Bhediya: ଭିନ୍ନ ଅନ୍ଦାଜରେ କ୍ରିତି ସାନନ୍ , ଏହି ଫିଲ୍ମରେ କିଭଳି ରହିଛି ତାଙ୍କ ଲୁକ୍ ,ଦେଖନ୍ତୁ
Advertisement

Bhediya: ଭିନ୍ନ ଅନ୍ଦାଜରେ କ୍ରିତି ସାନନ୍ , ଏହି ଫିଲ୍ମରେ କିଭଳି ରହିଛି ତାଙ୍କ ଲୁକ୍ ,ଦେଖନ୍ତୁ

Bhediya: ଅଭିନେତା ବରୁଣ ଧାଓ୍ବନ ଓ କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ 'ଭେଡିୟା' କୁ ନେଇ ଖୁବ ଚର୍ଚ୍ଚା । ଫିଲ୍ମରେ ବରୁଣଙ୍କ ଫାଷ୍ଟ ଲୁକ୍ ସୋମବାର ରିଲିଜ୍ ହୋଇଛି । ବରୁଣଙ୍କ ଏହି ଲୁକକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି । ବରୁଣଙ୍କ ପାଷ୍ଟ ଲୁକ୍ ପରେ ପରେବର୍ତ୍ତମାନ କ୍ରିତି ସାନନଙ୍କ ନୂଆ ଲୁକ୍ ସାମ୍ନାକୁ ଆସିଛି।

Bhediya: ଭିନ୍ନ ଅନ୍ଦାଜରେ କ୍ରିତି ସାନନ୍ , ଏହି ଫିଲ୍ମରେ କିଭଳି ରହିଛି ତାଙ୍କ ଲୁକ୍ ,ଦେଖନ୍ତୁ

Bhediya: ଅଭିନେତା ବରୁଣ ଧାଓ୍ବନ ଓ କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ 'ଭେଡିୟା' କୁ ନେଇ ଖୁବ ଚର୍ଚ୍ଚା । ଫିଲ୍ମରେ ବରୁଣଙ୍କ ଫାଷ୍ଟ ଲୁକ୍ ସୋମବାର ରିଲିଜ୍ ହୋଇଛି । ବରୁଣଙ୍କ ଏହି ଲୁକକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି । ବରୁଣଙ୍କ ପାଷ୍ଟ ଲୁକ୍ ପରେ ପରେବର୍ତ୍ତମାନ କ୍ରିତି ସାନନଙ୍କ ନୂଆ ଲୁକ୍ ସାମ୍ନାକୁ ଆସିଛି। ଯେଉଁଥିରେ କ୍ରିତି ନୂଆ ଏକ ଅନ୍ଦାଜ୍‌ରେ ନଜର ଆସିଛନ୍ତି। ଉଭୟ କ୍ରିତି ସାନନ୍ ଏବଂ ବରୁଣ ଧାୱନ ଏହି ଫିଲ୍ମରୁ ଅଭିନେତ୍ରୀଙ୍କ ନୂଆ ଲୁକର ପୋଷ୍ଟର ସେୟାର କରିଛନ୍ତି। କ୍ରିତିଙ୍କୁ ଭେଡ଼ିଆରେ ଡାକ୍ତର ଅନିକା ଭୂମିକାରେ ନଜର ଆସିବେ। ଫିଲ୍ମରେ ସେ ତାଙ୍କର ଫାଷ୍ଟ ଲୁକ ସେୟାର କରିବା ସହିତ କ୍ୟାପସନ ମଧ୍ୟ ଲେଖିଛନ୍ତି , 'ଡାକ୍ତର ଅନିକାଙ୍କୁ ଦେଖା କରନ୍ତୁ, ଭେଡିଆର ଡାକ୍ତର, ମଣିଷାମନେ ନିଜ ରିକ୍ସରେ ଦୟା କରି ଆସନ୍ତୁ' (Meet Dr. Anika! Bhediya ki doctor! Humans, please visit at your own risk!) । ସେପଟେ, ଏହି ଫିଲ୍ମରେ ବରୁଣଙ୍କୁ ଏକ ନୂଆ ରୂପରେ ଦେଖିବେ ଦର୍ଶକ । ଫିଲ୍ମରେ ବରୁଣଙ୍କ ପ୍ରଥମ ଲୁକ୍ କିପରି ଥିଲା ସେନେଇ ତାଙ୍କର ଫାଷ୍ଟ ଲୁକ୍ ଆଉଟ ହୋଇଥିଲା। 

