ଭୁବନେଶ୍ୱର: ବର୍ତ୍ତମାନ ଚଳଚ୍ଚିତ୍ର ଜଗତରେ ରିଅଲ ଷ୍ଚୋରୀର କ୍ରେଜ୍ ଦେଖିବାକୁ ମିଳୁଛି। ଉଭୟ ବଲିଉଡ ଓ ଓଲିଉଡରେ ସ୍ୱାଧିନତା ସଂଗ୍ରାମୀଙ୍କ ଉପରେ ଏକାଧିକ ଫିଲ୍ମ ତିଆରି ହେଉଛି। ସୋମବାର ଦିଲ୍ଲୀରେ ବକ୍ସି ଜଗବନ୍ଧୁଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ 'ବିଦ୍ରୋହୀ'ରେ ସ୍ପେଶାଲ ସ୍କ୍ରୀନିଂ ହୋଇଛି। ଖୋଦ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଫିଲ୍ମକୁ ଦେଖି ଖୁବ ପ୍ରଶଂସା କରିଛନ୍ତି। ଏହାରି ମଧ୍ୟରେ ଓଡିଆ ସିନେପ୍ରେମୀଙ୍କ ପାଇଁ ଆଉ ଏକ ଖୁସି ଖବର ଆସିଛି। 


COMMERCIAL BREAK
SCROLL TO CONTINUE READING

ବ୍ରିଟିଶ ସାମ୍ରାଜ୍ୟ ବିରୁଦ୍ଧରେ ଲଢେଇ କରି ଶହୀଦ ହୋଇଥିବା ପ୍ରଥମ ସ୍ୱାଧିନତା ସଂଗ୍ରାମୀ ହେଉଛନ୍ତି ଜୟୀ ରାଜଗୁରୁ। ଖୁବଶୀଘ୍ର ପରଦାରେ ଜୟୀ ରାଜଗୁରୁଙ୍କ ବୀରତ୍ୱର ଗାଥା ଦେଖିବାକୁ ମିଳିବ। ଏହି ପ୍ରିୟଡିକ୍ ଫିଲ୍ମର ଟାଇଟଲ 'ମହର୍ଷୀ' ରଖାଯାଇଛି। 'ମହର୍ଷୀ' ସମ୍ପୂର୍ଣ୍ଣ ରୂପେ ଶହୀଦ ଜୟୀ ରାଜଗୁରୁଙ୍କ ଜୀବନୀ ଉପରେ ଆଧାରିତ ଅଛି। ଫିଲ୍ମରେ ଜୟୀ ରାଜଗୁରୁଙ୍କ ମାତୃଭୂମି ପ୍ରତିଥିବା ନିସ୍ୱାର୍ଥପର ପ୍ରେମ, ସମସ୍ତଙ୍କ ପ୍ରତି ସଦଭାବ, ନ୍ୟାୟ ଓ ସମାନତାର ସିଦ୍ଧାନ୍ତ ଦେଖିବାକୁ ମିଳିବ। 


Also Read: ଓସ୍କାର ଷ୍ଟେଜରେ ବିବାଦ: କ୍ରିସ୍ ରକଙ୍କୁ ଚାପୁଡ଼ା ମାରିଲେ ୱିଲ୍ ସ୍ମିଥ୍


'ମହର୍ଷୀ'ରେ ମୁଖ୍ୟ ଭୂମିକାରେ ଚନ୍ଦନ କର, ଶ୍ରୀତମ ଦାସ, ଦେବୀ ବାରିକ, ଜୀବନ ପଣ୍ତା, ଅଜୟ ପଟେଲ, ପ୍ରସାନ୍ତ ନାୟକ, ମହିମା ଦାସ, ପ୍ରତିଭା ପଣ୍ଡା, ସରୋଜ ଦାଶ, କୁସୁମ ତ୍ରିପାଠିଙ୍କୁ ଦେଖିବାକୁ ମିଳିବ। SDD Films ବ୍ୟାନରରେ 'ମହର୍ଷୀ' ସୁଟିଂ ହେଉଥିବା ବେଳେ ପ୍ରଦୀପ ସାହୁ ଏହାକୁ ତିଆରି କରୁଛନ୍ତି। ସତ୍ୟବ୍ରତ ନାୟକ ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି। ସେହିପରି ମଳୟ ମିଶ୍ର ସଙ୍ଗୀତ ନିର୍ଦ୍ଦେଶନା ଦାୟୀତ୍ୱରେ ଅଛନ୍ତି। ତେବେ ଫିଲ୍ମ କେବେ ରିଲିଜ ହେବ ସେନେଇ ନିର୍ମାତାଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।



ସୂଚନାଯୋଗ୍ୟ, ଜୟୀ ରାଜଗୁରୁ ୧୭୩୯ ଅକ୍ଟୋବର ୨୯ ତାରିଖରେ ପୁରୀ ଜିଲ୍ଲାର ହରେକୃଷ୍ଣପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ଖୋର୍ଦ୍ଧା ରାଜା ଗଜପତି ମୁକୁନ୍ଦ ଦେବ ଦ୍ୱିତୀୟଙ୍କ ମୁଖ୍ୟ ସେନାପତି ଥିଲେ। ୧୮୦୪ରେ ମହାନଦୀ କୂଳରେ ସେ ପ୍ରଥମଥର ଇଂରେଜମାନଙ୍କ ଉପରେ ଆକ୍ରମଣ କରିଥିଲେ। ଏହାର ପ୍ରତିରୋଧ କରିବାପାଇଁ ସେମାନେ କେତେକ ଖଳ ଦେଶଦ୍ରୋହୀଙ୍କୁ ପ୍ରଲୋଭିତ କରି ଜୟୀ ରାଜଗୁରୁଙ୍କୁ ବନ୍ଦୀକଲେ। ୧୮୦୬ ଡିସେମ୍ବର ୬ରେ ଜୟୀ ରାଜଗୁରୁଙ୍କୁ ମେଦିନୀପୁରରେ ହତ୍ୟା କରାଯାଇଥିଲା। ମରିଗଲେ କିନ୍ତୁ ଜୟୀ ରାଜଗୁରୁ ଅତ୍ୟାଚାରୀ ଇଂରେଜମାନଙ୍କ ସାମ୍ନାରେ ନଇଁ ନଥିଲେ। ସେଥିପାଇଁ ଲୋକକଥା ପ୍ରଚଳିତ ଅଛି ଯେ, ‘ଜଇଆ ପଛେ ଜୀବନ ଦେଲା ନୁଆଁଇ ନାହିଁ ମଥା ।