Bollywood News: ଫିଲ୍ମ ହଲରେ ଜୋରଦାର ହିଟ୍ ସାବ୍ୟସ୍ତ ହୋଇଛି ମଲ୍ଟି ଷ୍ଟାରର ଫିଲ୍ମ ଦ୍ରିଶ୍ୟମ-2 । ରିଲିଜ ହେବାର ମାତ୍ର ୨ ଦିନରେ ୩୬ କୋଟିର ବିଜନେସ କରିଥିଲା ଫିଲ୍ମ। ସୋସିଆଲ ମିଡିଆରେ ଫିଲ୍ମର ରିଭ୍ୟୁକୁ ନେଇ ମଧ୍ୟ ବେଶ ଭଲ ଚର୍ଚ୍ଚା ଚାଲିଛି। ତେବେ ଏହାରି ମଧ୍ୟରେ ଅଭିନେତ୍ରୀ ତବ୍ବୁଙ୍କୁ ନେଇ ଏକ ସିକ୍ରେଟର ଖୁଲାସା କରାଯାଇଛି।
ଆପଣ ବି ଜାଣିଥିବେ ବଲିଉଡର ସୁପରହିଟ୍ ଅଭିନେତ୍ରୀମାନଙ୍କ ମଧ୍ୟରୁ ତବ୍ବୁ ଜଣେ ଭଲ ଅଭିନେତ୍ରୀ । ହେଲେ ଏବେ ବି ଅଭିନେତ୍ରୀ ଜଣଙ୍କ ସିଙ୍ଗିଲ୍ ଅର୍ଥାତ୍ ତାଙ୍କ ଜୀବନକୁ ସେ ଏକାକୀ ଉପଭୋଗ କରୁଛନ୍ତି। ତବ୍ବୁ ଦୀର୍ଘ ଦିନ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିଆସୁଛନ୍ତି। 


COMMERCIAL BREAK
SCROLL TO CONTINUE READING

ତେଣୁ ତାଙ୍କ ନାମ ମଧ୍ୟ ଅନେକ ସେଲିବ୍ରେଟିଙ୍କ ସହ ଜଡିତ କିନ୍ତୁ ସେ ଆଜି ପର୍ଯ୍ୟନ୍ତ ବିବାହ କରିନାହାଁନ୍ତି । ପ୍ରେମରେ ପ୍ରତାରଣା ଏବଂ ଅନୁଭୂତି ପରେ, ଅଭିନେତ୍ରୀ ବର୍ତ୍ତମାନ କାହା ସହିତ ରହିବାକୁ ଚାହାଁନ୍ତି ନାହିଁ, କିନ୍ତୁ ଏଥିପାଇଁ ସେ ଅଭିନେତା ଅଜୟ ଦେବଗନଙ୍କୁ ଦାୟୀ କରିଛନ୍ତି। ତବ୍ବୁ (Actress Tabbu) ଏବଂ ଅଜୟ ଦେବଗନ୍ ଙ୍କ ଚଳଚ୍ଚିତ୍ର ଜରିଆରେ ବନ୍ଧୁତା ପ୍ରାୟ ୩ ଦଶନ୍ଧି ଧରି ରହିଆସିଛି । ଅନ୍ୟପକ୍ଷରେ, ଯେତେବେଳେ ତବ୍ବୁଙ୍କୁ ଅବିବାହିତ ହେବାର କାରଣ ପଚରାଗଲା, ସେତେବେଳେ ସେ ଅଜୟ ଦେବଗନଙ୍କ ନାମ ନେଇଥିଲେ। 


Also Read: Urvashi Rautela Post: ଭଗବାନଙ୍କ ସାମ୍ନାରେ ହାତ ଯୋଡିଲେ ଉର୍ବଶୀ, କହିଲେ ଭଗବାନଙ୍କୁ କ'ଣ ମାଗିବି, ୟୁଜର୍ସ କହିଲେ....


ତେବେ ଅଭିନେତ୍ରୀ ତବ୍ବୁ ୨୦୧୭ ରେ ଏକ ସାକ୍ଷାତକାରରେ କହିଥିଲେ ଯେଉଁଥିରେ ସେ ଅବିବାହିତ ହେବା ନେଇ ଆକ୍ଟର ଅଜୟ ଦେବଗନ୍ (Ajay Devgn) ଙ୍କୁ ଦାୟୀ କରିଥିଲେ। Mumbai Mirror କୁ ଦିଆଯାଇଥିବା ଏକ ସାକ୍ଷାତକାରରେ ତବ୍ବୁ କହିଛନ୍ତି ଯେ ସେ ଏବଂ ଅଜୟ ପ୍ରାୟ ୨୫ ବର୍ଷ ଧରି ବନ୍ଧୁ ଥିଲେ। ତବ୍ବୁ କହିଛନ୍ତି, 'ଅଜୟ ଏବଂ ତାଙ୍କ ସମ୍ପର୍କୀୟ ଭାଇ ସମୀର ଆର୍ୟ ପଡୋଶୀ ଥିଲେ। ସେତେବେଳେ ସେ ଅଜୟଙ୍କୁ ପ୍ରଥମ ଥର ଭେଟିଲେ ଏବଂ ବନ୍ଧୁ ହେଲେ ।


Also Read: Hema Malini: ଦୁଇ ଦିନରେ ଡ୍ରିମ୍ ଗର୍ଲଙ୍କୁ ମିଳିଲା ଦୁଇଟି ଆଓ୍ବାର୍ଡ, ଏହି ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ମାନୀତ ହେଲେ ହେମା


ତବ୍ବୁ (Instagram) ଥଟ୍ଟା କରି କହିଥିଲେ ଯେ, 'ଯେତେବେଳେ ସେ ୟଙ୍ଗ୍ ଥିଲେ ସେତେବେଳେ ସେ କୌଣସି ପୁଅକୁ ଭେଟିବାକୁ ଯାଉଥିଲେ, ସେତେବେଳେ ଅଜୟ ଏବଂ ତାଙ୍କ ସମ୍ପର୍କୀୟ ଭାଇ ସେଠାରେ ଗୁପ୍ତଚର ହୋଇ ପହଞ୍ଚି ଯାଆନ୍ତି।  ସେହି ଯୁବକଙ୍କୁ ବହୁତ ଧମକାଇବା ସହ ମାଡ ମଧ୍ୟ ମାରୁଥିଲେ। ସେତେବେଳେ ଦୁହେଁ ଗୁଣ୍ଡା ପରି ହେଉଥିଲେ ବୋଲି ସେ କହିଛନ୍ତି। ଆଜି ଯଦି ସେ ଅବିବାହିତ ତେବେ ଆକ୍ଟର ଅଜୟ ଦେବଗନଙ୍କ କାରଣରୁ ବୋଲି ସେ କହିଛନ୍ତି । ତେବେ ଏସବୁ କଥା ତବ୍ବୁ ଅତ୍ୟନ୍ତ ମଜାଳିଆ ଢଙ୍ଗରେ କହିଛନ୍ତି।