ପୂର୍ବରୁ ଅଗ୍ନିବୀରଙ୍କ ନିଯୁକ୍ତି ପାଇଁ ସର୍ବାଧିକ ବୟସ ସୀମା ୨୧ ଥିବା ବେଳେ ବର୍ତ୍ତମାନ ତାହାକୁ ୨୩ ବର୍ଷ କରାଯାଇଛି। ତେବେ ଏହା କେବଳ ପ୍ରଥମ ବର୍ଷ ପାଇଁ ଲାଗୁ ହେବ। ୨୦୨୨ ପରେ ପୂର୍ବ ନିର୍ଦ୍ଧାରିତ ୨୧ ବର୍ଷ ହିଁ ରହିବ ବୋଲି ମୋଦି ସରକାର ସ୍ପଷ୍ଟ କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ସେନା ବାହିନୀ (Indian Army) ରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାର 'ଅଗ୍ନିପଥ' ଯୋଜନା ପ୍ରସ୍ତୁତ କରିଛନ୍ତି। ଯୋଜନାରେ ଅନେକ ତ୍ରୁଟି ଥିବା ଦର୍ଶାଇ ଗୁରୁବାର ୟୁପି, ବିହାର ଓ ହରିୟାଣା ସମେତ ଦେଶର ଅନେକ ରାଜ୍ୟରେ ହିଂସାତ୍ମକ ପ୍ରଦର୍ଶନ କରାଯାଇଥିଲା। ଅନେକ ସ୍ଥାନରେ ଟ୍ରେନରେ ନିଆଁ ଲାଗିଯାଇଥିଲା ଏବଂ କେତେକ ସ୍ଥାନରେ ପଥର ମାଡ କରାଯାଇଥିଲା। ଦେଶବ୍ୟାପୀ ବିରୋଧ ମଧ୍ୟରେ କେନ୍ଦ୍ର ସରକାର ଗରୁବାର 'ଅଗ୍ନିପଥ' ସାମରିକ ନିଯୁକ୍ତି ଯୋଜନା ପାଇଁ ବୟସ ସୀମାକୁ ୨୧ରୁ ୨୩କୁ ବୃଦ୍ଧି କରିଛି। ଗତ ଦୁଇ ବର୍ଷ ମଧ୍ୟରେ କୌଣସି ନିଯୁକ୍ତି ହୋଇ ନ ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସରକାର ପ୍ରକାଶ କରିଛନ୍ତି। 


Also Read: Agnipath Scheme Protest: 'ଜଳୁଛି' ବିହାର; ଟ୍ରେନରେ ନିଆଁ ଲଗାଇଲେ ଛାତ୍ର; ଜାଣନ୍ତୁ ମାମଲା


ଗୁରୁବାର ରାତିରେ ସରକାର, ଅଗ୍ନିପଥ ଯୋଜନା (Agnipath scheme) ରେ ପ୍ରଥମ ପରିବର୍ତ୍ତନ ଘୋଷଣା କରିଛନ୍ତି। ପୂର୍ବରୁ ଏକ ବ୍ୟବସ୍ଥା କରାଯାଇଥିଲା ଯେ, ୨୧ ବର୍ଷ ବୟସ ପର୍ଯ୍ୟନ୍ତ ଯୁବକମାନେ ଏଥିରେ ଅଂଶଗ୍ରହଣ କରିପାରିବେ, କିନ୍ତୁ ବର୍ତ୍ତମାନ ଏହାକୁ ୨୩ ବର୍ଷକୁ ବୃଦ୍ଧି କରାଯାଇଛି। ତଥାପି, ଏହି ବୟସ ସୀମା କେବଳ ଥରେ ଅର୍ଥାତ ପ୍ରଥମ ଥର ପାଇଁ ହିଁ ବୃଦ୍ଧି କରାଯାଇଛି। ଏହା ପରେ ବୟସ ସୀମା 21 ବର୍ଷ ରହିବ। ଗତ ଦୁଇ ବର୍ଷ ହେଲା କୌଣସି ସେନା ବାହିନୀରେ କୌଣସି ନିଯୁକ୍ତି ହୋଇନାହିଁ। ଆଶାୟୀମାନ ସେହି ସମୟରେ ମଧ୍ୟ ପ୍ରସ୍ତୁତି କରୁଥିଲେ ତେଣୁ ୨୦୨୨ ମସିହା ନିଯୁକ୍ତି ପାଇଁ ବୟସ ସୀମା ଦୁଇ ବର୍ଷ ବୃଦ୍ଧି କରାଯାଇଥିବା ପିଆଇବି ସୂଚନା ଦେଇଛି।


