ଓଡ଼ିଶା ପୋଲିସରେ ନିଯୁକ୍ତି ସୁଯୋଗ; ଏତିକି ସଂଖ୍ୟକ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ମୋହର, ତିଆରି ହେବ ୨୮ ଆଉଟପୋଷ୍ଟ୍
Advertisement
Article Detail0/zeeodisha/odisha1160361

ଓଡ଼ିଶା ପୋଲିସରେ ନିଯୁକ୍ତି ସୁଯୋଗ; ଏତିକି ସଂଖ୍ୟକ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ମୋହର, ତିଆରି ହେବ ୨୮ ଆଉଟପୋଷ୍ଟ୍

ରାଜ୍ୟ ପୋଲିସରେ ୨୮ଟି ସ୍ଥାୟୀ ପୋଲିସ ଆଉଟପୋଷ୍ଟ ଓ ୧୯୬ଟି ପଦବୀକୁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ମଞ୍ଜୁର କରିଛନ୍ତି। ୧୯୬ଟି ପଦବୀରେ ୨୮ଟି ସବ୍‌ଇନ୍‌ସପେକ୍ଟର ଓ ୧୬୮ଟି କନେଷ୍ଟବଳ ପଦବୀ ରହିଛି।

ଓଡ଼ିଶା ପୋଲିସରେ ନିଯୁକ୍ତି ସୁଯୋଗ; ଏତିକି ସଂଖ୍ୟକ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ମୋହର, ତିଆରି ହେବ ୨୮ ଆଉଟପୋଷ୍ଟ୍

ଭୁବନେଶ୍ୱର: ଓଡିଶା ପୋଲିସରେ ନିଯୁକ୍ତି ସୁଯୋଗ ମିଳିବ। ଗୁରୁବାର ରାଜ୍ୟ ସରକାର ୨୮ଟି ସ୍ଥାୟୀ ପୋଲିସ ଆଉଟପୋଷ୍ଟ ଓ ୧୯୬ଟି ପଦବୀକୁ ମଞ୍ଜୁରୀ ଦେଇଛନ୍ତି। ତେବେ ନିଯୁକ୍ତି ନେଇ ଖୁବଶୀଘ୍ର ବିଜ୍ଞପ୍ରି ପ୍ରକାଶ ପାଇବ ବୋଲି ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି। 

ରାଜ୍ୟ ପୋଲିସରେ ୨୮ଟି ସ୍ଥାୟୀ ପୋଲିସ ଆଉଟପୋଷ୍ଟ ଓ ୧୯୬ଟି ପଦବୀକୁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ମଞ୍ଜୁର କରିଛନ୍ତି। ୧୯୬ଟି ପଦବୀରେ ୨୮ଟି ସବ୍‌ଇନ୍‌ସପେକ୍ଟର ଓ ୧୬୮ଟି କନେଷ୍ଟବଳ ପଦବୀ ରହିଛି। ପୋଲିସ ବିଭାଗ (Odisha Police) ର ଅନ୍ୟାନ୍ୟ ପଦବୀ ଗୁଡିକର ପୁନଃ-ବଣ୍ଟନ (By way of Redistribution) ଦ୍ବାରା ଏହି ପଦବୀ ଗୁଡିକ ସୃଷ୍ଟି କରାଯାଇଛି। ଏହାଦ୍ବାରା ସମୁଦାୟ ୧୯୬ଟି ନୂତନ ପଦବୀ ସୃଷ୍ଟି ହୋଇଛି।

Also Read: Silver Line Project ବିବାଦ: କଂଗ୍ରେସ କର୍ମୀଙ୍କୁ ନିସ୍ତୁକ ପିଟିଲା ପୋଲିସ, କ୍ୟାମେରାରେ ଧରାପଡି

ନୂତନ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ରାଜ୍ୟର ୨୮ଟି ସ୍ଥାୟୀ ପୋଲିସ ଆଉଟପୋଷ୍ଟ (Police Outpost) ରେ ନିଯୁକ୍ତ ହେବେ। ପ୍ରତ୍ୟେକ ଆଉଟପୋଷ୍ଟରେ ଜଣେ ସବ୍‌ଇନିସ୍‌ପେକ୍ଟର ଓ ୬ ଜଣ ଲେଖାଏଁ କନେଷ୍ଟବଳ ନିୟୋଜିତ ହେବେ। ଆଇନ ଶୃଙ୍ଖଳା ଠାରୁ ଆରମ୍ଭ କରି ବିଭିନ୍ନ ଅପରାଧିକ ତଦନ୍ତ କ୍ଷେତ୍ରରେ ସେମାନେ ଦାୟିତ୍ବ ନିର୍ବାହ କରିବେ। ଏହାଦ୍ବାରା ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବାସ୍ଥା ଅଧିକ ଦୃଢ ହୋଇପାରିବ। ଏହି ନୂତନ ପଦବୀ ଗୁଡିକ ରାଜ୍ୟ ସରକାରଙ୍କ ORV Act ସମେତ ନିଯୁକ୍ତି ନିୟମାବଳୀର ସମସ୍ତ ବ୍ୟବସ୍ଥା ଅନୁଯାୟୀ ପୂରଣ କରାଯିବ।