Odisha High Court Recruitment 2023: ଓଡ଼ିଶା ହାଇକୋର୍ଟରେ ଚାକିରି ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ହାଇକୋର୍ଟ ପକ୍ଷରୁ ଏକ ନୂତନ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀମାନେ ଓଡି଼ଶା ହାଇକୋର୍ଟର ଅଫିସିଆଲ୍ ୱେବ୍‌ସାଇଟ୍ www.orissahighcourt.nic.in କୁ ଯାଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହୁଁଥିଲେ Odisha High Court DEO Recruitment Notificationରେ କ୍ଲିକ୍‌ କରି ଦେଖିପାରିବେ । ଅନଲାଇନ ଆବେଦନ ଡିସେମ୍ବର ୮ରୁ ଆରମ୍ଭ ହୋଇ ୨୭ ତାରିଖ ଯାଏଁ ଚାଲିବ ।


COMMERCIAL BREAK
SCROLL TO CONTINUE READING

ଖାଲି ପଡ଼ିଥିବା ପଦବୀ


UR – ୧୫ଟି ପୋଷ୍ଟ୍


SEBC – ୦୪ଟି ପୋଷ୍ଟ୍


SC – ୦୯ଟି ପୋଷ୍ଟ୍


ST – ୦୬ଟି ପୋଷ୍ଟ୍


ମୋଟ ପଦବୀ – ୩୪ଟି ପୋଷ୍ଟ୍


ଶିକ୍ଷାଗତ ଯୋଗ୍ୟତା


କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତର ଡିଗ୍ରୀ ସହ ପିଜିଡ଼ିସିଏରେ କମ୍ପ୍ୟୁଟର ନଲେଜ ।


ବୟସ


ସର୍ବନିମ୍ନ ବୟସ ୨୧ ବର୍ଷ ରହିଥିବା ବେଳେ ସର୍ବାଧିକ ବୟସ ୩୨ ବର୍ଷ ରଖାଯାଇଛି । କିନ୍ତୁ ଓବିସିଙ୍କ ପାଇଁ ୩ ବର୍ଷ, ST/SC/PWD/Ex- Servicemenଙ୍କ ପାଇଁ ୫ ବର୍ଷ , PWD+SC+STଙ୍କ ପାଇଁ ୧୫ ବର୍ଷ ବୟସ ସୀମା କୋହଳ କରାଯାଇଛି ।


ଦରମା


ସର୍ବନିମ୍ନ ଦରମା- ୧୯,୯୦୦ ଟଙ୍କା


ସର୍ବାଧିକ ଦରମା-୬୩,୨୦୦ ଟଙ୍କା


ଆବଶ୍ୟକ ଡକ୍ୟୁମେଣ୍ଟ


1-SC ସାର୍ଟିଫିକେଟ୍ ଓ ମାର୍କ ସିଟ୍


2-+ ୨, + ୩ ସାର୍ଟିଫିକେଟ୍ ,ମାର୍କ ସିଟ୍ ଓ କମ୍ପ୍ୟୁଟର ସାର୍ଟିଫିକେଟ୍


3-ପରିଚୟ ପତ୍ର


4-ଜାତିଗତ ପ୍ରମାଣପତ୍ର


5-ଆବାସିକ ପ୍ରମାଣପତ୍ର


6- ଫଟୋଗ୍ରାଫ୍


ଆବେଦନ ଶୁଳ୍କ


SC / ST / OBC / PhD ପ୍ରାର୍ଥୀ – ଦେୟ ମୁକ୍ତ, ସାଧାରଣ ବର୍ଗ / SEBC – ୫୦୦ ଟଙ୍କା


ଆବେଦନ ପକ୍ରିୟା


ଅଫିସିଆଲ ୱେବସାଇଟ www.orissahighcourt.nic.in  କୁ ଯାଆନ୍ତୁ । ସେଠାରେ Quick Link – Recruitment Corner – Examination Portal କୁ ଯାଇ Junior Grade Typist / Data Entry Operator 2023 ଉପରେ କ୍ଲିକ୍ କରନ୍ତୁ । ସେଠାରେ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପଲୋଡ୍ କରି ଫର୍ମ ଫିଲପ କରନ୍ତୁ ।