Sarkari Naukari 2023: ପୁଣେର କ୍ୟାଣ୍ଟନମେଣ୍ଟ ବୋର୍ଡ଼ ଦ୍ୱାରା ସପ୍ତମ, ଦଶମ ଓ ଯୁକ୍ତ ୨ ପାସ କରିଥିବା ଯୁବକ ଓ ଯୁବତୀ ମାନଙ୍କ ପାଇଁ ବିଭିନ୍ନ ପଦ ପଦବୀ ଲାଗି ନିଯୁକ୍ତି ପ୍ରକାଶ ପାଇଛି। ଖାସ କଥା ହେଉଛି ଯଦି ଆପଣ ଯୁକ୍ତ ୨ ପର୍ଯ୍ୟନ୍ତ ପାଠ ପଢିଛନ୍ତି ତାହାଲେ ଆପଣ ଏହି ସବୁ ପଦବୀ ପାଇଁ ଯୋଗ୍ୟ ଅଟନ୍ତି। ସରକାରୀ ସ୍ତରରେ ସଫେଇ କର୍ମଚାରୀଙ୍କ ଛଡା଼ ବିଭିନ୍ନ ପଦ ପଦବୀ ପାଇଁ ଏହି ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଆବେଦନ କରିବାର ଶେଷ ତାରିଖ ଅପ୍ରେଲ ୫ ତାରିଖ ୨୦୨୩ ରହିଥିବା ବେଳେ ଇଚ୍ଛୁକ ପ୍ରାର୍ଥୀ ମାନେ Pune.cantt.gov.in ରେ ଆବେଦନ କରିପାରିବେ। ଉକ୍ତ ୱେବସାଇଟକୁ ଭିଜିଟ କରି ଆବେଦନ ପତ୍ର ଡାଉନଲୋଡ କରିବା ପରେ ଅଫଲାଇନ ମାଧ୍ୟମରେ ଯୁବକ ଓ ଯୁବତୀ ମାନେ ଆବେଦନ କରିପାରିବେ।


