Kamal Haasan Health Update: ବିଗିଡିଲା କମଲ ହାସନଙ୍କ ସ୍ବାସ୍ଥ୍ୟବସ୍ଥା, ଜାଣନ୍ତୁ କେଉଁ ରୋଗରେ ଅଛନ୍ତି ପୀଡିତ ?
Advertisement
Article Detail0/zeeodisha/odisha1455392

Kamal Haasan Health Update: ବିଗିଡିଲା କମଲ ହାସନଙ୍କ ସ୍ବାସ୍ଥ୍ୟବସ୍ଥା, ଜାଣନ୍ତୁ କେଉଁ ରୋଗରେ ଅଛନ୍ତି ପୀଡିତ ?

Kamal Haasan Health Update: ସାଉଥ୍ ସୁପରଷ୍ଟାର କମଲ ହାସନ ଅସୁସ୍ଥ । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବିଳମ୍ବିତ ରାତିରେ କମଲଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ପରେ ଅଭିନେତାଙ୍କୁ ଶ୍ରୀ ରାମଚନ୍ଦ୍ର ମେଡିକାଲ(Sri Ramachandra Medical Center) ରେ ଭର୍ତ୍ତି କରାଯାଇଛି।

Kamal Haasan Health Update: ବିଗିଡିଲା କମଲ ହାସନଙ୍କ ସ୍ବାସ୍ଥ୍ୟବସ୍ଥା, ଜାଣନ୍ତୁ କେଉଁ ରୋଗରେ ଅଛନ୍ତି ପୀଡିତ ?

Kamal Haasan Health Update: ସାଉଥ୍ ସୁପରଷ୍ଟାର କମଲ ହାସନ ଅସୁସ୍ଥ । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବିଳମ୍ବିତ ରାତିରେ କମଲଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା।  ପରେ ଅଭିନେତାଙ୍କୁ ଶ୍ରୀ ରାମଚନ୍ଦ୍ର ମେଡିକାଲ(Sri Ramachandra Medical Center) ରେ ଭର୍ତ୍ତି କରାଯାଇଛି। ସେ ଜ୍ବରରେ ପୀଡିତ ଥିବାରୁ ତାଙ୍କ  ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା। କମଲ ହାସନଙ୍କ ଅସୁସ୍ଥତା ଖବର ପ୍ରଚାରିତ ହେବା ମାତ୍ରେ ଫ୍ୟାନ୍ସମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ବର୍ତ୍ତମାନ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି।

ଅଧିକ ଜ୍ବର ହେତୁ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା :

ମିଡିଆ ରିପୋର୍ଟ ଅନୁଯାୟୀ ତାଙ୍କୁ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରଖାନା ନିଆଯାଇଥିଲା।  କମଲ ହାସନ ହାଇଦ୍ରାବାଦରୁ ଚେନ୍ନାଇ ଫେରୁଥିବା ବେଳେ ସେ ଜ୍ୱରରେ ପୀଡ଼ିତ ଥିଲେ। ଏହାପରେ ବାଟରେ ଅସହଜ ଅନୁଭବ ହେବାରୁ ତାଙ୍କୁ ତୁରନ୍ତ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପରେ ସେଠାରେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି । 

କୋରୋନା ସମୟରେ ମଧ୍ୟ ଅସୁସ୍ଥ ଥିଲେ କମଲ୍ :
 ୨୦୨୧ ମସିହାରେ, କୋରୋନା ସମୟରେ କମଲ ହାସନଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଗଲା । ଏହା ପରେ ମଧ୍ୟ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ତାଙ୍କ ଗୋଡର ହାଡରେ ସଂକ୍ରମଣ ହୋଇଥିଲା। ଯାହାକୁ ନେଇ ଚିନ୍ତିତ ହୋଇ ପଡିଥିଲେ ଫ୍ୟାନ୍ସ । ଏବଂ ତାଙ୍କ ଆଶୁ ଆରୋଗ୍ୟ ମଧ୍ୟ କାମନା କରିଥିଲେ।  ଯଦି ଆମେ କମଲଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା ତେବେ, କମଲ ହାସନଙ୍କ ପୂର୍ବ ଚଳଚ୍ଚିତ୍ର 'ବିକ୍ରମ ବେଧା' ବକ୍ସ ଅଫିସରେ ହିଟ୍ ହୋଇଥିଲା। କମଲ ହାସନ ଏବେ ରିୟାଲିଟି ଶୋ’ 'ବିଗ୍‌ ବସ୍‌ ତାମିଲ ସିଜନ ୬' କୁ ହୋଷ୍ଟ କରୁଛନ୍ତି। ଗତ ୬ ମାସ ହେଲା ସେ ଏହାର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ରିୟାଲିଟି ଶୋ' ଏବେ ଖୁବ୍‌ ପପୁଲାର ହେଉଥିବା ବେଳେ ହିଟ୍‌ ସାବ୍ୟସ୍ତ ହୋଇଛି।  ଏହାସହ ସେ ତାଙ୍କ ରାଜନୈତିକ କ୍ୟାରିୟରରେ ମଧ୍ୟ ବ୍ୟସ୍ତ ଅଛନ୍ତି । ଏବେ କମଲ ହାସନ 'ଇଣ୍ଡିଆନ୍ ୨' ଫିଲ୍ମର ଶୁଟିଂରେ ବ୍ୟସ୍ତ ଥିବା ବେଳେ ଆଗକୁ ମଣିରତ୍ନମଙ୍କ ଫିଲ୍ମ 'କେଏଚ୍ ୨୩୪' ରେ କାମ କରିବେ ବୋଲି ଜଣାଯାଇଛି। 

ଏହାବି ପଢନ୍ତୁ : Vikram Gokhale Health Update: ରାଗିଗଲେ ବରିଷ୍ଠ ଅଭିନେତାଙ୍କ ପତ୍ନୀ,କହିଲେ ମୋ ସ୍ୱାମୀ ବଞ୍ଚି ବଞ୍ଚି ଥାଉଥାଉ ମାରିଦିଅନି

ସେପଟେ, ବଲିଉଡ୍ ଅଭିନେତା ବିକ୍ରମ ଗୋଖଲେଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ରହିଛି । ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛ ବୋଲି କୁହାଯାଉଛି।  ନଭେମ୍ବର ୫ ତାରିଖରୁ ବିକ୍ରମ ଗୋଖଲେଙ୍କୁ ପୁଣେର ଦେନାଥ ମଙ୍ଗେଶକର ଡାକ୍ତରଖାନା(Deenanath Mangeshkar Hospital ) ରେ ଭର୍ତ୍ତି କରାଯାଇଛି। ତାଙ୍କ ପତ୍ନୀ ଭ୍ରୁଶାଲି ଗୋଖଲେ ସୂଚନା ଦେଇଛନ୍ତି ଯେ, 'ତାଙ୍କ ଶରୀର କିଛି ଅଙ୍ଗ କାମ କରୁନି, ଆମେ ତାଙ୍କ ଶରୀରରକୁ ଛୁଇଁଲେବି ସେ କୌଣସି ପ୍ରକାର ପ୍ରତିକ୍ରିୟା ଦେଉ ନାହାଁନ୍ତି । ସେ ଡାକ୍ତରଖାନାରେ ଅଛନ୍ତି,  ଗୁରୁବାର ସକାଳେ ଡାକ୍ତରମାନେ ପରବର୍ତ୍ତୀ ସମୟରେ କଣ କରିବେ ତାହା ସ୍ଥିର କରିବେ। ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ତାଙ୍କ ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି ଘଟିଥିଲା।'