SSC GD Recruitment 2025: କର୍ମଚାରୀ ଚୟନ ଆୟୋଗ (SSC) କନଷ୍ଟେବଳ ଜିଡି ନିଯୁକ୍ତି ୨୦୨୫ ପାଇଁ ଅଫିସିଆଲ୍ ବିଜ୍ଞପ୍ତି ପ୍ରକାଶ କରିଛି। ଆୟୋଗ ମୋଟ ୩୯୪୮୧ ପଦବୀ ପାଇଁ ନିଯୁକ୍ତି ପ୍ରଦାନ କରିବ। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ BSF, CSF, CRPF, SSB, ITBP, AR, SSF ଓ NCB ବିଭାଗରେ ପ୍ରାର୍ଥୀ ନିଯୁକ୍ତି ପାଇବେ। ଆବେଦନ କରିବାକୁ ପ୍ରାର୍ଥୀଙ୍କୁ ଅଫିସିଆଲ୍ ୱେବସାଇଟ୍ ssc.gov.in ଭିଜିଟ୍ କରିବାକୁ ପଡିବ।


COMMERCIAL BREAK
SCROLL TO CONTINUE READING

ଏହି ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ଆରମ୍ଭ ହୋଇଛି। ବିଜ୍ଞପ୍ତିରେ ଆବେଦନପତ୍ରର ଶେଷ ତାରିଖ ୧୪ ଅକ୍ଟୋବର ୨୦୨୪ ଉଲ୍ଲେଖ କରାଯାଇଛି। ଅନଲାନରେ ପେମେଣ୍ଟ ଦେବାର ଶେଷ ତାରିଖ ୧୫ ଅକ୍ଟୋବର ୨୦୨୪ ରଖାଯାଇଛି। ଫର୍ମରେ ସଂଶୋଧନ ପାଇଁ ୱିଣ୍ଡୋ ୫ ନଭେମ୍ବର ୨୦୨୪ ରେ ଖୋଲିବ। ଏହା ବ୍ୟତୀତ କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା ଜାନୁଆରୀରୁ-ଫେବୃଆରୀ ୨୦୨୫ ମଧ୍ୟରେ ହେବା ପାଇଁ ବିଜ୍ଞପ୍ତିରେ ସୂଚୀତ କରାଯାଇଛି।


ଗୁରୁତ୍ୱପୂର୍ଣ୍ଣ ତାରିଖ-
1. ଆବେଦନ ଆରମ୍ଭ ତାରିଖ - ୫ ସେପ୍ଟେମ୍ବର ୨୦୨୪
2. ଆବେଦନ କରିବାର ଶେଷ ତାରିଖ - ୧୪ ଅକ୍ଟୋବର ୨୦୨୪
3. ଅନଲାଇନ୍ ଫି ଦେୟ ପାଇଁ ଶେଷ ତାରିଖ - ୧୫ ଅକ୍ଟୋବର ୨୦୨୪
4. ସଂଶୋଧନ ୱିଣ୍ଡୋ - ୫ ନଭେମ୍ବର ରୁ ୭ ନଭେମ୍ବର ୨୦୨୪
5. ସିବିଟି ପରୀକ୍ଷା ତାରିଖ (ସମ୍ଭାବିତ)- ଜାନୁଆରୀ-ଫେବୃଆରୀ, ୨୦୨୫।


ବୟସ ସୀମା
ପ୍ରାର୍ଥୀଙ୍କ ବୟସ ୧୮ରୁ ୨୩ ବର୍ଷ ମଧ୍ୟରେ ହେବା ଉଚିତ୍। ପ୍ରାର୍ଥୀଙ୍କ ଜନ୍ମ ତାରିଖ ୨ ଜାନୁଆରୀ ୨୦୦୨ ଠାରୁ ଏବଂ ୧ ଜାନୁଆରୀ ୨୦୦୭ ଠାରୁ ପରେ ହେବା ଉଚିତ୍ ନୁହେଁ। ୧ ଜାନୁଆରୀ ୨୦୨୫ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ଗଣନା କରାଯିବ। ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ବୟସ ସୀମା ମଧ୍ୟରେ ଆରାମ ପ୍ରଦାନ କରାଯାଇଛି।


କେଉଁ ପଦବୀ ପାଇଁ କେତେ ନିଯୁକ୍ତି ଦିଆଯିବ?
1. BSF- ୧୫୬୫୪
2. CISF- ୭୧୪୫
3. CRPF- ୧୧୫୧୪
4. SSB-୮୧୯
5. ITBP- ୩୦୧୭
6. ଆସାମ ରାଇଫଲ୍ସ- ୧୨୪୮
7. SSF - ୩୫
8. NCB- ୨୨


ଆବେଦନ ଶୁଳ୍କ-
ମହିଳା, ଏସସି, ଏସଟି ଏବଂ ଏକ୍ସ ସର୍ଭିସମ୍ୟାନ ବର୍ଗର ପ୍ରାର୍ଥୀଙ୍କୁ କୌଣସି ଆବେଦନ ଶୁଳ୍କ ଦେବାକୁ ପଡିବ ନାହିଁ। ଅନ୍ୟ ସମସ୍ତ ପ୍ରାର୍ଥୀଙ୍କୁ ୧୦୦ ଟଙ୍କା ଆବେଦନ ଶୁଳ୍କ ଜମା କରିବାକୁ ପଡିବ। ଅଧିକ ସୂଚନା ପାଇଁ ଆପଣ ଏଠାରେ କ୍ଲିକ୍ କରି ଦେଖି ପାରିବେ।