Love In London: ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନିଙ୍କ ମଧ୍ୟରେ ଥିବା ପାରିବାରିକ କଳହ କାହାକୁ ବା ଅଛପା । ସ୍ୱାମୀ ସ୍ତ୍ରୀଙ୍କ ଲଢେଇ କୋର୍ଟରେ ଚାଲିଥିବା ବେଳେ ସାଂସଦ ଅନୁଭବ ମହାନ୍ତିଙ୍କୁ ନେଇ ଏବେ ପୁଣି ଏକ ଚର୍ଚ୍ଚା ଲାଗିରହିଛି। କୁହାଯାଉଛି ଓଡ଼ିଶାରେ କି ଦିଲ୍ଲୀରେ ନୁହେଁ ଅନୁଭବଙ୍କୁ ମିଳିଛି ଲଣ୍ଡନରେ ତାଙ୍କ ଜୀବନସାଥୀ । ଗତକାଲି ଠାରୁ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସାଂସଦ ଅନୁଭବ ତାଙ୍କ ଲଭ୍ ଓ ଲଭ୍ ପ୍ରତି ଥିବା ଭାବନାକୁ ପ୍ରକାଶ କରିଛନ୍ତି । 


COMMERCIAL BREAK
SCROLL TO CONTINUE READING

ସାଂସଦ ଅନୁଭବ ମହାନ୍ତିଙ୍କୁ ଦୀର୍ଘଦିନ ପରେ ଏକ ଫିଲ୍ମ ଅଫର ମିଳିଛି। ଡାଇରେକ୍ଟର ତାପସ ସରଘରିଆ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି । ତେବେ ଫିଲ୍ମର ନାଁ ରହିଛି 'Love In London'। ଅନୁଭବଙ୍କ କହିବା କଥା, ଯେତେବେଳେ ଡାଇରେକ୍ଟର ତାଙ୍କୁ ଫିଲ୍ମର ନାଁ କହିଥିଲେ , ସେତେବେଳେ ଅନୁଭବ କହିଥିଲେ 'ତାପସ ଲଭ୍ ନେଇ କାହିଁ ମୋତେ ଏତେ ଯୋଡୁଛ ଟିକେ Hate ପ୍ରତି ବି ନିଅ । Love ରେ ବହୁତ ନାମ ନେଇଛି' । ଆଉ ଲଭ୍ କରି ନାମ ନେବାକୁ ଇଚ୍ଛା ନାହିଁ କହି ହସିଦେଇଛନ୍ତି ଅନୁଭବ ।


Also Read: Disha Salian Death Case Update: ଅଢେଇ ବର୍ଷ ପରେ ପଦାକୁ ଆସିଲା ସାଂଘାତିକ ସତ, କେମିତି ହୋଇଥିଲା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜରର ମୃତ୍ୟୁ ?


ତେବେ ଏଠାରେ କହି ରଖୁଛୁ ଯେ, ଫିଲ୍ମର ପୁରା ଟିମ ଏବେ ବର୍ମିଂହୋମରେ ଅଛନ୍ତି । ଏବଂ ସେଠାରେ ଏହି ଫିଲ୍ମର କିଛି ସିନ୍ ଓ ଗୀତର ସୁଟିଂ ଚାଲିଛି। ତେବେ ଲଣ୍ଡନରେ ଅନୁଭବଙ୍କୁ କେମିତି ପ୍ରେମ ହେଉଛି, କାହା ସହ ହେଉଛି ତାହାକୁ ନେଇ ଫିଲ୍ମର କାହାଣୀଟି ଆଧାରିତ । ଏହାସହ ରିଅଲ ଷ୍ଚୋରି ସହ ଫିଲ୍ମରେ କିଛି ନୂଆ ଟେକନିକ ଦେଖିବାକୁ ମିଳିବ ବୋଲି ଅଭିନେତା ଅନୁଭବ କହିଛନ୍ତି। କେଉଁ ଫିଲ୍ମରୁ କପି ନୁହେଁ ଅରିଜିନାଲ ଷ୍ଟୋରିକୁ ନେଇ ସୁଟିଂ ହେଉଥିବା Love In London ଫିଲ୍ମର ସଫଳତା କାମନା କରିଛନ୍ତି ଅଭିନେତା । 


Also Read: Kamal Haasan Health Update: ବିଗିଡିଲା କମଲ ହାସନଙ୍କ ସ୍ବାସ୍ଥ୍ୟବସ୍ଥା, ଜାଣନ୍ତୁ କେଉଁ ରୋଗରେ ଅଛନ୍ତି ପୀଡିତ ?


ଲଣ୍ଡନରେ ଲଗାତାର ବର୍ଷା ସତ୍ତ୍ୱେ ଏହି ଫିଲ୍ମର ସୁଟିଂରେ ଜୋରଦାର ଲାଗିଛନ୍ତି Love In London ର ପୁରା ଟିମ୍ । ତେବେ ଗତକାଲିର ଭିଡିଓ ପୂର୍ବରୁ ମଧ୍ୟ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତେବେ ଏହି ଭିଡିଓ ରେ ଫିଲ୍ମର ପୁରା ଟିମକୁ ବର୍ଷାରେ ଓଦାହୋଇ କାମ କରୁଥିବାର ଦେଖିବାକୁ ମିଳିଥିଲା । ହେଲେ ଏହି ଭିଡିଓ ଦେଖି ଫ୍ୟାନ୍ସ ମାନେ ବି ସବୁ ଅଜବଗଜବ କମେଣ୍ଟସ ଦେଇଥିଲେ । କିଏ କହିଥିଲେ ''ପିଛା ଛାଡ଼ୁନି ବର୍ଷା" ତ ଆଉ କିଏ କହିଥିଲା ଓଡ଼ିଶାରେ ବର୍ଷା, 'ଲଣ୍ଡନରେ ବି ବର୍ଷା'