୧୩୫ଟି ସହରରେ ହେବ CTET ପରୀକ୍ଷା, ଆଜିଠାରୁ ଆରମ୍ଭ ହେଲା ଆବେଦନ ପକ୍ରିୟା, ଜାଣନ୍ତୁ ଡିଟେଲ୍ସ
Advertisement

୧୩୫ଟି ସହରରେ ହେବ CTET ପରୀକ୍ଷା, ଆଜିଠାରୁ ଆରମ୍ଭ ହେଲା ଆବେଦନ ପକ୍ରିୟା, ଜାଣନ୍ତୁ ଡିଟେଲ୍ସ

CTET 2024: ଏହି ପରୀକ୍ଷା ପାଇଁ ଆବେଦନ କରୁଥିବା ଜେନେରାଲ / ଓବିସି (NCL) ପ୍ରାର୍ଥୀଙ୍କ ପାଇଁ ପରୀକ୍ଷା ଫି ୧୦୦୦ ଟଙ୍କା ରହିଛି । ଯେଉଁଠାରେ ଉଭୟ ପେପର-I ଓ ପେପର-II ପାଇଁ ପରୀକ୍ଷା ଫି ୧୨୦୦ ଟଙ୍କା ଦେବାକୁ ହେବ । ଏହା ସହିତ, SC / ST ପ୍ରାର୍ଥୀଙ୍କ ପାଇଁ CTET ପରୀକ୍ଷା ଫି କେବଳ ପେପର-I କିମ୍ବା ପେପର-II ପାଇଁ ୫୦୦ ଟଙ୍କା ରଖାଯାଇଛି ।

CTET January Registration 2024

CTET January Registration 2024: ଜାନୁଆରୀରେ CTET ପରୀକ୍ଷାକୁ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ପରୀକ୍ଷା ପାଇଁ ସୂଚନା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦ୍ୱାରା ସରକାରୀ ୱେବସାଇଟ୍ ctet.nic.in ରେ ପ୍ରକାଶ ପାଇଛି । ଏହି ସୂଚନା ଅନୁଯାୟୀ, ପରୀକ୍ଷା ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆଜି ୦୩ ନଭେମ୍ବର, ୨୦୨୩ ରୁ ଆରମ୍ଭ ହୋଇଛି । ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ ctet.nic.in ଭିଜିଟ୍ କରି ଆବେଦନ ଫର୍ମ ପୂରଣ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୨୩ ନଭେମ୍ବର ୨୦୨୩ ରହିଛି ।

ଏହି ଲିଙ୍କରେ କ୍ଲିକ୍ କରି ସିଧାସଳଖ ଅନ୍ଲାଇନରେ କରନ୍ତୁ ଆବେଦନ 
ସିବିଏସ୍ଇ ବୋର୍ଡ ଦ୍ୱାରା ପ୍ରକାଶିତ ସୂଚନା ଅନୁଯାୟୀ, କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷଣର ୧୮ ତମ ସଂସ୍କରଣ ଜାନୁୟାରୀ ୨୦୨୪ ରେ ଅନୁଷ୍ଠିତ ହେବ । ଏହି ପରୀକ୍ଷା ଦେଶର ୧୩୫ ଟି ସହରରେ କୋଡ଼ିଏଟି ପରୀକ୍ଷାରେ ଅନୁଷ୍ଠିତ ହେବ । ପରୀକ୍ଷା ପାଇଁ ସିଲାବସ୍, ଯୋଗ୍ୟତା ମାନଦଣ୍ଡ ଓ ଅନ୍ୟାନ୍ୟ ସୂଚନା ସୂଚନା ବୁଲେଟିନ୍ ରେ ଦିଆଯାଇଛି । ଆବେଦନ କରିଥିବା ପ୍ରାର୍ଥୀମାନେ ପୋର୍ଟାଲ ଭିଜିଟ୍ କରି ଏହାକୁ ଡାଉନଲୋଡ୍ କରିପାରିବେ ।

