Shweta Tiwari: ଟେଲି ଅଭିନେତ୍ରୀ ଶ୍ବତା ତିଓ୍ବାରୀ। ନିଜର ସୌନ୍ଦର୍ଯ୍ୟ ଓ ଚମକ୍କାର ଅଭିନୟ ପାଇଁ ଘରେ ଘରେ ପରିଚିତ  । ବିଶେଷ କରି କସୋଟି ଜିନ୍ଦେଗୀ କୀ (Ekta Kapoor's Kasautii Zindagi Kay) ଟେଲି ଧାରାବାହିତ ତାଙ୍କୁ ଦେଇଛି ନୂଆ ପରିଚୟ । ହେଲେ ତାଙ୍କ ବିବାହ ଜୀବନ ଅସଫଳ ହୋଇଛି । ଦୁଇ ଦୁଇ ଥର ବିହାହ କରିଥିବା ଶ୍ବତା ତାଙ୍କ ବୈବାହିତ ଜୀବନରେ ଖୁସି ନାହାଁନ୍ତି  । ଶ୍ବେତା ପ୍ରଥମ ରାଜ ଚୌଧୁରୀଙ୍କୁ ବିବାହ କରିଥିଲେ। ପରେ ଅଭିନବ କୋହଲିଙ୍କ ସହ ସମ୍ପର୍କ ଗଭୀର ହେବା ପରେ ତାଙ୍କୁ  ବିବାହ କରିଥିଲେ। ହେଲେ ଏ ସମ୍ପର୍କ ବେଶି ଦିନ ତିଷ୍ଠି ପାରି ନଥିଲା।  ଶ୍ବେତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ରହିଛି। ଝିଅ ପଲକ୍  ଓ ପୁଅ ରିୟାନ୍ସ। ଝିଅ ପଲକ ବି ନିଜ ମାଆ ଶ୍ବତାଙ୍କ ଠାରୁ ସୁନ୍ଦରତାରେ କମ୍ ନୁହଁନ୍ତି । ସେ ଏବେ ବଲିଉଡରେ ଏଣ୍ଟି ମାରିବେ ବୋଲି ପ୍ରସ୍ତୁତ ବି ହୋଇ ସାରିଲେଣୀ। 


COMMERCIAL BREAK
SCROLL TO CONTINUE READING

ନିକଟରେ ଶ୍ବତା ଦେଇଥିବା ଏକ ସାକ୍ଷାତକାରରେ ନିଜ ଝିଅକୁ ଦେଇଥିବା ଉପଦେଶର ଖୁଲାସା କରିଛନ୍ତି। ସେ ନିଜ ଝିଅକୁ ବାହା ହେବା ପାଇଁ ମନା କରିଛନ୍ତି ! "ସେ କହିଛନ୍ତି ମୁଁ ବିବାହରେ ବିଶ୍ବାସ କରେ ନାହିଁ। ଏହା ତା ଜୀବନ , ବିବାହ କରିବା ପୂର୍ବରୁ ପଲକ୍ ଶହେବାର ଏ ବିଷୟ ଭାବିବା ଦରକାର। ଯଦି କାହା ସହ ରିଲେସନସିପରେ ଅଛି ତାହା ମାନେ ନୁହେଁ ଏ ସମ୍ପର୍କକୁ ବିବାହରେ ପରିଣତ କରିବାକୁ ପଡିବ ବୋଲି ଶ୍ବେତା କହିଛନ୍ତି "।


ଏହାବି ପଢନ୍ତୁ : South Moive: OTT ପ୍ଲାଟଫର୍ମରେ ଧୁମ୍ ମଚାଇଲା ୫ ସାଉଥ୍ ମୁଭି , ଜାଣନ୍ତୁ କେଉଁ ଫିଲ୍ମ ରହିଛି ଏହି ତାଲିକାରେ ?


୧୯୯୯ରେ ଶ୍ବେତା ରାଜ ଚୌଧୁରୀଙ୍କୁ ବିବାହ କରିଥିଲେ। ଦିର୍ଘ ଏକ ପରେ ଝିଅ ପଲକ ଜନ୍ମ ହୋଇଥିଲା।  ପରେ ୨୦୦୭ ମସିହାରେ ଉଭୟଙ୍କ ବିବାହ ବିଚ୍ଛେଦ ହୋଇଥିଲା। ୨୦୧୩ରେ ସେ ଅଭିନବ କୋହଲିଙ୍କୁ ବିବାହ କରିଥିଲେ। ପରେ ୨୦୧୯ରେ ବିବାହ ବିଚ୍ଛେଦ ହୋଇଥିଲା। ଶ୍ବତାଙ୍କର ଏବେ ଛଅ ବର୍ଷର ପୁଅ ରହିଛି। ଆଗକୁ ଜି ଟିଭିରେ ପ୍ରସାରିତ ହେବାକୁ ଥିବା ମେଁ ହୁ ଅପରାଜିତା (Main Hoon Aparajita)ରେ ସେ ନଜର ଆସିବେ। ତାଙ୍କ ସହ ଲିଡ ରୋଲରେ ନଜର ଆସିବେ ମାନବ ଗୋହିଲ( Manav Gohil) । ମାନବଙ୍କ ସହ ଏକାଠି କାମ କରିବା ପାଇଁ ବେଶ ଏକ୍ସସାଇଟେଡ ଅଛନ୍ତି ଶ୍ବେତା। ତେବେ, ଏ ସିରିଏଲରେ ଶ୍ବେତା ଏକ ମାଆ ଭୁମିକାରେ ନଜର ଆସିବ। ଯାହାଙ୍କର ତିନୋଟି ସନ୍ତାନ ରହିଛନ୍ତି। ତେବେ ଏ ସିରିଏଲରେ ମାନବଙ୍କ ନାଁ ରହିଛି ଅକ୍ଷୟ। ଯିଏ ଜଣେ ଧନୀ ବ୍ୟକ୍ତି। ଯିଏ ତାଙ୍କ ଜୀବନରେ ସମସ୍ତ ଐଶୁର୍ଯ୍ୟ ଚାହାଁନ୍ତି। ୧୯୮୦ ମସିହା ୪ ଅକ୍ଚୋବରରେ ଶ୍ବେତା ଉତ୍ତର ପ୍ରଦେଶର ପ୍ରତାପଗଡରେ ଜନ୍ମ ହୋଇଥିଲେ। ଶ୍ବେତା ଜଣେ ଆଗଧାଢିର ମଡେଲ ଓ ବଲିଉଡ ଅଭିନେତ୍ରୀ । ୧୯୯୯ ରେ ସେ ପ୍ରଥମେ ଦୂରଦର୍ଶନ(Doordarshan)ରେ କାମ ଆରମ୍ଭ କରିଥିଲେ। କାଲେରିନ (Kaleerein) ଥିଲା ତାଙ୍କର ପ୍ରଥମ ସିରିଏଲ । ଯାହା ଦୂରଦର୍ଶନରେ ପ୍ରସାରିତ ହୋଇଥିଲା।