 



ସରକାରଙ୍କ ଅଗ୍ନିପଥ ଯୋଜନା ବିରୋଧରେ ଗୁରୁବାର ବିହାର, ୟୁପି, ହରିୟାଣା ସମେତ ଅନେକ ରାଜ୍ୟରେ ହିଂସାତ୍ମକ ପ୍ରଦର୍ଶନ କରାଯାଇଥିଲା। ୟୁପି, ହରିୟାଣା, ପଞ୍ଜାବ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ଝାଡଖଣ୍ଡ, ଦିଲ୍ଲୀ ଏବଂ ରାଜସ୍ଥାନ ସମେତ ପ୍ରାୟ ୧୦ଟି ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ହରିୟାଣାର ରୋହତକ ଓ ବାଲେଶ୍ୱରରେ ଜଣେ ଲେଖାଏ ଆଶାୟୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ସେମାନେ ଦୀର୍ଘ ବର୍ଷ ହେଲା ସେନାରେ ନିଯୁକ୍ତି ପାଇଁ ପ୍ରସ୍ତୁତି କରିଥିଲେ। କିନ୍ତୁ ବର୍ତ୍ତମାନ ସେମାନଙ୍କ ବୟସ, ଅଗ୍ନିପଥର ନିର୍ଦ୍ଧାରିତ ବୟସ ଠାରୁ ଅଧିକ ହୋଇଥିବାରୁ ନିରାଶ ହୋଇ ଜୀବନ ହାରିଥିବା କୁହାଯାଉଛି। 


Also Read: Agnipath Scheme: ଅଗ୍ନିପଥ ଯୋଜନା କ’ଣ; ଜାଣନ୍ତୁ ଏହାର ଚୟନ, ଯୋଗ୍ୟତା ଓ ଆବେଦନ ପ୍ରକ୍ରିୟା


 


କେବଳ ଆଶାୟୀ ନୁହଁନ୍ତି, ପୂର୍ବତନ ସେନାଧିକାରୀମାନେ ମଧ୍ୟ  ଅଗ୍ନିପଥ ଯୋଜନାକୁ ବିରୋଧ କରୁଛନ୍ତି। ଭାରତୀୟ ସେନାକୁ ନେଇ କେନ୍ଦ୍ର ସରକାର ପରୀକ୍ଷା ନୀରିକ୍ଷା କରିବା ବନ୍ଦ କରନ୍ତୁ ବୋଲି ହରିୟାଣା ଓ ପଞ୍ଜାବର କିଛି ଅବସରପ୍ରାପ୍ତ ସେନା ଅଧିକାରୀ ସଙ୍ଘ କହିଛନ୍ତି। ଯୋଜନା ଅଧିନରେ ୪ ବର୍ଷ କାର୍ଯ୍ୟ କଲା ପରେ ସେମାନଙ୍କ ଭବିଷ୍ୟ କଣ ହେବ ବୋଲି ପ୍ରଶ୍ନ କରିବା ସହ ଆଗାମୀ ଦିନରେ ଅଗ୍ନିବୀରମାନେ ବିପଥଗାମୀ ହେବାର ସମ୍ଭାବନା ଥିବା ସଂଘ ଆଶଙ୍କା ପ୍ରକାଶ କରିଛି।