Pathaan Controversy: ଆଇନର ଜାଲରେ ‘ବେସରମ ରଙ୍ଗ’,ଶାହରୁକ୍ ଓ ଦୀପିକାଙ୍କ ନାଁରେ ରୁଜୁ ହେଲା ମାମଲା
Advertisement
Article Detail0/zeeodisha/odisha1489257

Pathaan Controversy: ଆଇନର ଜାଲରେ ‘ବେସରମ ରଙ୍ଗ’,ଶାହରୁକ୍ ଓ ଦୀପିକାଙ୍କ ନାଁରେ ରୁଜୁ ହେଲା ମାମଲା

Pathaan Controversy: ଶାହରୁକ୍ ଖାନ ଓ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ପଠାନ’କୁ ନେଇ ସବୁଠି ଚର୍ଚ୍ଚା । ଫିଲ୍ମର ପ୍ରଥମ ଗୀତ ‘ବେସରମ ରଙ୍ଗ’ ରିଲିଜ ହୋଇଥିବା ବେଳେ ଏହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ତେବେ ଏଥିରେ ଦୀପିକାଙ୍କ ଆଉଟଫିଟ୍ ଗେରୁଆ ରଙ୍ଗର ବିକିନିକୁ ନେଇ ବିବାଦ ଘନେଇଛି । ବିଶ୍ବ ହିନ୍ଦୁ ପରିଷଦ ଓ ଆରଏସଏସ ସହ କେତେକ ଧାର୍ମିକଗୁରୁ ମଧ୍ୟ ଏନେଇ ସ୍ବର ଉଠାଇଛନ୍ତି ।

ସୌଜନ୍ୟ : ସୋସିଆଲ ମିଡିଆ

Pathaan Controversy: ଶାହରୁକ୍ ଖାନ ଓ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ପଠାନ’କୁ ନେଇ ସବୁଠି ଚର୍ଚ୍ଚା ।  ଫିଲ୍ମର ପ୍ରଥମ ଗୀତ ‘ବେସରମ ରଙ୍ଗ’ ରିଲିଜ ହୋଇଥିବା ବେଳେ ଏହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି   । ତେବେ ଏଥିରେ ଦୀପିକାଙ୍କ ଆଉଟଫିଟ୍ ଗେରୁଆ ରଙ୍ଗର ବିକିନିକୁ ନେଇ ବିବାଦ ଘନେଇଛି । ବିଶ୍ବ ହିନ୍ଦୁ ପରିଷଦ ଓ ଆରଏସଏସ ସହ କେତେକ ଧାର୍ମିକଗୁରୁ ମଧ୍ୟ ଏନେଇ ସ୍ବର ଉଠାଇଛନ୍ତି । ଆଉ କେତେକ ମହନ୍ତ କହିଛନ୍ତି ଯେ,  ‘ପଠାନ’ ଫିଲ୍ମ ଯେଉଁ ହଲରେ ରିଲିଜ୍ ହେବ ,ତାହାକୁ ନିଆଁ ଲଗାଇଦେବା ପାଇଁ ମଧ୍ୟ ଲୋକଙ୍କୁ କହିଛନ୍ତି । ତେବେ, ‘ବେସରମ ରଙ୍ଗ’ରେ ଦୀପିକି ପିନ୍ଧିଥିବା କଷ୍ଟ୍ୟମ୍  ଓ ଗୀତରେ ଥିବା ଅଶ୍ଲିଳତାକୁ ନେଇ ଥାନାରେ ମାମଲା ରୁଜୁ ହେବା ପରେ ବର୍ତ୍ତମାନ କୋର୍ଟରେ ପହଞ୍ଚିଲାଣୀ କେସ୍ । 

