Odisha Govt Job 2024: ଆଶାୟୀଙ୍କ ପାଇଁ ଖୁସି ଖବର।  ଓଡିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ବାହାରିଲା ବିଜ୍ଞପ୍ତି। ଟ୍ରାଫିକ କନଷ୍ଟେବଳ ପଦବୀ ପାଇଁ ବାହାରିଛି ବମ୍ପର ନିଯୁକ୍ତି।  ଯଦି କୌଣସି ଆଶାୟୀ ଟ୍ରାଫିକ କନଷ୍ଟେବଳ ପଦବୀରେ ଆବେଦନ କରିବାକୁ ଚାହୁଁଛନ୍ତି । ତେବେ, ଆଜିହିଁ  ଆବେଦନ କରନ୍ତୁ। ଏନେଇ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଠାରେ ଜାଣନ୍ତୁ କିପରି କରିବେ ଆବେଦନ? 


COMMERCIAL BREAK
SCROLL TO CONTINUE READING

ଆବେଦନ କରିବାର ଗୁରୁତ୍ବପୂର୍ଣ୍ଣ ତାରିଖ:
-ମାର୍ଚ୍ଚ ୨୮ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନଲାଇନ୍ ପଞ୍ଜୀକରଣ ପାଇଁ ଶେଷ ତାରିଖ ଏପ୍ରିଲ୍ ୨୭ ରହିଥିବା ବେଳେ ଫର୍ମ ଦାଖଲର ଶେଷ ତାରିଖ ଏପ୍ରିଲ ୩୦ ରହିଛି। ସେହିପରି, ଅନଲାଇନ୍ ଆବେଦନ ଫର୍ମର ସମ୍ପାଦନା ତାରିଖ ୨୮ ମାର୍ଚ୍ଚରୁ ୨ ମେ ରହିଛି। 


ଶିକ୍ଷାଗତ ଯୋଗ୍ୟତା ବା ଆବଶ୍ୟକ ହେଉଥିବା ଡକ୍ୟୁମେଣ୍ଟ :
-ଦଶମ ଶ୍ରେଣୀ ମାର୍କ ସିଟ୍
-ଦ୍ୱାଦଶ ଶ୍ରେଣୀ ମାର୍କ ସିଟ୍
- ପାସପୋର୍ଟ ସାଇଜ୍ ଫଟୋ ଏବଂ ଦସ୍ତଖତ
-କାଷ୍ଟ ସାର୍ଟିଫିକେଟ୍
-ମୋବାଇଲ୍ ନମ୍ବର ଏବଂ ଇମେଲ୍ ID
- ଆଧାର କାର୍ଡ
-ଅନ୍ୟ କୌଣସି ପ୍ରଯୁଜ୍ୟ ଡକ୍ୟୁମେଣ୍ଟ୍


ବୟସ ସୀମା :
-ଆଶାୟୀଙ୍କ ବୟସ ସୀମା  ୨୧ ରୁ ୨୮ ବର୍ଷ ବୟସ ମଧ୍ୟରେ ହେବା ଜରୁରୀ ଅଟେ।


ଅନଲାଇନ୍ ରେ ଏମିତି କରନ୍ତୁ ଆବେଦନ :
ଆଶାୟୀମାନେ ପ୍ରଥମେ ଅଫିସିଆଲ୍ ଓ୍ବେବସାଇଟ୍  www.ossc.gov.in କୁ ଯାଆନ୍ତୁ।  ପରେ ନିଯୁକ୍ତି ସେକ୍ସନରେ କ୍ଲିକ୍ କରନ୍ତୁ।ଏବଂ 
 ଓଏସଏସସି ଟ୍ରାଫିକ୍ କନଷ୍ଟେବଲ୍ ନିଯୁକ୍ତି ୨୦୨୪ ଲିଙ୍କ୍ ଖୋଜି ଏଥିରେ କ୍ଲିକ୍ କରନ୍ତୁ। ସଠିକ୍ ବିବରଣୀ ପଢି ଫର୍ମ ଫିଲପ୍ କରନ୍ତୁ । ଏବଂ ଆବଶ୍ୟକ ଅନୁସାରେ ଡକ୍ୟୁମେଣ୍ଟ ଅପଲୋଡ୍ କରନ୍ତୁ। ଏବଂ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଫର୍ମ ଦାଖଲ କରନ୍ତୁ ।