COMMERCIAL BREAK
SCROLL TO CONTINUE READING

ଏହି ନିଯୁକ୍ତି ପ୍ରକ୍ରିୟାରେ ଦୋକାନ କାର୍ଯ୍ୟ ଅଧିକ୍ଷକ ପାଇଁ ୧ଟି ପୋଷ୍ଟ, ଫାୟାର ବ୍ରିଗେଡ ଅଧିକ୍ଷକ ପାଇଁ ୧ଟି, ବଜାର ସହାୟକ ପାଇଁ ୧ଟି ପୋଷ୍ଟ, ଡିସ୍‌ଇନ୍ଫେକ୍ଟର ପାଇଁ ୧ଟି ପୋଷ୍ଟ, ଡ୍ରେସର ପାଇଁ ୧ ଟି ପଦ, ଡ୍ରାଇଭର ପାଇଁ ୫ଟି ପୋଷ୍ଟ, ଲ୍ୟାବ ଆସିଷ୍ଟାଣ୍ଟ ପାଇଁ ୧ଟି ପୋଷ୍ଟ, ହସ୍ପିଟାଲର ଲ୍ୟାବ ଆସିଷ୍ଟାଣ୍ଟ ପାଇଁ ୧ଟି ପୋଷ୍ଟ, ଲେଜର କ୍ଲର୍କ ପାଇଁ ୧ଟି ପୋଷ୍ଟ, ନର୍ସିଂ ପାଇଁ ୧ଟି ପୋଷ୍ଟ, ଚପରାସୀ ପାଇଁ ୨ଟା ପୋଷ୍ଟ, ଷ୍ଟୋର କୁଲୀ ପାଇଁ ୨ଟା ପୋଷ୍ଟ, ଚୌକିଦାର ପାଇଁ ୭ଟି ପୋଷ୍ଟ, ଆୟା ପାଇଁ ୨ଟା ପୋଷ୍ଟ, ଲ୍ୟାବ ଟେକ୍ନିସିଆନ ପାଇଁ ୧ଟି ପୋଷ୍ଟ, ମାଳି ପାଇଁ ୫ଟି ପୋଷ୍ଟ, ଶ୍ରମିକ ପାଇଁ ୮ଟି ପୋଷ୍ଟ, ସଫେଇ କର୍ମଚାରୀ ପାଇଁ ୭୧ଟି ପୋଷ୍ଟ, ଅଟୋ ମେକାନିକ ପାଇଁ ୧ଟି ପୋଷ୍ଟ , ପମ୍ପ ଆଟେଣ୍ଡାଣ୍ଟ ପାଇଁ ୧ଟି ପୋଷ୍ଟ ରହିଛି। ଏହାଛଡା଼ କମ୍ପ୍ୟୁଟର ପ୍ରୋଗ୍ରାମର ପାଇଁ ଗୋଟିଏ ପୋଷ୍ଟ, କନିଷ୍ଠ କିରାଣୀ ପାଇଁ ୧୪ଟି ପୋଷ୍ଟ, ହେଲ୍‌ଥ ସୁପରଭାଇଜର ପାଇଁ ୧ଟି ପୋଷ୍ଟ, ସହାୟକ ଚିକିତ୍ସା ଅଧିକାରୀ ପାଇଁ ୫ଟି ପୋଷ୍ଟ, ହାଇସ୍କୁଲ ଶିକ୍ଷକ ପାଇଁ ୭ଟି ପୋଷ୍ଟ, ସ୍ୱାସ୍ଥ୍ୟ ନିରୀକ୍ଷକଙ୍କ ପାଇଁ ୪ଟି ପୋଷ୍ଟ, ଇଲେକ୍ଟ୍ରିକାଲ ଜେଇ ପାଇଁ ୧ଟି ପୋଷ୍ଟ, ସିଭିଲ ଜେଇ ପାଇଁ ୩ଟି ପୋଷ୍ଟ, ଷ୍ଟାଫ ନର୍ସ ପାଇଁ ୩ଟି ପୋଷ୍ଟ, DEd ଶିକ୍ଷକ ପାଇଁ ୯ଟି ପୋଷ୍ଟ, ଫାୟାର ବ୍ରିଗେଡ ପାଇଁ ୩ଟି ପୋଷ୍ଟ, ହିନ୍ଦୀ ଟାଇପିଷ୍ଟ ପାଇଁ ୧ଟି ପୋଷ୍ଟ ରହିଛି।


Also Read-Oil India Recruitment 2023: ବିନା ପରୀକ୍ଷାରେ ଚାକିରି ଦେବ ଅଏଲ ଇଣ୍ତିଆ, ଶୀଘ୍ର କରନ୍ତୁ ଆବେଦନ


ଏହି ସବୁ ପଦ ଗୁଡି଼କ ମଧ୍ୟରୁ ସଫେଇ କର୍ମଚାରୀ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ସପ୍ତମ ପାସ ରହିଥିବା ବେଳେ ଡ୍ରେସର ପାଇଁ ଦଶମ ଓ ଲ୍ୟାବ ଆଟେଣ୍ଡାଣ୍ଟ ପଦ ଗୁଡି଼କ ପାଇଁ ବିଜ୍ଞାନରେ ଯୁକ୍ତ ୨ ପାସ କରିଥିବା ନେଇ ବାଧ୍ୟତାମୂଳକ କରାଯାଇଛି। ଅନ୍ୟ ପଦବୀ ଗୁଡି଼କ ପାଇଁ ଜାରି କରାଯାଇଥିବା ଶିକ୍ଷାଗତ ଯୋଗ୍ୟତା ପାଇଁ ଉପରୋକ୍ତ ୱେବ ସାଇଟ୍ ଭିଜିଟ କରି ପାରିବେ।