CPET-2022 and PG admission: ଆଡଭାସନ୍ସ ହେଲାଣି ରାଜ୍ୟର ଶିକ୍ଷା ବ୍ୟବସ୍ଥା ଯୁକ୍ତ ତିନି ପରୀକ୍ଷା ନ ସରୁଣୁ ପିଜି ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୋମବାର ଓଡିଶା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କମନ ପିଜି ଏଣ୍ଟ୍ରାସ ଟେଷ୍ଟ (CPET-2022) ଓ ପିଜି ଇ-ନାମଲେଖା ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅନ୍ୟପଟେ ରାଜ୍ୟର ଅନେକ କଲେଜରେ ଯୁକ୍ତ ତିନି ଶେଷ ବର୍ଷର ଷଷ୍ଠ ସେମିଷ୍ଟର ପରୀକ୍ଷା ଶେଷ ହୋଇନଥିବା ସୂଚନା ମିଳିଛି।


COMMERCIAL BREAK
SCROLL TO CONTINUE READING

୨୦୨୨-୨୩ ଶିକ୍ଷାବର୍ଷ ପିଜି ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ସେଥିରେ CPET-2022 ଓ ପିଜି ନାମଲେଖା ପ୍ରକ୍ରିୟାର ସମସ୍ତ ବିବରଣୀ ଦିଆଯାଇଛି। ଅଧିକ ସୂଚନା ପାଇଁ କମନ ଆପ୍ଲିକେସନ ଫର୍ମ ଦେଖିବାକୁ ଉଚ୍ଚଶିକ୍ଷା ବିଭାଗ କହିଛି। ଇଚ୍ଛୁକ ଛାତ୍ରଛାତ୍ରୀମାନେ www.samsodisha.gov.in ରେ ଲଗଇନ୍ କରି ଫର୍ମ ପୂରଣ କରିପାରିବେ। ଜୁନ ୨୭ରୁ ଜୁଲାଇ ୧୨ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଫର୍ମ ପୁରଣ କରିବେ। ଜୁଲାଇ ୧୩ ଓ ୧୪ ତାରିଖରେ ଫର୍ମ କରେକ୍ସନ କରିହେବ।


Also Read: Board Exam Result 2022 : ପ୍ରକାଶ ପାଇଲା ପରୀକ୍ଷା ଫଳ, ଦଶମରେ ୯୦% ଓ ଦ୍ୱାଦଶରେ ୯୪% ପାସ୍


ଜୁଲାଇ ୨୦ ତାରିଖରେ ହଲ ଟିକଟ ଉପଲବ୍ଧ ହେବ। ଅଗଷ୍ଟ ପହିଲାରୁ ଅଗଷ୍ଟ ୧୩ ତାରିଖ ଯାଏ (୭, ୯ ଓ ୧୧ ତାରିଖ ବାଦ) CPET-2022 ହେବ। ଅଗଷ୍ଟ ୨୫ରେ ମେରିଟ ଲିଷ୍ଟ ବାହାରିବ। ଅଗଷ୍ଟ ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ସେମାନଙ୍କ ବିଷୟ ଚୟନ କରିବେ। ସେପ୍ଟେମ୍ବର ୫ରେ ପ୍ରଥମ ପର୍ଯ୍ୟାୟ ସିଟ୍ ଆଲଟମେଣ୍ଟ ହେବ। ସେପ୍ଟେମ୍ବର ୬ ଓ ୭ ତାରିଖରେ ନାମଲେଖା ହେବ। ସେପ୍ଟମ୍ବର ୧୩ରେ ଦ୍ୱିତୀୟ ପର୍ଯ୍ୟୟ ମେରିଟ ଲିଷ୍ଟ ବାହାରିବାକୁ ଥିବା ବେଳେ ୧୪ ଓ ୧୪ ତାରିଖରେ ନାମଲେଖା ପାଇଁ ଦିନ ଧାର୍ଯ୍ୟ ହୋଇଛି।



