Post Office Recruitment 2023: ଦଶମ ପାସ୍ କରିିଥିବା ପ୍ରାର୍ଥୀଙ୍କ ପୋଷ୍ଟ ଅଫିସରେ ବମ୍ଫର ନିଯୁକ୍ତି, ଜାଣନ୍ତୁ ରାଜ୍ୟରେ କେତେ ପଦବୀ ରହିଛି ଖାଲି?

India Post 30041 Vacancies: ପୋଷ୍ଟ ଅଫିସ୍ ନିଯୁକ୍ତି ୨୦୨୩ ଅଧୀନରେ ଇଣ୍ଡିଆ ପୋଷ୍ଟ ୩୦୦୪୧ ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରାର୍ଥୀମାନେ ୨୩ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ଏହି ଚାକିରୀ ପାଇଁ ଆବେଦନ କରିପାରିବେ । ଦଶମ ପାସ୍ କରିଥୀବା ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଯୋଗ୍ୟ । ମନୋନୀତ ପ୍ରାର୍ଥୀମାନେ ଗ୍ରାମିଣ ଡାକ ସେବା (GDS), ବ୍ରାଞ୍ଚ ପୋଷ୍ଟ ମାଷ୍ଟର (BPM), ଆସିଷ୍ଟାଣ୍ଟ ବ୍ରାଞ୍ଚ ପୋଷ୍ଟମାଷ୍ଟର (ABPM) / ଡାକ ସେବକ ପଦବୀରେ ନିଯୁକ୍ତି ପାଇବେ ।

ଜୀ ଓଡ଼ିଶା ଡେସ୍କ Fri, 11 Aug 2023-4:37 pm,
1/5

India Post 30041 Vacancies: ଯୋଗାଯୋଗ ମନ୍ତ୍ରଣାଳୟ ଅଧୀନରେ ଥିବା ପୋଷ୍ଟ ବିଭାଗର ଏକ ଅଂଶ ଇଣ୍ଡିଆ ପୋଷ୍ଟ । ଇଣ୍ଡିଆ ପୋଷ୍ଟ ହେଉଛି ଏକ ସରକାରୀ ଚାଳିତ ଡାକ ବ୍ୟବସ୍ଥା ଯାହାକି ଭାରତରେ ୨୩ଟି ସର୍କଲରେ ରହିଛି । Www.indiapostgdsonline.gov.in ମାଧ୍ୟମରେ ଏହାର ଆବେଦନ କରାଯାଇପାରିବ ।

 

2/5

ଦଶମ ପାସ୍ କରି ସରକାରୀ ଚାକିରି ଖୋଜୁଥିବା ଆଶୟୀଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ । ୧୮ ରୁ ୪୦ ବର୍ଷ ବୟସର ଲୋକମାନେ ଭଲ ବେତନ ଓ ଅନେକ ସୁବିଧା ସହିତ ସରକାରୀ ସଂଗଠନ ଅଧୀନରେ ନିଜ କ୍ୟାରିଅରକୁ ସୁରକ୍ଷିତ କରିପାରିବେ । ଦଶମ ମାର୍କ ଆଧାରରେ ପ୍ରାର୍ଥୀ ଚୟନ କରାଯିବ ।

 

3/5

ଗ୍ରାମିଣ ଡାକ ସେବା (ଜିଡିଏସ୍), ବ୍ରାଞ୍ଚ ପୋଷ୍ଟ ମାଷ୍ଟର (ବିପିଏମ୍), ଆସିଷ୍ଟାଣ୍ଟ ବ୍ରାଞ୍ଚ ପୋଷ୍ଟମାଷ୍ଟର (ଏବିପିଏମ୍) / ଡାକ ସେବକଙ୍କ ଦରମା ବିବରଣୀ ଦେଖନ୍ତୁ । ABPM / GDS- Rs ୧୦,୦୦୦/- ରୁ Rs ୨୪,୪୭୦/- BPM- Rs. ୧୨,୦୦୦/- ରୁ Rs. ୨୯,୩୮୦ /- ଦରମା ରହିବ । BMP (ବ୍ରାଞ୍ଚ ପୋଷ୍ଟ ମାଷ୍ଟର) ବର୍ଗର ପ୍ରାର୍ଥୀମାନେ ୧୨ ହଜାରରୁ ୨୯,୩୮୦ ପର୍ଯ୍ୟନ୍ତ TRCA ସ୍ଲାବ ପାଇବେ । ଏବିପିଏମ୍ (ଆସିଷ୍ଟାଣ୍ଟ ବ୍ରାଞ୍ଚ ପୋଷ୍ଟ ମାଷ୍ଟର) / ଜିଡିଏସ୍ ବର୍ଗର ପ୍ରାର୍ଥୀମାନେ ୧୦ ହଜାରରୁ ୨୪,୪୭୦ ଟଙ୍କା ଦରମା ପାଇବେ ।

 

4/5

ଇଣ୍ଡିଆନ୍ ପୋଷ୍ଟର ୩୦,୦୦୦ ରୁ ଅଧିକ ପଦବୀ ବାହାରିଛି । ଓଡ଼ିଶା ପାଇଁ ମୋଟ ୧୨୦୦ଟି ପଦବୀ ଖାଲି ରହିଛି । ଏଠାରେ ଦେଖନ୍ତୁ କେଉଁ ରାଜ୍ୟରେ କେଉଁ ବର୍ଗରେ କେତେ ପଦବୀ ରହିଛି ।

 

5/5

ଗ୍ରାମୀଣ ଡାକ ସେବା (GDS), ବ୍ରାଞ୍ଚ ପୋଷ୍ଟ ମାଷ୍ଟର (BPM) ଓ ଅଫିସିଆଲ୍ ୱେବସାଇଟ୍ indiapost.gov.in ରେ ଥିବା ଅନ୍ୟାନ୍ୟ ପଦବୀ ପାଇଁ ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀ ଆବେଦନ କରିପାରିବେ । ଆବେଦନକାରୀଙ୍କୁ ସମସ୍ତ ପଦବୀ ପାଇଁ ୧୦୦ ଟଙ୍କା ଚାର୍ଜ ଦେବାକୁ ପଡିବ । ସମସ୍ତ ମହିଳା ପ୍ରାର୍ଥୀ, ଏସସି / ଏସଟି ପ୍ରାର୍ଥୀ, ପିଡବ୍ଲ୍ୟୁଡି ପ୍ରାର୍ଥୀ ଓ ଟ୍ରାନ୍ସମ୍ୟାନ୍ ମହିଳା ପ୍ରାର୍ଥୀମାନେ ଆବେଦନ ଶୁଳ୍କ ଛାଡରୁ ବଞ୍ଚିତ ହୋଇଛନ୍ତି।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link