Aryan Khan Case : ପୁଣି ବିବାଦରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ୍ ।  କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଜଡିତ ଥିବା ଶାହାରୁକ୍ ଖାନଙ୍କ ପୁଅ ଆର୍ଯ୍ୟାନ୍ ଖାନଙ୍କ ପାଇଁ ବଢିଲା ଅଡୁଆ । ଏହି ମାମଲାରେ ଏନସିବି ରିପୋର୍ଟରେ ବଡ ସାଂଘତିକ ତଥ୍ୟ ବର୍ତ୍ତମାନ ସାମ୍ନାକୁ ଆସିଛି । ଏହି ତଦନ୍ତରେ ଅନେକ ତ୍ରୁଟି ଥିବା ଏନସିବିର ରିପୋର୍ଟରେ କୁହାଯାଇଛି । ଏହାସହ ତଦନ୍ତରେ ସାମିଲ ଅଧିକାରୀଙ୍କ ଭୂମିକାକୁ ନେଇ ବର୍ତ୍ତମାନ ଅନେକ ପ୍ରଶ୍ନ ଉଠିଛି । ଏହି ମାମଲାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। 


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁସାରେ, ୨୦୨୧ , ଅକ୍ଟୋବର ୨ରେ କ୍ରୁଜ ପାର୍ଟିରରେ ଚଢାଉ କରିଥିଲା ଏସନିସି (NCB) । ସେଠାରୁ ୨୦ ଜଣଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଶାହାରୁକ୍ ଖାନଙ୍କ ପୁଅ ଆର୍ଯ୍ୟାନ୍ ଖାନ୍ ମଧ୍ୟ ରହିଥିଲେ। ପରେ ଆର୍ଯ୍ୟାନଙ୍କୁ ଗିରଫ ପରେ ଜେଲକୁ ପଠାଇ ଦିଆଯାଇଥିଲା।  ପରେ ଡ୍ରଗ୍ସ ପାର୍ଟି ମାମଲାରେ ଛନ୍ଦି ହୋଇ ଜେଲରେ ଥିବା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟାନଙ୍କ ଜାମିନ୍ ଖାରଜ କରିଥିଲେ ମୁମ୍ବାଇ କିଲ୍ଲା କୋର୍ଟ । ମାମଲା ଗମ୍ଭୀର ଥିବାରୁ ତଳ କୋର୍ଟରେ ନୁହେଁ, ସେସନ୍ କୋର୍ଟକୁ ଯିବା ପାଇଁ ଆର୍ଯ୍ୟନଙ୍କ ଓକଲିଙ୍କୁ କହିଥିଲେ କୋର୍ଟ । କୋର୍ଟରେ ଶୁଣାଣି ବେଳେ ଏନସିବି ଓ ଆର୍ଯ୍ୟନଙ୍କ ଓକିଲଙ୍କ ମଧ୍ୟରେ ହୋଇଥିଲା ଜବରଦସ୍ତ ଯୁକ୍ତିତର୍କ । ଦିର୍ଘ ୨୮ ଦିନ ପରେ ତାଙ୍କୁ ବମ୍ବେ ହାଇକୋର୍ଟରୁ ବେଲ୍ ମିଳିଥିଲା। 


ଏହାବି ପଢନ୍ତୁ : Bhediya: ଭିନ୍ନ ଅନ୍ଦାଜରେ କ୍ରିତି ସାନନ୍ , ଏହି ଫିଲ୍ମରେ କିଭଳି ରହିଛି ତାଙ୍କ ଲୁକ୍ ,ଦେଖନ୍ତୁ


ପରେ ଏହି ଘଟଣାକୁ ନେଇ ଆରମ୍ଭ ହୋଇଥିଲା ରାଜନୀତି । ଘଟଣାର ତଦନ୍ତ ଦାୟିତ୍ବ ନେଇଥିଲେ ସମୀର ଓ୍ବାଙ୍ଖଡେ (Sameer Wankhede) । ପରେ ମେ ମାସରେ, ସମୀର ଓ୍ବାଙ୍ଖଡେଙ୍କୁ ସିବିଆଇସି (CBIC) ପକ୍ଷରୁ ତାଙ୍କର ବଦଳି କରାଯାଇଥିଲେ । ପରେ ତାଙ୍କୁ ଚେନ୍ନାଇ ସ୍ଥିତ ଡିରେକ୍ଟର ଜେନେରାଲ ଅଫ୍ ଟ୍ୟାକ୍ସ ପ୍ଲେୟର ସର୍ଭିସ (DGTS)ର ମୁଖ୍ୟ କରି ଦିଆଯାଇଥିଲା। ସମୀର ଓ୍ବାଙ୍ଖଡେ ମୁମ୍ବାଇରେ ଡ୍ରଗ୍ସ ମାମଲାର ଯାଞ୍ଚ କରି ଚର୍ଚ୍ଚାକୁ ଆସିଥିଲେ। ସମୀର ୱାଙ୍ଖଡେ( Sameer Wankhede) ଜଣେ ଚର୍ଚ୍ଚିତ ଚେହେରା । ୨୦୦୮ ବ୍ୟାଚ୍‌ର ଆଇଆର୍‌ଏସ୍‌ ଅଧିକାରୀ। ଭାରତୀୟ ରାଜସ୍ୱ ସେବାରେ ଯୋଗ ଦେବା ପରେ ତାଙ୍କର ପ୍ରଥମ ପୋଷ୍ଟିଂ ମୁମ୍ବାଇର ଛତ୍ରପତି ଶିବାଜୀ ଇଣ୍ଟରନ୍ୟାସନାଲ ବିମାନ ବନ୍ଦରରେ ଡେପୁଟି କଷ୍ଟମ କମିଶ୍ନର ରୂପେ ହୋଇଥିଲା। ତାଙ୍କ ଦକ୍ଷତା ଯୋଗୁଁ ତାଙ୍କୁ ପରେ ଆନ୍ଧ୍ରପ୍ରଦେଶ ଓ ପରେ ଦିଲ୍ଲୀ ପଠାଯାଇଥିଲା। ଦିଲ୍ଲୀ ପରେ ପୁଣି ଥରେ ତାଙ୍କୁ ମୁମ୍ବାଇ ଅଣାଯାଇଥିଲା। ଏଠାରେ ତାଙ୍କୁ ଏନସିବିର ଜୋନାଲ ନିର୍ଦ୍ଦେଶକ କରାଯାଇଥିଲା। ତାଙ୍କୁ ନିଶା ଏବଂ ଡ୍ରଗ୍ସ ସହ ଜିଡତ ମାମଲାରେ ବିଶେଷଜ୍ଞ ବୋଲି ମଧ୍ୟ କୁହାଯାଏ। ସମୀର ଜୋନାଲ ନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିବା ମାତ୍ରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ଡ୍ରଗ୍ସ ଲିଙ୍କ ତଦନ୍ତ ଆରମ୍ଭ କରିଥିଲେ। ଗତ ଦୁଇ ବର୍ଷ ମଧ୍ୟରେ ସମୀର ୱାଙ୍ଖଡେଙ୍କ ନେତୃତ୍ୱରେ ପ୍ରାୟ ୧୭ ହଜାର କୋଟି ଟଙ୍କାର ଡ୍ରଗ୍ସ ଏବଂ ଡ୍ରଗ୍ସ ରାକେଟର ପର୍ଦ୍ଦାଫାଶ ହୋଇଥିଲା।