Pathaan Controversy:`ବେସରମ ରଙ୍ଗ ` ବିବାଦ ପରେ ଭୟରେ ଦେଶ ଛାଡିଲେ ଦୀପିକା !
Pathaan Controversy:ଶାହରୁକ୍ ଓ ଦୀପିକାଙ୍କ ଅଭିନୀତ ଫିଲ୍ମ `ପଠାନ` । ଏହି ଫିଲ୍ମରେ ଗୀତ `ବେସରମ ରଙ୍ଗ `କୁ ନେଇ ସବୁଠି ଚର୍ଚ୍ଚା । କାହିକିଁନା ରିଲିଜ୍ ହେବାର ଦିନ କେଇଟା ହୋଇନି ହେଲେ ଆରମ୍ଭରୁ ବିବାଦରେ ଛନ୍ଦି ହୋଇ ଯାଇଛି ଗୀତଟି । ସେହି ଗୀତରେ ଦୀପିକା ପିନ୍ଧିଥିବା ଗେରୁଙ୍ଗା ରଙ୍ଗର ବିକିନିକୁ ନେଇ ସବୁଠି ଉଠିଛି ପ୍ରତିବାଦର ସ୍ବର ।
Pathaan Controversy: ଶାହରୁକ୍ ଓ ଦୀପିକାଙ୍କ ଅଭିନୀତ ଫିଲ୍ମ 'ପଠାନ' । ଏହି ଫିଲ୍ମରେ ଗୀତ 'ବେସରମ ରଙ୍ଗ 'କୁ ନେଇ ସବୁଠି ଚର୍ଚ୍ଚା । କାହିକିଁନା ରିଲିଜ୍ ହେବାର ଦିନ କେଇଟା ହୋଇନି ହେଲେ ଆରମ୍ଭରୁ ବିବାଦରେ ଛନ୍ଦି ହୋଇ ଯାଇଛି ଗୀତଟି । ସେହି ଗୀତରେ ଦୀପିକା ପିନ୍ଧିଥିବା ଗେରୁଙ୍ଗା ରଙ୍ଗର ବିକିନିକୁ ନେଇ ସବୁଠି ଉଠିଛି ପ୍ରତିବାଦର ସ୍ବର । ଏପରିକି ଶାହରୁକ୍ ଓ ଦୀପିକାଙ୍କ ନାଁରେ ମାମଲା ରୁଜୁ ହୋଇଛି । ଏଭଳି ପରିସ୍ଥିତିରେ ଦୀପିକା ଆଉ ଦେଶରେ ରହିବାକୁ ମନବଳାଉ ନାହାଁନ୍ତି ।
ତେବେ, ଏଭଳି ପରିସ୍ଥିତିରେ ଦୀପିକାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବର୍ତ୍ତମାନ ବେଶ ଭାଇରାଲ ହେଉଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ବିମାନବନ୍ଦରର ପହଞ୍ଚିଛନ୍ତି ଦୀପିକା। ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, କତାରରେ ଫିଫା ବିଶ୍ୱକପ୍ ଆୟୋଜିତ ହେଉଛି। ଫ୍ରାନ୍ସ ଏବଂ ଆର୍ଜେଣ୍ଟିନା ମଧ୍ୟରେ ୧୮ ଡିସେମ୍ବର ୨୦୨୨ ରେ ଫିଫା ଫାଇନାଲ ଅନୁଷ୍ଠିତ ହେବାକୁ ଯାଉଛି । ଏଠାରେ ଫିଲ୍ମ 'ପଠାନ'ର ପ୍ରମୋସନ କରିବାକୁ ଯାଉଛନ୍ତି ଏହି ଅଭିନେତ୍ରୀ । ଆଉ ତାଙ୍କୁ ସାଥ ଦେବାକୁ କିଙ୍ଗ ଖାନ୍ ମଧ୍ୟ ସେଠାରେ ଉପସ୍ଥିତ ରହିବେ । ସେଠାରେ ଦୁଇ ଜଣ ତାଙ୍କ ଆଗାମୀ ଫିଲ୍ମ 'ପଠାନ'ର ପ୍ରମୋସନ କରିବେ । ତେବେ, ଦୀପିକାଙ୍କ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, କିଛି ଗଣମାଧ୍ୟମ ପ୍ରତିନିଧି ଦୀପିକାଙ୍କୁ ମାସେଙ୍କ ଅଟୋଗ୍ରାଫ୍ ଆଣିବାକୁ କୁହନ୍ତି ଏବଂ ଦୀପିକା ହସି ହସି ଚାଲିଯାଆନ୍ତି ।
ଏହାବି ପଢନ୍ତୁ : Pathaan Controversy: ଆଇନର ଜାଲରେ ‘ବେସରମ ରଙ୍ଗ’,ଶାହରୁକ୍ ଓ ଦୀପିକାଙ୍କ ନାଁରେ ରୁଜୁ ହେଲା ମାମଲା
ଏହାବି ପଢନ୍ତୁ : Celebs Reveal Disease in 2022: ବର୍ଷ ୨୦୨୨ରେ ସମନ୍ଥାଙ୍କ ଠାରୁ ଆରମ୍ଭ କରି ଦୀପିକା, ଖୋଲିଥିଲେ ନିଜର ରୋଗର ସିକ୍ରେଟ
'ପଠାନ' ଫିଲ୍ମର ଗୀତ 'ବେସରମ ରଙ୍ଗ' ନିକଟରରେ ରିଲିଜ୍ ହୋଇଛି । ଏହି ଗୀତରେ ଦୀପିକା ଏକ ଗେରୁଆ ରଙ୍ଗରେ ବିକିନି ପିନ୍ଧିଛନ୍ତି। ଦୀପିକାଙ୍କ ବିକିନିକୁ ନେଇ ଏବେ ସୋସିଆଲ ମିଡିଆରେ ଝଡ ଉଠିଛି । ଏହି ଦୃଶ୍ୟକୁ ନେଇ ବହୁ ପ୍ରତୀକ୍ଷିତ 'ପଠାନ' ଚଳଚ୍ଚିତ୍ର ଏବେ ବୟକଟ ଟ୍ରେଣ୍ଟ ଚାଲିଛି । ଏଥିରେ ହିନ୍ଦୁ ଧର୍ମର ସଂସ୍କୃତିକୁ ନଷ୍ଟ କରାଯାଉଥିବା ଅଭିଯୋଗ କରୁଛନ୍ତ ଲକ୍ଷ ଲକ୍ଷ ୟୁଜର । ଗୀତର କିଛି ଦୃଶ୍ୟରେ ଅଭିନେତ୍ରୀ ଦୀପିକା ପାଦୁକୋନ ବିକିନି ପିନ୍ଧି ଶାହରୁଖଙ୍କ ସହିତ ନୃତ୍ୟ କରିବାକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ଅନେକ ଲୋକ । ସେମାନେ ସୋସିଆଲ ମିଡିଆରେ ଦୀପିକା ଏବଂ ଶାହରୁଖଙ୍କ ଫିଲ୍ମକୁ ବୟକଟ କରିବାକୁ କହୁଛନ୍ତି । ଏହି ଅଶ୍ଲିଳ ନୃତ୍ୟକୁ ହିନ୍ଦୁ ସଂଗଠନ ସହ ମୁସଲିମ ସଂଗଠନ ମଧ୍ୟ ବିରୋଧ କରିବା ଆରମ୍ଭ କରିଛନ୍ତି ।