OTET 2022, ଭୁବନେଶ୍ୱର: ଶିକ୍ଷକତା କରିବାକୁ ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ Board of Secondary Education (BSE) ଏକ ସୁବର୍ଣ୍ଣ ସୁଯୋଗ ଦେଇଛି। କିନ୍ତୁ ଆଉ କିଛି ଦିନ ପରେ ଏହା ହାତଛଡା ହେଇଯିବ। କାରଣ ଖୁବଶୀଘ୍ର OTET 2022ର ଆବେଦନର ଶେଷ ତାରିଖ ସମାପ୍ତ ହେବାକୁ ଯାଉଛି। ତେଣୁ ସମୟ ପୂର୍ବରୁ ପର୍ମ ପୁରଣ ପୁରଣ କରିନିଅନ୍ତୁ। ନଚେତେ ପୁଣି ଥରେ ଆପଣଙ୍କୁ ଆରବର୍ଷ ପାଇଁ ଅପେକ୍ଷା କରିବାକୁ ପଡିବ। ଆଉ ମାତ୍ର ୯ ଦିନ ପରେ OTET 2022ର ଆବେଦନ  ଶେଷ ହେବ। ତେବେ ଅଧିକ ସୂଚନା ପାଇଁ ପ୍ରାର୍ଥୀମାନେ ବୋର୍ଡର ୱେବସାଇଟ ଭିଜିଟ୍ କରନ୍ତୁ।


COMMERCIAL BREAK
SCROLL TO CONTINUE READING

ଶିକ୍ଷକ ହେବା ପାଇଁ ଆଶାୟୀଙ୍କୁ ଓଡିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ବା OTET ଦେବାକୁ ପଡିଥାଏ। ରାଜ୍ୟରେ ପ୍ରାୟ ପ୍ରତିବର୍ଷ OTET ପରୀକ୍ଷା ହୋଇଥାଏ। ଚଳତ ବର୍ଷ ମଧ୍ୟ OTET 2022 ପରୀକ୍ଷା ପାଇଁ ଆବେଦନ ଚାଲିଛି। ଏହାର ଯୋଗ୍ୟତା ଓ ଅନ୍ୟାନ୍ୟ ଜରୁରୀ ସୂଚନା BSEର ୱେବସାଇଟରେ ଉପଲବ୍ଧ ଅଛି। OTETରେ ଦୁଇଟି ପେପର ଅଛି- ପେପର-୧ ଓ ପେପର-୨। ପ୍ରତ୍ୟେକ ପେପର ପାଇଁ ପରୀକ୍ଷାର୍ଥୀଙ୍କୁ ଅଢେଇ ଘଣ୍ଟା ସମୟ ମିଳିଥାଏ। ସମସ୍ତ ପ୍ରଶ୍ନ Multiple Choice Questions ହୋଇଥିବା ବେଳେ ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ଗୋଟିଏ ମାର୍କ। ତେବେ ଏଥିରେ କୌଣସି ନେଗେଟିଭ୍ ମାର୍କିଂ ନାହିଁ।


Also Read: OJEE: ଏଣିକି ଗରିବ ପିଲା ବି ପଢିବେ ଇଞ୍ଜିନିୟରିଂ ପାଠ, ଏହି ବଡ ଘୋଷଣା କଲେ ସରକାର


କେମିତି କରିବେ ଆବେଦନ? ଜାଣନ୍ତୁ ପୁରା ପ୍ରକ୍ରିୟା-


  • ପ୍ରଥମେ ପ୍ରାର୍ଥୀମାନେ ବୋର୍ଡର ଆଧିକାରୀକ ୱେବସାଇଟ bseodisha.ac.in ଖୋଲନ୍ତୁ।

  • ହୋମପେଜର ତଳେ ‘latest updates’ କଲମ ପାଇବେ। ସେଠାରେ OTET 2022 ଫର୍ମ ପୂରଣ ପାଇଁ ଦିଆଯାଇଥିବା ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ।

  • ତାପରେ ପେପର-୧ କିମ୍ୱା ପେପର-୨ ଚୟନ କରନ୍ତୁ। ଏବେ ଲଗଇନ୍ ବିକଳ୍ପ ଆସିବ।

  • ଆପଣଙ୍କ ମୋବାଇଲ ନମ୍ବର ଓ ପାସୱାର୍ଡ ଲଗଇନ କରିନିଅନ୍ତୁ।

  • ଏବେ ଆବଶ୍ୟକୀୟ ତଥ୍ୟ ଦେଇ ଫର୍ମ ପୂରଣ କରନ୍ତୁ।

  • ଏବେ ପେମେଣ୍ଟ ଅପସନ୍ ଆସିବ। ଉପଯୁକ୍ତ ଫି ଦେଇ ସବମିଟ୍ କରନ୍ତୁ।

  • ଭବିଷ୍ୟତରେ ବ୍ୟବହାର ପାଇଁ ଫର୍ମର ପ୍ରିଣ୍ଟଆଉଟ୍ ବାହାର କରି ନିଜ ପାଖରେ ରଖନ୍ତୁ।


OTET କ୍ୱାଲାଫାଏ କରିବା ପାଇଁ ପ୍ରାର୍ଥୀଙ୍କୁ ସର୍ବନିମ୍ନ ୬୦ ମାର୍କ ରଖିବା ଆବଶ୍ୟକ। ସଂରକ୍ଷଣ ବର୍ଗ ପାଇଁ ଏହା ୫୦ ମାର୍କ ରଖାଯାଇଛି।