UGC NET 2024: ପୂର୍ବରୁ ବାତିଲ୍ ହୋଇଥିବା ୨ଟି ନେଟ୍ ପରୀକ୍ଷା  ଲାଗି ଶୁକ୍ରବାର ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ  ତାରିଖ ଘୋଷଣା କରାଯାଇଛି।  ଜୁଲାଇ ୨୫ରୁ ୨୭ ମଧ୍ୟରେ  ଜଏଣ୍ଟ ସିଏସଆଇଆର ୟୁଜିସି ନେଟ୍ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ବେଳେ  ୟୁଜିସି ନେଟ୍ ପରୀକ୍ଷା ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ତାରିଖରେ ଆୟୋଜିତ ହେବ। 


COMMERCIAL BREAK
SCROLL TO CONTINUE READING

ALSO READ: T20 World Cup 2024 Final: ଆଜି ଭାରତ-ଦକ୍ଷିଣ ଅଫ୍ରିକା ଫାଇନାଲ୍, କାହାର ରହିବ ପଲ୍ଲା ଭାରି?


ALSO READ: Today Horoscope: ଆଜି ଏହି ସବୁ ରାଶିଙ୍କୁ ରହିଛି ଧନଲାଭର ଯୋଗ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?


ସୂଚନା ଅନୁସାରେ,  ଜୁନ୍ ୧୮ରେ ୨ଟି ସିଷ୍ଟରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଦେଶର ୩୧୭ ସହରରେ ୯ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏଥିରେ ସାମିଲ୍ ହୋଇଥିଲେ।  କିନ୍ତୁ ନିଟ୍ ପେପର ଲିକ୍ ଅଭିଯୋଗ ଆସିବା ପରେ ପରୀକ୍ଷାର ଦିନକ ପରେ  ଶିକ୍ଷା ମନ୍ତ୍ରଣାଳୟ ଏହି ପରୀକ୍ଷାକୁ ବାତିଲ୍ କରିଦେଇଥିଲା।  ଯାହାକୁ ନେଇ  ଅସନ୍ତୋଷ ପ୍ରକାଶ ପାଇଥିଲା।


ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୟୁଜିସି -ନେଟ୍ (UGC NET) ପରୀକ୍ଷାକୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଆୟୋଜିତ କରିଥାଏ । ବର୍ଷକୁ ୨ ଥର ଜୁନ୍ ଓ ଡିସେମ୍ବର ମାସରେ ନେଟ୍ ପରୀକ୍ଷା ଆୟୋଜିତ ହୋଇଥାଏ । ମୁଖ୍ୟତଃ ଏକାଡେମିକ୍ କ୍ଷେତ୍ରକୁ ନିଜ ଭବିଷ୍ୟ ଗଢ଼ିବାକୁ ଇଚ୍ଛା ରଖିଥିବା ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇପାରିବେ । ୟୁଜିସି ନେଟ୍ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେଲା ପରେ ସେମାନେ ଗବେଷଣା ବା ରିସର୍ଚ୍ଚ କରିଥାନ୍ତି କିମ୍ବା ପରେ ପ୍ରଫେସର, ଆସିଷ୍ଟେଣ୍ଡ ପ୍ରଫେସର ବା ଆସୋସିଏଟ ପ୍ରଫେସର ଭାବେ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ କରିଥାନ୍ତି ।