CTET January Registration 2024: ଏତିକି କରିବାକୁ ହେବ ପେମେଣ୍ଟ
ଏହି ପରୀକ୍ଷା ପାଇଁ ଆବେଦନ କରୁଥିବା ଜେନେରାଲ / ଓବିସି (NCL) ପ୍ରାର୍ଥୀଙ୍କ ପାଇଁ ପରୀକ୍ଷା ଫି ୧୦୦୦ ଟଙ୍କା ରହିଛି । ଯେଉଁଠାରେ ଉଭୟ ପେପର-I ଓ ପେପର-II ପାଇଁ ପରୀକ୍ଷା ଫି ୧୨୦୦ ଟଙ୍କା ଦେବାକୁ ହେବ । ଏହା ସହିତ, SC / ST ପ୍ରାର୍ଥୀଙ୍କ ପାଇଁ CTET ପରୀକ୍ଷା ଫି କେବଳ ପେପର-I କିମ୍ବା ପେପର-II ପାଇଁ ୫୦୦ ଟଙ୍କା ରଖାଯାଇଛି ଏଥି ସହିତ, ଯଦି ଏହି ପ୍ରାର୍ଥୀମାନେ ଉଭୟ ପେପର-I ଏବଂ ପେପର-II ପାଇଁ ଆବେଦନ କରିବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ପରୀକ୍ଷା ଫି ଭାବରେ ୬୦୦ ଟଙ୍କା ଦେବାକୁ ପଡିବ ।

ଏହା ରହିଛି ପରୀକ୍ଷା ପଦ୍ଧତି
CTET ର ସମସ୍ତ ପ୍ରଶ୍ନ ଚାରୋଟି ବିକଳ୍ପ ସହିତ ଏକାଧିକ ପସନ୍ଦ ପ୍ରଶ୍ନ (MCQs) ହେବ, ସେଥିମଧ୍ୟରୁ ଗୋଟିଏ ଉତ୍ତର ସଠିକ୍ ଥିବ । ପ୍ରତ୍ୟେକ ପ୍ରଶ୍ନ ଗୋଟିଏ ମାର୍କ ବହନ କରିବ ଏବଂ କୌଣସି ନେଗେଟିଭ୍ ମାର୍କିଂ ରହିବ ନାହିଁ ।

ଏପରି ଡାଉନଲୋଡ୍ କରନ୍ତୁ CTET ଜାନୁଆରୀ ପରୀକ୍ଷା ପାଇଁ ଜାରି ହୋଇଥିବା ବିଜ୍ଞପ୍ତି 
CTET ପରୀକ୍ଷା ପାଇଁ ଆବେଦନ କରିବାକୁ, ସର୍ବପ୍ରଥମେ ପ୍ରାର୍ଥୀଙ୍କୁ ଅଫିସିଆଲ୍ ୱେବସାଇଟ୍ https://ctet.nic.in ଭିଜିଟ୍ କରିବାକୁ ପଡିବ । ଏହା ପରେ, “ଅନ୍ଲାଇନ୍ ଆବେଦନ” ଲିଙ୍କକୁ ଯାଆନ୍ତୁ ଓ ଏହାକୁ ଖୋଲନ୍ତୁ ।

ଏହାପରେ ଅନଲାଇନ୍ ଆବେଦନ ଫର୍ମ ପୂରଣ କରନ୍ତୁ । ବର୍ତ୍ତମାନ ସ୍କାନ୍ ହୋଇଥିବା ଫଟୋଗ୍ରାଫ୍ ଓ ଦସ୍ତଖତ ଅପଲୋଡ୍ କରନ୍ତୁ । ଏହାପରେ ଡେବିଟ୍ / କ୍ରେଡିଟ୍ କାର୍ଡ କିମ୍ବା ନେଟ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ପରୀକ୍ଷା ଫି ପ୍ରଦାନ କରନ୍ତୁ । ଏହା ପରେ, ଭବିଷ୍ୟତର ସନ୍ଦର୍ଭ ପାଇଁ ପୂର୍ଣ୍ଣ ଫର୍ମ ଡାଉନଲୋଡ କରି ରଖନ୍ତୁ ।