଯାଇଛି । ମନେ ରଖନ୍ତୁ, ବୟସ ଗଣନା ୦୨ ନଭେମ୍ବର ୨୦୨୩ ଅନୁସାରେ ହେବ । କିନ୍ତୁ ଓବିସିଙ୍କ ପାଇଁ ୩ ବର୍ଷ, ST/SC/PWD/Ex- Servicemenଙ୍କ ପାଇଁ ୫ ବର୍ଷ , PWD+SC+STଙ୍କ ପାଇଁ ୧୫ ବର୍ଷ ବୟସ ସୀମା କୋହଳ କରାଯାଇଛି ।


ଦରମା


ସର୍ବନିମ୍ନ ମାସିକ ଦରମା ୩୫,୪୦୦ଟଙ୍କା ରହିଥିବା ବେଳେ ସର୍ବାଧିକ ମାସିକ ଦରମା ୧,୧୨,୪୦୦ ଟଙ୍କା ରହିଛି ।


ଚୟନ ପ୍ରକ୍ରିୟା


1-ଲିଖିତ ପରୀକ୍ଷା


2-କମ୍ପ୍ୟୁଟର ଦକ୍ଷତା ପରୀକ୍ଷା


3- ସାକ୍ଷାତକାର


ଜରୁରୀ ଡକ୍ୟୁମେଣ୍ଟ


ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର


ଜନ୍ମ ତାରିଖ ପ୍ରମାଣପତ୍ର


ଦୁଇଟି ପାସପୋର୍ଟ ସାଇଜ ଫଟୋ


ଜାତି ପ୍ରମାଣପତ୍ର


ଅଭିଜ୍ଞତା ପ୍ରମାଣପତ୍ର


କ୍ୟାରେକ୍ଟର ସାର୍ଟିଫିକେଟ୍


Also Read-୧୩୫ଟି ସହରରେ ହେବ CTET ପରୀକ୍ଷା, ଆଜିଠାରୁ ଆରମ୍ଭ ହେଲା ଆବେଦନ ପକ୍ରିୟା, ଜାଣନ୍ତୁ ଡିଟେଲ୍ସ