Anubhav Mohanty Video: ଆଜି ଡିସେମ୍ବର ୨୪ । ଓଲିଉଡ ସୁପରଷ୍ଚାର ତଥା ସାଂସଦ ଅନୁଭବ ମହାନ୍ତିଙ୍କ ଜନ୍ମଦିନ । ତାଙ୍କୁ ୪୧ ବର୍ଷ ହୋଇଥିବା ବେଳେ ଅନୁଭବ ମହାନ୍ତି ଆଜି ନିଜର ଜନ୍ମଦିନ ପାଳିନାହାଁନ୍ତି । ଏହାର କାରଣ ସେ ନିଜ ଫେସବୁକ ପେଜରେ ଏକ ଭିଡିଓ ସେୟାର କରି କହିଛନ୍ତି । ସେ କହିଛନ୍ତି ଯେ, ଚଳିତ ବର୍ଷ ତାଙ୍କ ବଡ ବାପାଙ୍କ ଦେହାନ୍ତ ହୋଇଥିବାରୁ ସେ ଜନ୍ମଦିନ ପାଳିନାହାଁନ୍ତି । ତା ସହ ସାଢେ ତିନି ବର୍ଷ ହେଲା ସେ ମରି ମରି ବଞ୍ଚିଛନ୍ତି ବୋଲି କହିଛନ୍ତି । ଅନୁଭବ କହିଛନ୍ତି ଯେ, ସାରା ଓଡ଼ିଶାକୁ ଜଣା ଅଛି ଯେ, ତାଙ୍କ ବ୍ୟକ୍ତିଗତ ଜୀବନ ଠିକ୍ ନାହିଁ। ତେବେ ଯେଉଁଦିନ ତାଙ୍କର ଡିଭୋର୍ସ ବା ବିବାହ ବିଚ୍ଛେଦ ହେବ ସେବେ ସେ ଜନ୍ମଦିନ ପାଳିବେ ବୋଲି କହିଛନ୍ତି । 


COMMERCIAL BREAK
SCROLL TO CONTINUE READING

ଅନ୍ୟପଟେ ଯେଉଁ ଫ୍ୟାନ୍ସ ଓ ପ୍ରଶଂସକ ମାନେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ତାଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ଏହାସହ ତାଙ୍କ ଫ୍ୟାନ୍ସ ମାନେ ଯେଉଁମାନେ ତାଙ୍କ ଜନ୍ମଦିନ ପାଳିବାକୁ ଚାହୁଁଛନ୍ତି ସେମାନେ ଗରିବଙ୍କୁ ଦାନ କରି ତାଙ୍କ ମୁହଁରେ ହସ ଫୁଟାଇବାକୁ କହିଛନ୍ତି। ଜୟ ଜଗନ୍ନାଥ କହିବା ସହ ପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ଭଲରେ ରଖନ୍ତୁ ବୋଲି ସେ କହିଛନ୍ତି। ଆଜି ସୋସିଆଲ ମିଡ଼ିଆରେ (Social Media) ଫଟୋ ସେୟାର କରି ଫ୍ୟାନ୍ସ ମାନେ ତାଙ୍କ ପ୍ରିୟ ଅଭିନେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଜଣେ  ଅଭିନେତା,ଚଳଚ୍ଚିତ୍ର ନିର୍ମାତା,ଟେଲିଭିଜନ ବ୍ୟକ୍ତିତ୍ୱ ତଥା ରାଜନେତା । ଯିଏକି ଓଡ଼ିଆ ଚଳଚ୍ଚିତ୍ରରେ ସୁପରଷ୍ଟାର (Super Star Anubhav) ଭାବରେ ବେଶ ଜଣାଶୁଣା । 


Also Read: HBD Anubhav Mohanty: ଅଭିନେତାରୁ ସାଂସଦ, ବର୍ଷାଙ୍କ ସହ ବିବାହ ଆଣିଦେଲା କ୍ୟାରିୟରରେ ବିପଦ !


ମସିହା ୧୯୮୧ ଆଜିର ଦିନରେ କଟକ ଚୋଧୁରୀ ବଜାରରେ ଜନ୍ମଗ୍ରହଣ କରିଥିଲେ ଅନୁଭବ (Anubhav Mohanty)। ବାପା, ମାଆ ଓ ଭାଇ ଅନୁପ୍ରାସଙ୍କୁ ନେଇ ଅନୁଭବଙ୍କ ପରିବାର। ଅନୁଭବ ମହାନ୍ତି  Cuttack ର Christ College ରେ ପାଠ ପଢିବା ପରେ ଆଲବମ ଦୁନିଆରେ ପାଦ ଥାପିଥିଲେ । ଅନୁଭବ ନିଜର ଫିଲ୍ମ କ୍ୟାରିୟର ୨୦୦୪ ରେ ଆରମ୍ଭ କରିଥିଲା । ପ୍ରଥମ ଫିଲ୍ମର ନାଁ ଥିଲା ଆଇ ଲଭ ୟୁ, (I love You) ତାଙ୍କ ଅପୋଜିଟରେ ଥିଲେ ଅଭିନେତ୍ରୀ ନମ୍ରତା ଥାପ୍ପା । ୨୦୧୪ ଫେବୃଆରୀ ୮ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ। ଏହି କପଲଙ୍କ ବିବାହ ଓ ରିସେପସନ ପାର୍ଟିରେ ରାଜ୍ୟର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ । ପାରିବାରିକ ବିବାଦ ନେଇ ଅନେକ ଚର୍ଚ୍ଚାରେ ରହିଥିଲେ ଅନୁଭବ ଓ ବର୍ଷା (Anubhav And Varsha) । 


Also Read: Actress Tunisha Sharma Suicide: ମେକଅପ ରୁମରେ ଝୁଲିପଡ଼ିଲେ ୨୦ ବର୍ଷୀୟ ଅଭିନେତ୍ରୀ


ସେପଟେ ଆଜି ନିର୍ଦ୍ଦେଶକ ତାପସ ସରଘରିଆଙ୍କ ଅପକମିଂ ଫିଲ୍ମ ଲଭ୍ ଇନ ଲଣ୍ଡନର (Love In London) ଟିଜର ରିଲିଜ ହୋଇଛି। ଟିଜରରେ ପ୍ରେମ ଓ ସ୍ୱେତାଙ୍କ ଲଭ୍ କୁ ଅତି ନିଚ୍ଛକ ଭାବେ ଦେଖାଦେଇଛି। ୨୦୨୩ ମସିହାରେ ଏହି ଫିଲ୍ମଟି ମୁକ୍ତିଲାଭ କରିବାକୁ ଥିବା ବେଳେ ଫିଲ୍ମର ଅନେକ ସୁଟିଂ ସେଟର ସିନ୍ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି । ଯାହାକୁ ଫ୍ୟାନ୍ସ ମାନଙ୍କ ଭଲ ରେସପନ୍ସ ମଧ୍ୟ ମିଳିଛି। ତେବେ ଟିଜର ଟି ଅନୁଭବଙ୍କ ଜନ୍ମଦିନ ସରପ୍ରାଇଜ ବୋଲି କୁହାଯାଉଛି।