ଯଦି କିଛି ସିଟ ଫାଙ୍କା ରହିଯାଏ ତେବେ ସେପ୍ଟେମ୍ବର ୨୦ ତାରିଖରେ ସାମ୍ସ ୱେବସାଇଟରେ ବିଜ୍ଞପ୍ତି ବାହାରିବ। ୨୩ ତାରିଖରେ ସ୍ପଟ ଆଡମିସନର ମେରିଟ ଲିଷ୍ଟ ପ୍ରକାଶ ପାଇବ। ଆଉ ୨୪ରୁ ୨୬ ସେପ୍ଟେମ୍ବର ନାମଲେଖା ହେବ। ଏହା ବ୍ୟତୀତ ସେପ୍ଟେମ୍ବର ୨୮ରେ ଫାଇନାଲ ସ୍ପଷ୍ଟ ସିଲେକସନ ମେରିଟ ଲିଷ୍ଟ ପ୍ରକାଶ ପାଇବାକୁ ଥିବା ବେଳେ ୨୯ ଓ ୩୦ ସେପ୍ଟେମ୍ବର ଦୁଇ ଦିନ ନାମଲେଖା ହେବ। ତେବେ ଆଡମିସନ ଫି ନେଇ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ହେବ।  ଇ-ନାମଲେଖା ପାଇଁ ସବିଶେଷ ତଥ୍ୟ ଜାଣିବା ପାଇଁ ଟୋଲ ଫ୍ରି ନଂ- ୧୫୫୩୩୫ ଓ ୧୮୦୦୩୪୫୬୭୭୦ ଜାରି କରାଯାଇଛି।


Also Read: Odisha 10th Result 2022 : ଜୁନ ସରିବାକୁ ୧୦ ଦିନ, ଜାଣନ୍ତୁ କେମିତି ଚେକ୍ କରବେ ପରୀକ୍ଷା ଫଳ


ବର୍ତ୍ତମାନ ମଧ୍ୟ ରାଜ୍ୟର ଅନେକ କଲେଜରେ ଯୁକ୍ତ ତିନିର ଷଷ୍ଠ ସେମିଷ୍ଟର ପରୀକ୍ଷା ଶେଷ ହୋଇନାହିଁ। ନୟାଗଡ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆସନ୍ତା ୨୩ ତାରିଖରେ UG-2019 ଷଷ୍ଠ ସେମିଷ୍ଟରର ରେଗୁଲାର ଓ ବ୍ୟାକ ପେପର ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହୋଇ ସେପ୍ଟେମ୍ବର ୨୫ରେ ଶେଷ ହେବ। ସେହିପରି UG-2022 ଷଷ୍ଠ ମିଡ୍ ସେମ୍ ପରୀକ୍ଷା ଗତ ୧୮ ତରିଖରୁ ଆରମ୍ଭ ହୋଇଥିବା ବେଳେ ଜୁନ ୨୨ରେ ଶେଷ ହେବ।



ସେହିପରି ଖୋର୍ଦ୍ଧା ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ ମଧ୍ୟ ଯୁକ୍ତ ତିନି ଷଷ୍ଠ ସେମିଷ୍ଟର ପରୀକ୍ଷା ସୂଚୀ ଜାରି କରିଛି। ଜୁଲାଇ ୬ରୁ ଜୁଲାଇ ୮ ପର୍ଯ୍ୟନ୍ତ ଏହି କଲେଜରେ ପ୍ରାକ୍ଟିକାଲ ପରୀକ୍ଷା ହେବ। ଜୁଲାଇ ୧୨ରୁ ଥିଓରୀ ପରୀକ୍ଷା ଆରମ୍ଭ ହେବ ଏବଂ ଏହା ଜୁଲାଇ ୨୦ରେ ଶେଷ ହେବ। କେବଳ ନୟାଗଡ କି ଖୋର୍ଦ୍ଧା ନୁହଁ ବରଂ ରାଜ୍ୟର ଅନେକ କଲେଜରେ ଯୁକ୍ତି ତିନି ଶେଷ ବର୍ଷର ପରୀକ୍ଷା ଶେଷ ହୋଇନାହିଁ କିମ୍ବା ଆରମ୍ଭ ହୋଇନାହିଁ। ଏଭଳି ସ୍ଥିତିରେ ପିଲା କିପରି ପିଜି ପାଇଁ ପ୍ରସ୍ତୁତ ହେବେ ଆଉ ପ୍ରବେଶିକା ପରୀକ୍ଷା ଦେବେ ତାହାକୁ ନେଇ ପ୍ରଶ୍ନ ଉଠୁଛି।