ଅଭିନେତା ଜଣକ ଏହି ପୋଷ୍ଟରକୁ ନିଜ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଛନ୍ତି । ଏହି ପୋଷ୍ଟରକୁ ଫ୍ୟାନ୍ସ କାଫି ପସନ୍ଦ କରିଛନ୍ତି । ପୋଷ୍ଟରେ ଦେଖିବାକୁ ମିଳିଛି ଯେ, ଅଭିନେତା ବରୁଣ ଧାଓ୍ବନ ପୂର୍ଣ୍ଣିମା ରାତିରେ ନିଜର ରୂପ ପରିବର୍ତ୍ତନ କରୁଛନ୍ତି । ଆଉ ଯାହାକୁ ଦେଖି ଭୟଭିତ ହୋଉଯାଉଛନ୍ତି କିତ୍ରି ସାନନ, ଅଭିଷେକ ବାନାର୍ଜୀ । ପରବର୍ତ୍ତୀ ମୂହୁର୍ତ୍ତରେ କଣ ହୁଏ । ତାହା ଫିଲ୍ମରେ ଦେଖିବାକୁ ମିଳିବ । ବରୁଣ ଏ ପୋଷ୍ଚରଟି ନିଜ ଇନଷ୍ଟାରେ ସେୟାର କଲାବେଳେ ସେ କ୍ୟାପସନରେ ଲେଖିଛନ୍ତି ଯେ," ଆବ ହୋଗା ଜଙ୍ଗଲ ମେ କାଣ୍ତ । ଫିଲ୍ମର ନିର୍ଦ୍ଦେଶକ ଅମର କୌଶିକ ଦେଇଛନ୍ତି । ଜାତୀୟ ପୁରସ୍କାର ବିଜେତା ନିରେନ ଭଟ୍ଟଙ୍କ ଦ୍ୱାରା 'ଭେଡିଆ ' ର ସ୍କ୍ରିପ୍ଟିଂ କରାଯାଇଛି । ଫିଲ୍ମଟି ୨୫ ନଭେମ୍ବରରେ ପରଦାକୁ ଆସିବ । କହିବାକୁ ଗଲେ ଏହି ଚଳଚ୍ଚିତ୍ରଟି ଉଭୟ ଥ୍ରୀଡି ଏବଂ ଟୁଡି ରେ ରିଲିଜ୍‌ ହେବ। ଏହା କ୍ରିତି ଏବଂ ବରୁଣଙ୍କ ଦ୍ୱିତୀୟ ଚଳଚ୍ଚିତ୍ର ହେବ । ଏହାପୂର୍ବରୁ ଦୁହେଁ ଫିଲ୍ମ ଦିଲୱାଲରେ ଏକାଠି ନଜର ଆସିଥିଲେ।

 

 
 
 
 

 
 
 
 
 
 
 
 
 
 
 

A post shared by Kriti (@kritisanon)

ଯଦି ଆମେ ବରୁନ ଧାଓ୍ବାନଙ୍କ ଓ୍ବାର୍କଫ୍ରଣ୍ଟର କଥା କହିବା , ତେବେ ବରୁଣଙ୍କ ହାତରେ ଅନେକ ବଡ ପ୍ରଜେକ୍ଟ ରହିଛି । ସେ ଭେଡିୟା ବ୍ୟତିତ ବାଓ୍ବାଲ୍ ମଧ୍ୟ ନଜର ଆସିବେ। ବରୁଣ ଧାଓ୍ବନ ନିଜ ପିଲାଦିନର ବନ୍ଧୁ ତଥା ଗାର୍ଲଫ୍ରେଣ୍ତ ନତାସା ଦଲାଲଙ୍କୁ ୨୦୨୧ ଜାନୁଆରୀ ୨୪ରେ ବିବାହ କରିଥିଲେ । ଏହି ବିବାହକୁ ଉଭୟ ସିକ୍ରେଟ ରଖିଥିଲେ। ଉଭୟ ନିଜ ବୈବାହିକ ଜୀବନକୁ ଏବେ ଉପଭୋଗ କରୁଛନ୍ତି । ବରୁଣ ଧାଓ୍ବନ  ୧୯୮୭ , ଅପ୍ରିଲ ୨୪ରେ ସେ ଜନ୍ମ ଗ୍ରହଣ କରିଥିଲେ।  ସେ ଷ୍ଟୁଡେଣ୍ଟ ଅଫ ଦି ୟିଇରରେ ଡେବ୍ୟୁ କରିଥିଲେ। ଯେଉଁଥିରେ ଆଲିଆ ଭଟ୍ଟ ଓ ସିଦ୍ଧାର୍ଥ ମଲହୋତ୍ରା ନଜର ଆସିଥିଲେ। ଫିଲ୍ମଟି ବକ୍ସ ଅଫିସରେ ହିଟ୍ ମଧ୍ୟ ହୋଇଥିଲା।