ବିହାରର ମୁଜାଫରପୁର ଜିଲ୍ଲାରେ ‘ପଠାନ’ ଫିଲ୍ମର ଏହି ଗୀତ ବିରୋଧରେ କୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଅଭିଯୋଗ ହୋଇଛି ଯେ  ‘ବେସରମ ରଙ୍ଗ’ ଗୀତ ହିନ୍ଦୁ ଭାବନାକୁ ଆଘାତ ଦେଇଛି। ଧାର୍ମିକ ଭାବନାକୁ ଆଘାତ ଦେଇଥିବାରୁ ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଛି।  ଶାହରୁଖ ,ଦୀପିକା, ଆଦିତ୍ୟ ଚୋପ୍ରା, ଜନ୍ ଆବ୍ରାହିମ୍ ଏବଂ ସିଦ୍ଧାର୍ଥ ଆନନ୍ଦଙ୍କ ବିରୋଧରେ ସ୍ଥାନୀୟ କୋର୍ଟରେ ଅଭିଯୋଗ ଦାଖଲ କରିଛନ୍ତି ଓକିଲ ସୁଧୀର ଓଝା । ହିନ୍ଦୁ ସମ୍ପ୍ରଦାୟର ଭାବନାକୁ ଆଘାତ ଦେଇଥିବାରୁ ସୁଧିର ଏଫ୍ଆଇଆରରେ ଏହା ଦର୍ଶାଇଛନ୍ତି। କୁହାଯାଉଛି ଯେ, ଏହି ଗୀତରେ ଦୀପିକା ପିନ୍ଧିଥିବା ଗେରୁଆ ରଙ୍ଗର ବିକିନି ହିନ୍ଧୁ ସାଧୁ ସନ୍ଥ ଓ ଧାର୍ମିକ ଭାବନାକୁ କୁଠାରଘାତ କରିଛି । 

ଏହାବି ପଢନ୍ତୁ : Happy Birthday Riteish Deshmukh: କଳାକାର କି ନିର୍ମାତା ହେବାକୁ ଚାହୁଁ ନ ଥିଲେ ରିତେଶ, ଏହି ପଦବୀ ପାଇଁ ଥିଲା ତାଙ୍କର ଲୋଭ

ନିକଟରେ , ମଧ୍ୟପ୍ରଦେଶ ମନ୍ତ୍ରୀ ଡକ୍ଟର ନରୋତ୍ତମ ମିଶ୍ର ମଧ୍ୟ ଗୀତକୁ ନାପସନ୍ଦ କରିଛନ୍ତି । ଏପରିକି ଯଦି ଫିଲ୍ମକୁ ପୁନଃସମ୍ପାଦିତ ନ କରାଯାଏ ତେବେ ରାଜ୍ୟରେ ଫିଲ୍ମକୁ ନିଷିଦ୍ଧ କରାଯିବ ବୋଲି ସେ କହିଛନ୍ତି । ସେ କହିଛନ୍ତି- ଗୀତରେ ବ୍ୟବହୃତ ହୋଇଥିବା ପୋଷାକ ଅତ୍ୟନ୍ତ କୁତ୍ସିତ ଏବଂ ତୁରନ୍ତ ଏହାକୁ ହଟାଇବା ଦରକାର । ସେପଟେ ସ୍ବାମୀ ଚକ୍ରପାଣି ମହାରାଜ ମଧ୍ୟ ଗୀତର ତୀବ୍ର ବିରୋଧ କରିଛନ୍ତି। ସେନସର ବୋର୍ଡ ବିରୋଧରେ ସେ ଗର୍ଜିଛନ୍ତି। ବେସରମ ଗୀତକୁ ଶିଳ୍ପା ରାଓ, କାରାଲିସା ମୋଣ୍ଟେରିଓ, ବିଶାଳ ଓ ଶେଖର ଗାଇଥିବାବେଳେ ଏକ ଆକର୍ଷଣୀୟ ସ୍ଥାନରେ ଗୀତର ସୁଟିଂ କରାଯାଇଥିଲା । ଗୀତରେ ଦୀପିକା ବିକିନି ପିନ୍ଧିଥିବା ଦେଖାଯାଇଛି। ତେବେ, ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ଯେ, ଗୀତଟି ଡିସେମ୍ବର ୧୨ ରେ ମୁକ୍ତିଲାଭ କରିଥିଲା, ସେହି ଦିନଠାରୁ ଦୀପିକାଙ୍କ କଷ୍ଟ୍ୟୁମକୁ ବିରୋଧ କରାଯିବା ସହ ଗୀତରେ ବୋଲ୍ଡ ଦୃଶ୍ୟକୁ ଘୋର ବିରୋଧ କରାଯାଉଛି । ସିଦ୍ଧାର୍ଥ ଆନନ୍ଦ ଏହି ଚଳଚ୍ଚିତ୍ରର ନିର୍ଦେଶନା ଦେଇଥିବାବେଳେ ଶାହାରୁଖ ଖାଁ, ଦୀପିକା ପଦୁକୋନ ଓ ଜନ ଆବ୍ରାହାମ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ୨୦୨୩ ଜାନୁଆରୀ ୨୫ରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ସ୍ଥିର ହୋଇଛି।