Amjad Khan Birth Anniversary: 'ଯେତେବେଳେ ଏଠାରୁ ପଚାଶ ମାଇଲ ଦୂରରେ ଥିବା ଏକ ଗାଁରେ ପିଲାଟିଏ ରାତିରେ କାନ୍ଦେ, ସେତେବେଳେ ମା କୁହେ ପୁଅ, ଶୋଇ ଯାଅ, ନଚେତ୍ ଗବର ଆସିବ...' ।  ଶୋଲେ ଫିଲ୍ମର ଏହି ଡାଇଲଗ ଏବେ ମଧ୍ୟ ଲୋକଙ୍କ ମୁହଁରେ ରହିଛି । 'ଶୋଲେ'ରେ ଗବର ସିଂଙ୍କ ଭୂମିକାରେ ଅଭିନୟ କରିଥିଲେ ଅମଜାଦ ଖାନ । ଆଜି ବି ଲୋକଙ୍କ ହୃଦୟରେ ସେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । 'ଗବର' ଭୂମିକାରେ ଅଭିନୟ କରିବା ପରେ ଲୋକମାନେ ଅଭିନେତା ଅମଜାଦ ଖାନଙ୍କୁ ଗବର ବୋଲି କହିବା ଆରମ୍ଭ କରିଥିଲେ। ନଭେମ୍ବର ୧୨, ୧୯୪୦ରେ ବମ୍ବେରେ ଜନ୍ମଗ୍ରହଣ କରିଥିଲେ। ଆଜି ତାଙ୍କର ଜନ୍ମ ଜୟନ୍ତୀ । 


COMMERCIAL BREAK
SCROLL TO CONTINUE READING

ଅମଜାଦ ଖାନଙ୍କ ଜନ୍ମ ଜୟନ୍ତୀ ବିଷୟରେ,ତାଙ୍କ ସହ ଜଡିତ କିଛି ରୋଚକ କାହାଣୀ ବିଷୟରେ ଆସନ୍ତୁ ଜାଣିବା :


ଯଦିଓ ଅମଜାଦ ଖାନ ତାଙ୍କ କ୍ୟାରିୟରରେ ଅନେକ ବ୍ଲକବଷ୍ଟର ଚଳଚ୍ଚିତ୍ରରେ କାମ କରିଛନ୍ତି । କିନ୍ତୁ ସେ ଶିଶୁ କଳାକାର ଭାବରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ତାଙ୍କୁ ପ୍ରଥମେ ୧୯୫୧ ଚଳଚ୍ଚିତ୍ର 'ନାଜିନ'ରେ ଦେଖିବାକୁ ମିଳିଥିଲା ​। ଏହାପରେ ସେ ଆଉ କିଛି ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବରେ କାର୍ଯ୍ୟ କରିଥିଲେ । ତା’ପରେ କିଛି ବର୍ଷ ଥିଏଟରରେ କାମ କଲେ ଏବଂ ୧୯୩୭ ମସିହାରେ 'ହିନ୍ଦୁସ୍ତାନ କି କସମ'(Hindustan Ki Kasam) ଚଳଚ୍ଚିତ୍ରରେ ମୁଖ୍ୟ ନାୟକ ଭାବେ ସେ ଡେବ୍ୟୁ କରିଥିଲେ। ଅମଜାଦ ଖାନ ହୁଏତ ଅନେକ ଚଳଚ୍ଚିତ୍ରରେ କାମ କରିଥାଇ ପାରନ୍ତି, କିନ୍ତୁ ଗବରଙ୍କ ଚରିତ୍ର 'ଶୋଲେ'ରେ ସମସ୍ତଙ୍କ ସ୍ମୃତିପଟ୍ଟରେ ଏବେବି ରହିଛି।


ଏହାବି ପଢନ୍ତୁ : Sania Mirza And Shoaib Malik Divorce: ସାନିଆ ଶୋଏବଙ୍କ ସମ୍ପର୍କରେ ଫାଟ ପାଇଁ ଦାୟୀ କି ଆୟେଶା ? ଜାଣନ୍ତୁ କିଏ ଏହି ବିବାଦୀୟ ମଡେଲ


ଆପଣ ଜାଣିଛନ୍ତି କି ଅମଜାଦ ଖାନ କାହାଠାରୁ ଗବର ସିଂଙ୍କ ପରି ସଂଳାପ କରିବାକୁ ପ୍ରେରଣା ପାଇଥିଲ ? ଯଦି ଆପଣ ଜାଣିବେ ,ତେବେ, ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଗବର ସିଂର ଏହି ଡାଇଲଗ୍ ପାଇଁ କୌଣସି ସ୍କ୍ରିପ୍ଟ ଲେଖା ହୋଇ ନ ଥିଲା। ଏବେ ପ୍ରଶ୍ନ ଉଠୁଛି ଯେ ଅମଜାଦ କେଉଁଠାରୁ ଏହି ଏହି ଡାଇଲଗ ଶିଖିଲେ।


ବାସ୍ତବରେ ଅମଜାଦ ଖାନଙ୍କ ଗାଁରେ ଜଣେ ଧୋବା ଥିଲା। ସେ ଏହି ସମାନ ଢଙ୍ଗରେ ଲୋକଙ୍କ ସହ କଥାବର୍ତ୍ତା କରୁଥିଲା । ଅମଜାଦ ଖାନ ତାଙ୍କ ଦ୍ବାରା ଅଧିକ ପ୍ରଭାବିତ ହୋଇଥିଲେ। ଏବଂ ଧୋବୀର ଏହି କଥାକୁ ଅତି ଧ୍ୟାନର ସହ ଶୁଣୁଥିଲେ। ଯେତେବେଳେ ତାଙ୍କୁ 'ଶୋଲେ' ଫିଲ୍ମରେ ଗବର ସିଂ ଭୂମିକାରେ ଅଭିନୟ କରିବାକୁ କୁହାଗଲା । ସେତେବେଳେ ସେ ଏକ ଧାରଣା ପାଇଲେ ଯେ, ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧ ଭିଲେନଙ୍କ କହିବା ଶୌଳୀକୁ କପି କରିବା ପରିବର୍ତ୍ତେ ସେ ଜଣେ ଧୋବୀର ସେହି କହିବା ଶୈଳୀକୁ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହା ପରେ ଏହି ଡାଇଲଗଟିକୁ ସେ ଫିଲ୍ମରେ ପ୍ରୟୋଗ କରିଥିଲେ। ଯାହାକୁ ବେଶ ପ୍ରଶଂସା କରିଥିଲେ ନିର୍ଦ୍ଦେଶକ ଓ ଦର୍ଶକ ।