Arjun Kapoor: ମଲାଇକାଙ୍କ ହାତ ଧରିବେ ଅର୍ଜୁନ୍ ! ବିବାହ ପୂର୍ବରୁ ରିଲେସନସିପକୁ ନେଇ କଲେ ବଡ ଖୁଲାସା
Arjun Kapoor : ଅର୍ଜୁନ କପୁର ଏବଂ ମଲାଇକା ଆରୋରା । ଗତ କିଛି ବର୍ଷ ହେବ ପରପ୍ପରକୁ ଡେଟ କରୁଛନ୍ତି । ପ୍ରଶଂସକମାନେ ମଧ୍ୟ ଏହି ଦୁହିଁଙ୍କ ବିବାହକୁ ଅପେକ୍ଷା କରିଛନ୍ତି।
Arjun Kapoor : ଅର୍ଜୁନ କପୁର ଏବଂ ମଲାଇକା ଆରୋରା । ଗତ କିଛି ବର୍ଷ ହେବ ପରପ୍ପରକୁ ଡେଟ କରୁଛନ୍ତି । ପ୍ରଶଂସକମାନେ ମଧ୍ୟ ଏହି ଦୁହିଁଙ୍କ ବିବାହକୁ ଅପେକ୍ଷା କରିଛନ୍ତି। ଏହି ସମୟରେ ଅଭିନେତା ଏକ ସାକ୍ଷାତକାରରେ ବିବାହ ପୂର୍ବରୁ ବିବାହ ଏବଂ ରିଲେସନସିପକୁ ନେଇ ଖୋଲାଖୋଲି ଭାବରେ ଆଲୋଚନା କରିଛନ୍ତି । ଆମେ ଆପଣଙ୍କୁ କହିବୁ ଯେ ଆଜିକାଲି ଅର୍ଜୁନ କପୁର ତାଙ୍କର ଆଗାମୀ ୱେବ୍ ସିରିଜ୍ 'ନିଷେଧ୍ ୨' କୁ ପ୍ରମୋସନ କରିବାରେ ବ୍ୟସ୍ତ ଅଛନ୍ତି ।
ବ୍ୟକ୍ତିଗତ ପ୍ରଶ୍ନର ଉତ୍ତର ଦେଇଛନ୍ତି ଅର୍ଜୁନ :
ଯେତେବେଳେ ଅର୍ଜୁନ କପୁରଙ୍କୁ ପ୍ରଶ୍ନ କରାଯାଇଥିଲା- 'ଭାରତର ପରିଚୟ ହେଉଛି ଜଣେ ମହିଳା, ଜଣେ ପୁରୁଷ। ଥରେ ବଞ୍ଚ, ଥରେ ମର ଏବଂ କେବଳ ଥରେ ବିବାହ କର । ଆପଣ ଏହା ବିଷୟରେ କ'ଣ ଅନୁଭବ କରୁଛନ୍ତି? ଏକାଧିକ ସାଥୀ ରହିବା ଏବଂ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଠିକ୍ କି ? ଏହି ପ୍ରଶ୍ନ ଉପରେ ଅର୍ଜୁନ କପୁର କହିଛନ୍ତି- 'ଏହି ପରିଚୟ କିଏ ସୃଷ୍ଟି କରିଛି? ଆମେ ଆମ ଜୀବନରେ ଅନେକ ଲୋକଙ୍କୁ ଭେଟିଥାଉ ଏବଂ ସମ୍ପର୍କ ମଧ୍ୟ ରଖିଥାଉ । କିନ୍ତୁ ବିବାହ ଏକ ବଡ କଥା ଏବଂ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି କାହା ସହିତ ସମ୍ପର୍କ ରଖିବା । ବିବାହ କରିବାକୁ ଆପଣଙ୍କୁ ଅନେକ ପର୍ଯ୍ୟାୟ ଦେଇ ଗତି କରିବାକୁ ପଡିବ । ଏହା ନୁହେଁ ଯେ ଆପଣ ପ୍ରଥମ ବ୍ୟକ୍ତିଙ୍କୁ ଭେଟି ବିବାହ କରିବାକୁ ନିଷ୍ପତ୍ତି ନେବେ। ''
ଏହାବି ପଢନ୍ତୁ : Kartik Aaryan: ରୋମାଣ୍ଟିକ୍ ନୁହେଁ, ଏଥର ବକ୍ସର ଭୂମିକାରେ ନଜର ଆସିବେ କାର୍ତ୍ତିକ୍
ପ୍ରେମ ବିଷୟରେ ତୁମେ କ’ଣ ଜାଣିଛ ?
ଏହା ପରେ ଅର୍ଜୁନ କପୁରଙ୍କୁ ପ୍ରେମ ବିଷୟରେ ପଚାରା ଯାଇଥିଲା। ଅର୍ଜୁନ କହିଛନ୍ତି ଯେ,- '୨୦ ବର୍ଷ ବୟସରେ ପ୍ରେମ ବିଷୟରେ ଆପଣ କ’ଣ ଜାଣନ୍ତି ? ଏହି ବ୍ୟକ୍ତି ଆପଣଙ୍କ ପାଇଁ ଠିକ ଅଛି କି ନାହିଁ ଆପଣ କିପରି ଜାଣିବେ? ସେହି ସମୟରେ ଏହା ଜଣାପଡେ ଯେ ତୁମେ ପ୍ରକୃତ ପ୍ରେମରେ ପଡିଯାଇଛ, କିନ୍ତୁ ପରେ ତୁମେ ଅନୁଭବ କରିବେ ଯେ, ତୁମେ ତୁମର କ୍ୟାରିୟର ଉପରେ ଧ୍ୟାନ ଦେବା ଉଚିତ୍ । ଏହି ଭିଡିଓ ଗେମ୍ ନାହିଁ, ଏହା ଜୀବନ ।' ଯଦି ଆମେ ଅର୍ଜୁନଙ୍କ ଓ୍ବାର୍କପ୍ରଣ୍ଟ କଥା କହିବା ତେବେ, ଅର୍ଜୁନଙ୍କ ହାତରେ ଏବେ କିଛି ପ୍ରୋଜେକ୍ଟ ରହିଛି । ତାଙ୍କ ଆଗାମୀ ଫିଲ୍ମ 'କୁତେ' ଖୁବଶିଘ୍ର ରିଲିଜ୍ ହେବାକୁ ଯାଉଛି । ଦିର୍ଘ ବର୍ଷ ଧରି ମଲାଇକା ଏବଂ ଅର୍ଜୁନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଛି। ହେଲେ ଏହି ଲବବାର୍ଡ ୨୦୧୯ରେ ନିଜ ସମ୍ପର୍କକୁ ଅଫିସିଆଲ କରିଥିଲେ। ଏହା ପରେ ସେମାନଙ୍କୁ ଟ୍ରୋଲର ଶୀକାର ହେବାକୁ ପଡିଥିଲା । ତେବେ ଉଭୟ ଏହା ଉପରେ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନଥିଲେ। ମଲାଇକା-ଅର୍ଜୁନଙ୍କ ଯୋଡିକୁ ସେମାନଙ୍କ ପ୍ରଶଂସକଙ୍କୁ ବହୁତ ପସନ୍ଦ କରନ୍ତି । ଦୁହେଁ ପ୍ରାୟତଃ ଭ୍ୟାକେସନରେ ଏକାଠି ସମୟ ବିତାନ୍ତି। ଦୀର୍ଘ ସମୟ ଧରି ଉଭୟଙ୍କ ବିବାହକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇ ଯାଇଛି ।