କଟକ: ଇନ୍ଦ୍ରଜିତ ନାମକୁ ସଫଳ କରିଛନ୍ତି ଓଡ଼ିଆ ଯୁବ ବୈଜ୍ଞାନିକ ଇନ୍ଦ୍ରଜିତ ସାହୁ। ଦିନେ ଭଙ୍ଗା ସ୍କୁଲ ଘରେ ବସି ପାଠ ପଢୁ ଥିବା ପିଲା ଆଜି ଦୁନିଆର ସବୁଠାରୁ ବଡ ବିଶ୍ଵବିଦ୍ୟାଳୟ ହାଭାର୍ଡରେ ଗବେଷଣା କରୁଛନ୍ତି। ଆଉ ତାହା ପୁଣି କ୍ୟାନସର ଔଷଧ ପାଇଁ। ଏହି ଉପଲବ୍ଧି ପାଇଁ ତିଗିରିଆ ବ୍ଲକ ପାଞ୍ଚଗାଁର ଇନ୍ଦ୍ରଜିତ ଆଜି ସାରା ଭାରତ ବର୍ଷ ପାଇଁ ଗର୍ବ ପାଲଟିଛନ୍ତି।


COMMERCIAL BREAK
SCROLL TO CONTINUE READING

ଇନ୍ଦ୍ରଜିତ ସାହୁ ଛୋଟ ବେଳେ ସରଳ ଓ ଶାନ୍ତ ସ୍ୱାଭବର ଥିଲେ। ସେ ପାଠ ପ୍ରତି ବିଶେଷ ଧ୍ୟାନ ଦେଉଥିଲେ। ପାଞ୍ଚଗାଁର ଗାଁ ସ୍କୁଲରୁ ହାଇସ୍କୁଲରେ ପାଠ ପଢା ଶେଷ କରି ଇନ୍ଦ୍ରଜିତ, ରେଭେନ୍ସା ମହାବିଦ୍ୟାଳୟରୁ ଜୁଲୋଜି ଅନର୍ସ ରଖି ବିଏସ୍‌ସି ପରୀକ୍ଷାରେ କୃତିତ୍ବର ସହ ଉତ୍ତୀର୍ଣ୍ଣ ହୋଇଥିଲେ। ୨୦୦୮ରେ ସେ ଓୟୁଏଟି ବିଶ୍ବବିଦ୍ୟାଳୟରୁ ମାଇକ୍ରୋ ବାୟୋଲୋଜି ବିଷୟରେ ଏମ୍ଏସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସେଠାରେ ଏକ ବର୍ଷ ପାଇଁ ଅଧ୍ୟାପନା କରିଥିଲେ।


Also Read: ଓଡ଼ିଶା ପୋଲିସରେ ନିଯୁକ୍ତି ସୁଯୋଗ; ଏତିକି ସଂଖ୍ୟକ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ମୋହର, ତିଆରି ହେବ ୨


୨୦୧୦ରେ ମୁମ୍ବାଇ ଟାଟା କ୍ୟାନ୍ସର ହସ୍ପିଟାଲ୍‌ରେ ଇନ୍ଦ୍ରଜିତ୍ ପିଏଚଡ଼ି କରିବା ସହିତ କ୍ୟାନ୍ସର ବାୟୋଲୋଜିରେ ଡକ୍ଟରେଟ୍ ହାସଲ କରିଥିଲେ। ପରେ ତାଙ୍କୁ ଇସ୍ରାଏଲ୍‌ର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ସାଢ଼େ ୫ ବର୍ଷ ପାଇଁ ବ୍ରେନ୍ ଡିଜିଜ୍ ସମ୍ବନ୍ଧୀୟ ପୋଷ୍ଟ ଡକ୍ଟରେଟ୍ ଗବେଷଣା ପାଇଁ ନିଯୁକ୍ତି ମିଳିଥିଲା। ୨୦୨୧ ମାର୍ଚ୍ଚ ମାସରୁ ବର୍ତ୍ତମାନ ପର୍ଯ୍ୟନ୍ତ ଇନ୍ଦ୍ରଜିତ୍, ହାଭାର୍ଡ଼ ବିଶ୍ୱବିଦ୍ୟାଳୟ (Harvard) ଓ ଡ଼ାନା ଫାର୍ବରରେ କ୍ଯାନସର ଔଷଧ ଏବଂ ଗବେଷଣା ପାଇଁ ଉଦ୍ୟମ ଜାରି ରଖିଛନ୍ତି।



ଇନ୍ଦ୍ରଜିତ ପାଠ ଏବଂ ଗବେଷଣା ଛଡା ଚିତ୍ରାଙ୍କନରେ ବେଶ ରୁଚି ରଖନ୍ତି। ଏହାସହ ସେ ପିଲାମାନଙ୍କୁ ପାଠ ପଢାଇବା ମଧ୍ୟକୁ ବେଶ ପସନ୍ଦ କରନ୍ତି। ସୁନ୍ଦର ଉପସ୍ଥାପନା ଦକ୍ଷତା ପାଇଁ ବିଦେଶରେ ୧୦ଟି ଦେଶରେ ତାଙ୍କର ଏହି କ୍ୟାନସର ଗବେଷଣା ଉପରେ ନିଜେ ଉପସ୍ଥାପନା କରିଛନ୍ତି। ବିଭିନ୍ନ ପ୍ରତିଯୋଗୀତାରେ ୧୨ରୁ ଅଧିକ ପୁରସ୍କାର ମଧ୍ଯ ହାତେଇଛନ୍ତି। ଏତଦ୍ ବ୍ୟତୀତ ୟୁରୋପିଆନ ୟୁନିଅନ ପକ୍ଷରୁ ୧.୫ (ଦେଢ କୋଟି) ଟଙ୍କାର ପୁରସ୍କାର ମଧ୍ୟ ତାଙ୍କୁ ମିଳିଛି। ତାଙ୍କର ଏହି ସଫଳତା ପାଇଁ ତାଙ୍କର ମାଆ, ସ୍ତ୍ରୀ ଏବଂ ଅଞ୍ଚଳବାସି ଗର୍ବ ଅନୁଭବ କରନ୍ତି।