)
Top 10 News Today
1. ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହାର ନୈରାଶ୍ୟଜନକ ହୋଇଛି। ୫ଟି ଯାକ ଲୋକସଭା ନିର୍ବାଚନ ମଣ୍ଡଳୀକୁ ଅନୁଶୀଳନ କଲେ ରାଜ୍ୟରେ ହାରାହାରି ପ୍ରାୟ ୬୦.୭୨ ପ୍ରତିଶତ ମତଦାନ ହୋଇଛି। ନିର୍ବାଚନ କମିଶନଙ୍କ ମତଦାନ ଆପ୍ଲିକେସନ୍ରୁ ଏହା ସ୍ପଷ୍ଟ ହୋଇଛି। ସବୁଠାରୁ ଅଧିକ ମତଦାନ ବରଗଡ଼ ଲୋକସଭା ମଣ୍ଡଳୀରେ ହୋଇଥିବାବେଳେ ସବୁଠାରୁ କମ୍ ମତଦାନ ଆସ୍କାରେ ହୋଇଛି। ଏଠାରେ ହାରାହାରି ମତଦାନ ହାର ୫୫.୬୫ ପ୍ରତିଶତ ରହିଥିବା ଦର୍ଶାଯାଇଛି। ସେହିପରି ବରଗଡ଼ରେ ୬୬.୧୪%, ବଲାଙ୍ଗୀରରେ ୬୧.୩୫%, କନ୍ଧମାଳରେ ୫୭.୪୬% ଏବଂ ସୁନ୍ଦରଗଡ଼ରେ ୬୨.୩୬% ହୋଇଥିଲା।
2. ନିର୍ବାଚନ ପରବର୍ତ୍ତୀ ସମୟରେ ହିସା ଦେଖିବାକୁ ମିଳିଛି। ବୌଦ୍ଧ ଜିଲ୍ଲାରେ ଉତ୍ତେଜନା ଉଗ୍ର ହୋଇଛି ଯେ ପୁଲିସକୁ ଫାଙ୍କା ଗୁଳିଚାଳନା କରିବାକୁ ପଡ଼ିଛି। ଲୋକେ ଭୋଟ ଦେବାରୁ ବଞ୍ଚିତ ହୋଇ ଆନ୍ଦୋଳନ କରୁଥିବା ବୋଳେ ପୁଲିସ ଉପରକୁ ଢେଲା ପକାଇଥିଲେ। ଏହାପରେ ଉତ୍ତେଜନା ଆରମ୍ଭ ହୋଇଥିଲା। ଘଟଣା ଘଟିଛି ମହାଶ୍ୱର ପିଣ୍ଡାର ଗାଁର ୨୮ ନମ୍ବର ବୁଥରେ। ପ୍ରିଜାଇଡିଂ ଅଧିକାରୀ ପକ୍ଷପାତିତା କରିଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଅଧିକାରୀ ଏକ ନିର୍ଦ୍ଦିଷ୍ଟ ଚିହ୍ନରେ ଭୋଟ ଦେବାକୁ କହିଥିବା ଅଭିଯୋଗ ହୋଇଛି।
3. ସେହିପରି ସୁନ୍ଦରଗଡ଼ରେ ଭୋଟ୍ ଦେବାରୁ ବଞ୍ଚିତ ହେବାରୁ ଦର୍ଲିପାଲିର ୧୪୯ନମ୍ବର ବୁଥରେ ପୁଲିଂ ଅଧିକାରୀଙ୍କୁ ତାଲା ପକାଇ ଦେଇଛନ୍ତି ଗ୍ରାମବାସୀ। ସ୍ଥାନୀୟ ଅଧିକାରୀ ଏ ନେଇ ଗ୍ରାମବାସୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି।
4. ସେହିପରି ଗଞ୍ଜାମ ଜିଲ୍ଲାର ଆସ୍କା ନିର୍ବାଚନ ମଣ୍ଡଳୀର ପୋଲସରାଠାରେ ଦୁଇ ଗୋଷ୍ଠୀ ଭିତରେ ହାତାହାତି ହେତୁ ତିନିଜଣ ଆହତ ହୋଇଛନ୍ତି। ଭୋଟକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଦେିଛି। ଗୋଟିଏ ଗୋଷ୍ଠୀର ଦୁଇଜଣ ଓ ଅନ୍ୟ ଗୋଷ୍ଠୀର ଜଣେ ଆହତ ହୋଇଛନ୍ତି। ଆହତଙ୍କୁ କବିସୂର୍ଯ୍ୟନଗର ଓ ପରେ ବ୍ରହ୍ମପୁର ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି। ୧୩ ତାରିଖ ଦିନ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସମୟରେ ମଧ୍ୟ ଅନୁରୂପ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା। ଯେଉଁଥିରେ ବିଜେପି ଲୋକସଭା ପ୍ରାର୍ଥୀ ଆହତ ହୋଇଥିବା ଅଭିଯୋଗ ହୋଇଛି।
