Railway Recruitment: ରେଳବାଇରେ ଚାକିରି ପାଇଁ ଇଚ୍ଛୁକ ଥିବା ଆଶାୟୀଙ୍କ ପାଇଁ ଖୁସି ଖବର । ଦଶମ ପାସ୍ କରିଥିଲେ ମିଳିବ ରେଳବାଇରେ ଚାକିରି । ଏହି ପ୍ରକ୍ରିୟାରେ ରେଳବାଇରେ ସ୍ପୋର୍ଟସ୍ କୋଟା ଗ୍ରୁଫ (ଡ଼ି)ର ଖାଲି ପଦବୀ ପୂରଣ ହେବ । ଏନେଇ ଉତ୍ତର ରେଳବାଇ ପକ୍ଷରୁ ଏକ ନୂଆ ବିଜ୍ଞପ୍ତି ଜାରି କରାଯାଇଛି ।


COMMERCIAL BREAK
SCROLL TO CONTINUE READING

ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ୱେଟ୍ ଲିଫ୍‌ଟିଙ୍ଗ୍ ମ୍ୟାନ୍, ଫୁଟ୍‌ବଲ୍ ମ୍ୟାନ୍, ଆଥ୍‌ଲେଟିକ୍, ବକ୍‌ସିଂ, ହକି ଆଦିର ଅନେକ ପଦବୀ ପୂରଣ ହେବ। ଏହି ପଦବୀ ପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ୍ ୩୮ଟି ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ଆବେଦନ ଆରମ୍ଭ ହୋଇଯାଇଛି।ଲଆଗ୍ରହୀ ପ୍ରାର୍ଥୀମାନେ ରେଳବାଇର ଅଫିସିଆଲ୍ ୱେବସାଇଟ https://www.rrcnr.org/କୁ କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହୁଁଥିଲେ ଏହି ଲିଙ୍କ୍‌ Northern Railway Group D Recruitment apply for 38 posts Notificationରେ କ୍ଲିକ୍ କରନ୍ତୁ।


ଗୁରୁତ୍ବପୂର୍ଣ୍ଣ ତାରିଖ


ଏନେଇ ଅନଲାଇନ ଆବେଦନ ପ୍ରକ୍ରିୟା ୧୬ ଏପ୍ରିଲ ୨୦୨୪ରୁ ଆରମ୍ଭ ହୋଇଥିବା ବେଳେ ଆବେଦନର ଶେଷ ତାରିଖ ୧୬ ମେ’ ରହିଛି ।


ଖାଲି ପଡ଼ିଥିବା ପଦବୀ


ମୋଟ ପଦବୀ- -୩୮ଟି ପୋଷ୍ଟ୍


ଶିକ୍ଷାଗତ ଯୋଗ୍ୟତା


  • ମାନ୍ୟତା ବୋର୍ଡ଼ରୁ ଦଶମ ପାସ୍

  • କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାରୁ ସ୍ପୋର୍ଟ୍ସରେ ସାର୍ଟିଫିକେଟ୍


ବୟସ ସୀମା


ସର୍ବନିମ୍ନ ବୟସ ୧୮ ବର୍ଷ ରହିଥିବା ବେଳେ ସର୍ବାଧିକ ବୟସ ୨୫ ବର୍ଷ ରଖାଯାଇଛି । ବୟସ ଗଣନା ୦୧.୦୭.୨୦୨୪ ଅନୁଯାୟୀ ହେବ ।


ମାସିକ ଦରମା


ସର୍ବନିମ୍ନ ଦରମା- ୧୮,୦୦୦ ଟଙ୍କା


ସର୍ବାଧିକ ଦରମା-୫୬,୯୦୦ ଟଙ୍କା


ଆବେଦନ ଶୁଳ୍କ


ସାଧାରଣ ବର୍ଗ- ୫୦୦ ଟଙ୍କା


ଚୟନ ପ୍ରକ୍ରିୟା


ସ୍କ୍ରିନିଂ ପ୍ରଦର୍ଶନ


ଡକ୍ୟୁମେଣ୍ଟ ଯାଞ୍ଚ


ଖେଳ ପରୀକ୍ଷା


ଆବେଦନ ପ୍ରକ୍ରିୟା


ଅଫିସିଆଲ ୱେବସାଇଟ https://www.rrcnr.org/କୁ ଯାଇ ସେଠାରେ ହୋମପେଜରେ Northern railway Group D Recruitment 2024 ଲିଙ୍କରେ କ୍ଲିକ୍ କରନ୍ତୁ । ଏହାପରେ ଆବେଦନ ବିବରଣୀ ପ୍ରଦାନ କରିବା ପରେ ଆବେଦନ ଫର୍ମ ଦାଖଲ କରି ସବମିଟ୍ କରନ୍ତୁ ।