Advertisement
Photo Details/zeeodisha/odisha1499481
photoDetails0hindi

HBD Anubhav Mohanty: ଅଭିନେତାରୁ ସାଂସଦ, ବର୍ଷାଙ୍କ ସହ ବିବାହ ଆଣିଦେଲା କ୍ୟାରିୟରରେ ବିପଦ !

Anubhav Mohanty Life Story: ଆଜି ଓଲିଉଡ ଭାଇଜାନ ଅନୁଭବ ମହାନ୍ତିଙ୍କ ଜନ୍ମଦିନ। ସୋସିଆଲ ମିଡ଼ିଆରେ ଫଟୋ ସେୟାର କରି ଫ୍ୟାନ୍ସ ମାନେ ଅଭିନେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଜଣେ  ଅଭିନେତା,ଚଳଚ୍ଚିତ୍ର ନିର୍ମାତା,ଟେଲିଭିଜନ ବ୍ୟକ୍ତିତ୍ୱ ତଥା ରାଜନେତା । ଯିଏକି ଓଡ଼ିଆ ଚଳଚ୍ଚିତ୍ରରେ ସୁପରଷ୍ଟାର ଭାବରେ ବେଶ ଜଣାଶୁଣା । 

କଟକରେ ଅନୁଭବଙ୍କ ଜନ୍ମ

1/15
କଟକରେ ଅନୁଭବଙ୍କ ଜନ୍ମ

ମସିହା ୧୯୮୧ ଆଜିର ଦିନରେ କଟକ ଚୋଧୁରୀ ବଜାରରେ ଜନ୍ମଗ୍ରହଣ କରିଥିଲେ ଅନୁଭବ। ବାପା, ମାଆ ଓ ଭାଇ ଅନୁପ୍ରାସଙ୍କୁ ନେଇ ଅନୁଭବଙ୍କ ପରିବାର। 

କଟକରେ ପାଠପଢା ଶେଷ

2/15
କଟକରେ ପାଠପଢା ଶେଷ

ଅନୁଭବ ମହାନ୍ତି  Cuttack ର Christ College ରେ ପାଠ ପଢିବା ପରେ ଆଲବମ ଦୁନିଆରେ ପାଦ ଥାପିଥିଲେ । 

ଆଲବମ ଦୁନିଆର ଚର୍ଚ୍ଚିତ ଚେହେରା ଥିଲେ ଅନୁଭବ

3/15
ଆଲବମ ଦୁନିଆର ଚର୍ଚ୍ଚିତ ଚେହେରା ଥିଲେ ଅନୁଭବ

୯୦ ଦଶକରେ ଅନୁଭବ ମହାନ୍ତିଙ୍କ ଆଲବମ ଯେତିକି ଆଦୃତା ଲାଭ କରିଥିଲା ଏବେ ବି ଲୋକ ତାଙ୍କ ଆଲବମକୁ ମନେ ରଖିଛନ୍ତି । ସେଥିମଧ୍ୟରୁ ଷୋଳଟି ଫଗୁଣ, ଟିକେ ଦେଖମ, ତୁ ଦିନରେ ଖରା ରାତିରେ ତାରା, ସାଗରେ ତରଙ୍ଗ ପରି ଆଲବମ ବହୁତ ହିଟ୍ ସାବ୍ୟସ୍ତ ହୋଇଛି। 

ଓଲିଉଡ ଦୁନିଆରେ ଥାପିଲେ ପାଦ

4/15
ଓଲିଉଡ ଦୁନିଆରେ ଥାପିଲେ ପାଦ

ଅନୁଭବ ନିଜର ଫିଲ୍ମ କ୍ୟାରିୟର ୨୦୦୪ ରେ ଆରମ୍ଭ କରିଥିଲା । ପ୍ରଥମ ଫିଲ୍ମର ନାଁ ଥିଲା ଆଇ ଲଭ ୟୁ, ତାଙ୍କ ଅପୋଜିଟରେ ଥିଲେ ଅଭିନେତ୍ରୀ ନମ୍ରତା ଥାପ୍ପା । 