5. ନିର୍ବାଚନ ସମୟରେ ଇଭିଏମ୍ ତ୍ରୁଟି ହେବାରୁ ସେଗୁଡ଼ିକୁ ବଦଳାଯାଇଛି। ୭ଟାରୁ ୧୨ଟା ଭିତରେ ସମୁଦାୟ ଇଭିଏମ୍ ବଦଳାଯାଇଛି। ଏଥିରେ ୪୮ ବ୍ୟାଲଟ ୟୁନିଟ ଓ ୪୮ ନିୟନ୍ତ୍ରଣ ୟୁନିଟ ରହିଛି। ଯଦି ଗୋଟିଏ ଅସୁବିଧା ହେଲା ତେବେ ଦୁଇଟି ଯାକ ହୋଇଥାଏ। ଏଣୁ ପ୍ରୋଟୋକଲ ଅନୁସାରେନି ସମାନସଂଖ୍ୟାରେ ବ୍ୟାଲଟ ଓ ନିୟନ୍ତ୍ରଣ ୟୁନିଟ ବଦଳାଯାଇଥିବା କହିଛନ୍ତି ଶ୍ରୀ ଧଳ। ଏହା ସହ ୧୧୭ ଭିଭିପ୍ୟାଟ୍ ବଦଳାଯାଇଥିବା ସେ କହିଛନ୍ତି ।
6. ଦ୍ୱିତୀୟ ପର୍ଯ୍ୟାୟ ଭୋଟରେ ବିଜେଡିକୁ ସଫଳତା ମିଳିବ ବୋଲି ବୟାନ ଦେଇଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ୩୫ରୁ ୩୦ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ବିଜୟୀ ହେବେ ବୋଲି ସେ କହିଛନ୍ତି।
7. ଏହି ପର୍ଯ୍ୟାୟରେ ୫ଟି ଲୋକସଭା ଓ ୩୫ଟି ବିଧାନସଭା ପାଇଁ ଭୋଟଗ୍ରହଣ କରାଯାଇଥିଲା। ଏହି ସଂସଦୀୟ ନିର୍ବାନ ମଣ୍ଡଳୀଗୁଡ଼ିକ ହେଉଛି ସୁନ୍ଦରଗଡ଼, ଆସ୍କା, କନ୍ଧମାଳ, ବରଗଡ଼ ଏବଂ ବଲାଙ୍ଗୀର। ଏଥିରେ ଭଲ ପ୍ରଦାର୍ଶନ କରିଛି ବୋଲି କହିଥିଲେ ମଧ୍ୟ ଦଳ କେତେ ଆସନ ଜିତିବ ତାହା କହି ନାହାନ୍ତି ସସ୍ମିତ।
8. ସକାଳେ ପ୍ରଧାନମନ୍ତ୍ରୀ, ସନ୍ଧ୍ୟାରେ ପାଣ୍ଡିଆନ୍ଙ୍କ ରୋଡ୍ ଶୋ’ ଦେଖିଛି ପୁରୀ ସହର। ନିର୍ବାଚନ ପାଖେଇ ଆସୁଥିବାରୁ ପୁରୀକୁ କୌଣସି ପରିସ୍ଥିତିରେ ହାତଛଡ଼ା କରିବାକୁ ଚାହୁଁ ନାହାନ୍ତି ଉଭୟ ଦଳ। ସକାଳେ ପ୍ରଧାନମନ୍ତ୍ରୀ ଶ୍ରୀ ମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ରାସ୍ତାରେ ଶୋଭାଯାତ୍ରା କରିଥିଲେ। ଅପରପକ୍ଷେ ସନ୍ଧ୍ୟାରେ ବିଜେଡି ପକ୍ଷରୁ ଭିକେ ପାଣ୍ଡିଆନ୍ ମଧ୍ୟ ରୋଡ୍ ଶୋ କରି ବିଜେଡିର ଶକ୍ତି ପ୍ରଦାର୍ଶନ କରିଛନ୍ତି।
9. ସେହିପରି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋଡ ଶୋ’ କରିଛନ୍ତି।ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ହାଇଟେକ୍ ବସରେ ଆସି ଶୋ’ରେ ଯୋଗ ଦେଇଥିଲେ। ନିର୍ବାଚନ ଇସ୍ତହାରରେ ଥିବା ବିଜୁଳି ବିଲ୍ ଛାଡ଼କୁ ନେଇ ସେ ପ୍ରଚାର କରିଥିଲେ। ଏହା ସହ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ କହିଥିଲେ।
10. ନୂଆପଡ଼ା ଜିଲ୍ଳା ସୁନାବେଡ଼ା ଜଙ୍ଗଲ ଭିତେ ମାଓବାଦୀ ଓ ଏସ୍ଓଜି ଯବାନଙ୍କ ଭିତରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ଯବାନଙ୍କ ନାଁ ହେଉଛି ପ୍ରକାଶ ସାଇ ତାଙ୍କୁ ରାୟପୁରଠାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ଅବସ୍ଥା ଠିକ୍ ଥିବା କହିଛନ୍ତି ନୂଆପଡ଼ା ଏସ୍ପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର।