Oil India Recruitment 2023: ବିନା ପରୀକ୍ଷାରେ ଚାକିରି ଦେବ ଅଏଲ ଇଣ୍ତିଆ, ଶୀଘ୍ର କରନ୍ତୁ ଆବେଦନ
Advertisement
Article Detail0/zeeodisha/odisha1596327

Oil India Recruitment 2023: ବିନା ପରୀକ୍ଷାରେ ଚାକିରି ଦେବ ଅଏଲ ଇଣ୍ତିଆ, ଶୀଘ୍ର କରନ୍ତୁ ଆବେଦନ

Oil India Recruitment 2023: ଅଏଲ ଇଣ୍ତିଆ ଲିମିଡ଼େଟ ଫିଲ୍ଡ(Oil India Bharti 2023) ମୁଖ୍ଯାଳୟରେ ଦୁଲିଆଜାନ ପାଇଁ ୪୦ଟି ବଏଲର ଅପରେଟର ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି । ଏଥିଲାଗି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । 

ସୌ(ସୋସିଆଲ ମିଡିଆ)

Oil India Recruitment 2023: ଅଏଲ ଇଣ୍ତିଆ ଲିମିଡ଼େଟ ଫିଲ୍ଡ(Oil India Recruitment 2023) ମୁଖ୍ଯାଳୟରେ ଦୁଲିଆଜାନ ପାଇଁ ୪୦ଟି ବଏଲର ଅପରେଟର ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି । ଏଥିଲାଗି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଇଚ୍ଛୁକ ପ୍ରାର୍ଥୀମାନେ ଅଏଲ ଇଣ୍ତିଆର ଅଫିସିଆଲ ୱେବସାଇଡ଼କୁ oil-india.com ଯାଇ ଆବେଦନ କରିପାରିବେ । ଅଏଲ ଇଣ୍ତିଆର ଅଧିନରେ ଥିବା ଏହି ପୋଷ୍ଟଗୁଡ଼ିକ ପାଇଁ ପ୍ରାର୍ଥୀ ବିନା ପରୀକ୍ଷାରେ ଚୟନ କରାଯିବ । ଏନେଇ କେବେଳ ସାକ୍ଷାତକାର ହେବ। ଏହି ପୋଷ୍ଟ ଚୁକ୍ତିନାମା ଆଧାରରେ ପୂରଣ ହେବ ।

ଯୋଗ୍ୟତା(Oil India Educational Qualification)

ଯେ କୌଣସି ସ୍ବୀକୃତିପ୍ରାପ୍ତ ଅନୁଷ୍ଠାନ କିମ୍ବା ବୋର୍ଡ଼ରୁ ଦଶମ ପାସ ସହ ୨ ବର୍ଷର ଟ୍ରେଡ଼ ସାର୍ଟିଫିକେଟ୍ ଥିବା ଆବଶ୍ୟକ ।

ଏହାସହ ଏକ ଦକ୍ଷ ସରକାରୀ ପ୍ରାଧିକରଣ ଦ୍ବାରା ଜାରି ବୈଧ ଓ ସାମ୍ପ୍ରତିକ ଶ୍ରେଣୀ ।

ବଏଲର ଆଟେଣ୍ତାଣ୍ଟ୍ ସାର୍ଟିଫିକେଟ୍ ଓ ସମ୍ପୃକ୍ତ ଟ୍ରେଡ଼ରେ ସର୍ବନିମ୍ନ ୨ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ ।

ଦରମା(Oil India Salary)

ମାସିକ ଦରମା ସର୍ବନିମ୍ନ ଦରମା- ୧୬,୬୪୦ ଟଙ୍କା

ମାସିକ ସର୍ବାଧିକ ଦରମା- ୧୯,୫୦୦ ଟଙ୍କା

ଏହାମଧ୍ଯ ପଢନ୍ତୁ-IOCL Recruitment 2023: IOCLରେ ବମ୍ପର ଭର୍ତ୍ତି, ଶୀଘ୍ର କରନ୍ତୁ ଆବେଦନ

ଏହାମଧ୍ଯ ପଢନ୍ତୁ-Odisha High Court Vacancy:ହାଇକୋର୍ଟରେ ବାହାରିଲା ଗ୍ରୁଫ ସି ଷ୍ଟେନୋଗ୍ରାଫରର ନିଯୁକ୍ତି, ଏତିକି ରହିଛି ଦରମା

ଗୁରୁତ୍ବପୂର୍ଣ୍ଣ ସୂଚନା (Oil India Important Date)

ଇଚ୍ଛୁକ ପ୍ରାର୍ଥୀମାନେ ସମସ୍ତ ଆବଶ୍ୟକୀୟ ଡ଼କ୍ୟୁମେଣ୍ଟ ସହ ୦୪.୦୩.୨୦୨୩ରୁ ୦୬.୦୩.୨୦୨୩ ପର୍ଯ୍ୟନ୍ତ ହେବାକୁ ଥିବା ସାକ୍ଷାତକାରରେ ଯୋଗ ଦେଇପାରିବେ ।

ୱାକ୍ ଇମ ପ୍ରାକ୍ଟିକାଲ ସ୍କିଲ ଟେଷ୍ଟ କମ୍ ବ୍ୟକ୍ତିଗତ ମୂଲ୍ୟାଙ୍କନ ପାଇଁ ପ୍ରାର୍ଥୀଙ୍କୁ କର୍ମଚାରୀ କଲ୍ୟାଣ କାର୍ଯ୍ୟଳୟ, ଦୁଲିଆଜାନ, ନେହେରୁ ମଇଦାନ, ଅଏଲ ଇଣ୍ତିଆ ଲିମିଡ଼େଟ ଓ ଆସାମରେ ପହଞ୍ଚିବାକୁ ପଡ଼ିବ ।