୨୦୦୫ ବେଳକୁ ପ୍ରଥମ ପସନ୍ଦ ଥିଲେ ଅନୁଭବ

5/15
୨୦୦୫ ବେଳକୁ ପ୍ରଥମ ପସନ୍ଦ ଥିଲେ ଅନୁଭବ

ସେହିପରି ୨୦୦୪ ରେ ସାଥୀରେ, ବର୍ଷା ମାଇଁ ଡାର୍ଲିଙ୍ଗ୍ ଫିଲ୍ମ ବହୁତ ହିଟ ସାବ୍ୟସ୍ତ ହୋଇଥିଲା । ୨୦୦୫ ରେ ଏକାସାଥୀରେ ୫ଟି ଫିଲ୍ମରେ ନଜର ଆସିଥିଲେ ଅନୁଭବ ମହାନ୍ତି। 

ଅଭିମନ୍ୟୁ ଦେଇଥିଲା ଜବରଦସ୍ତ ସଫଳତା

6/15
ଅଭିମନ୍ୟୁ ଦେଇଥିଲା ଜବରଦସ୍ତ ସଫଳତା

ଅନେକ ହିଟ୍ ଫିଲ୍ମ ଦେବା ମଧ୍ୟରେ ସବୁଠାରୁ ଅଧିକ ଫ୍ୟାନ୍ସ ଫଲୋଅର୍ସ ଦେଇଥିଲା ଫିଲ୍ମ ଅଭିମନ୍ୟୁ। ଏଥିରେ ଅନୁଭବଙ୍କ ଆକ୍ଟିଂ, ଫାଇଣ୍ଟିଂ ଦେଖି ଫ୍ୟାନ୍ସ ମାନେ କାବା ହୋଇଥିଲେ । 

ନେଇଯାରେ ମେଘ ମୋତେରୁ ଲଭ ଷ୍ଟୋରୀ ଆରମ୍ଭ !

7/15
ନେଇଯାରେ ମେଘ ମୋତେରୁ ଲଭ ଷ୍ଟୋରୀ ଆରମ୍ଭ !

ଚର୍ଚ୍ଚା ହୁଏ ୨୦୦୯ ରେ ମୁକ୍ତିଲାଭ କରିଥିବା ନେଇଯାରେ ମେଘ ମୋତେ ଫିଲ୍ମରୁ ଅନୁଭବ ମହାନ୍ତିଙ୍କ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ଏହି ସମ୍ପର୍କ ବିବାହ ରୂପ ନେଇଥିଲା । 

ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଅନୁଭବ-ବର୍ଷା

8/15
ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଅନୁଭବ-ବର୍ଷା

୨୦୧୪ ଫେବୃଆରୀ ୮ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ। ଏହି କପଲଙ୍କ ବିବାହ ଓ ରିସେପସନ ପାର୍ଟିରେ ରାଜ୍ୟର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ । 

୨୦୧୪ରୁ ପଲିଟିକାଲ କ୍ୟାରିୟର ଆରମ୍ଭ

9/15
୨୦୧୪ରୁ ପଲିଟିକାଲ କ୍ୟାରିୟର ଆରମ୍ଭ

୨୦୧୪ ମସିହାରେ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ୨୦୧୪ରୁ ରାଜ୍ୟସଭା ସାଂସଦ ଥିବା ଶ୍ରୀ ମହାନ୍ତି ୨୦୧୯ ମସିହାରେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

୨୦୨୦ରେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ଅନୁଭବ-ବର୍ଷା

10/15
୨୦୨୦ରେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ଅନୁଭବ-ବର୍ଷା

୨୦୨୦ ମସିହାରେ ବର୍ଷା ଅନୁଭବ ହୋଇଥିଲେ ସାମ୍ନାସାମ୍ନି।  ଦର୍ଶକଙ୍କ ପ୍ରିୟ ଯୋଡ଼ି ବର୍ଷା ଅନୁଭବ ୬ ବର୍ଷର ଦାମ୍ପତ୍ୟ ଜୀବନ ପରେ ଏବେ ଅଲଗା ହେବାକୁ ଚାହୁଁଛନ୍ତି  । ଏଥିପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ଼ ଦୁଇ ଷ୍ଟାର।

 

ସ୍ୱାମୀ ସ୍ତ୍ରୀ କଳିରେ ଏଣ୍ଟ୍ରି କରିଥିଲେ ଅନୁଭବଙ୍କ ଦିଲ୍ଲୀ ବାନ୍ଧବୀ

11/15
ସ୍ୱାମୀ ସ୍ତ୍ରୀ କଳିରେ ଏଣ୍ଟ୍ରି କରିଥିଲେ ଅନୁଭବଙ୍କ ଦିଲ୍ଲୀ ବାନ୍ଧବୀ

ପରେ ଏହି ବିବାଦ କୋର୍ଟକୁ ଯିବା ପରେ ଅନୁଭବ ଦିଲ୍ଲୀରେ ଜଣେ ବାନ୍ଧବୀଙ୍କ ସହ ସମ୍ପର୍କରେ ଅଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା । ଯାହାକୁ ନେଇ ସେହି ଯୁବତୀ ଓ ବର୍ଷା ମଧ୍ୟ ଅନେକ ଥର ସୋସିଆଲ ମିଡିଆରେ ମୁହାଁମୁହିଁ ହୋଇଥିଲେ। 

ଦଳ କରିଥିଲା କୋଣଠେସା !

12/15
ଦଳ କରିଥିଲା କୋଣଠେସା !

ପାରିବାରିକ ବିବାଦ ଯୋଗୁଁ ଏହି ଷ୍ଟାରଙ୍କୁ ଦଳ ବି ଅଣଦେଖା କରିଥିଲା । ବିଜେଡି ଦଳର ନେତୃତ୍ୱରେ ଥାଇ ମଧ୍ୟ ରାଜ୍ୟରେ ହୋଇଥିବା ଦୁଇଦୁଇଟି ଉପନିର୍ବାଚନ ରେ ଷ୍ଟାର କ୍ୟାମ୍ପେନର ତାଲିକାରୁ ବାଦ୍ ପଡ଼ିଥିଲେ ଅନୁଭବ ।

ସୋସିଆଲ ମିଡିଆରେ ମୁହାଁମୁହିଁ ହୋଇଥିଲେ ପତି-ପତ୍ନୀ

13/15
ସୋସିଆଲ ମିଡିଆରେ ମୁହାଁମୁହିଁ ହୋଇଥିଲେ ପତି-ପତ୍ନୀ

ପରେ ଅନେକ ସମୟରେ ଅନୁଭବ ଓ ବର୍ଷା ନିଜ ପକ୍ଷ ରଖିବାକୁ କୋର୍ଟରେ ହାଜରେ ହେବା ସହ ଭିଡିଓ ଓ ଟ୍ୱିଟର ୱାରକୁ ନେଇ ଚର୍ଚ୍ଚାକୁ ଆସିଥିଲେ । ପରେ ହାଇକୋର୍ଟଙ୍କ ତାଗିଦା ପରେ ଏସବୁ ସୋସିଆଲ ମିଡିଆ ପୋଷ୍ଟିଂ ବନ୍ଦ ହୋଇଥିଲା । 

ଅନୁଭବ କରିଥିଲେ ଦ୍ୱିତୀୟ ବିବାହ !

14/15
ଅନୁଭବ କରିଥିଲେ ଦ୍ୱିତୀୟ ବିବାହ !

ଗତକିଛି ଦିନ ହେଲା ନିଜର ଦ୍ୱିତୀୟ ବିବାହକୁ ନେଇ ବେଶ ଚର୍ଚ୍ଚାରେ ଥିଲେ ଅନୁଭବ ମହାନ୍ତି । ଏନେଇ ସୋସିଆଲ ମିଡିଆରେ ଅନେକ ଭିଡିଓ ଓ ଫଟୋ ଭାଇରାଲ ହୋଇଥିଲା। 

Love In London ରେ ନଜର ଆସିବେ ଅନୁଭବ

15/15
Love In London ରେ ନଜର ଆସିବେ ଅନୁଭବ

ତେବେ କହିରଖୁଛୁ ଯେ, ଏହି ଦ୍ୱିତୀୟ ବିବାହ ସିନ ସତ ନୁହେଁ ଏହା ଏକ ଫିଲ୍ମର ସିନ୍। ନିର୍ଦ୍ଦେଶକ ତାପସ ସରଘରିଆଙ୍କ ଅପକମିଂ ଫିଲ୍ମ ଲଭ୍ ଇନ ଲଣ୍ଡନରେ ନଜର ଆସିବେ ଅନୁଭବ । ଆଜି ତାଙ୍କ ଜନ୍ମଦିନ ଅବସରରେ Happy Birth day Bhaijaan ୱିସ୍ କରି ଏହି ଟିଜର ରିଲିଜ ହୋଇଛି।