Entertainment News: ପ୍ରଧାନମନ୍ତ୍ରୀଙ୍କ ଭୂମିକାରେ ନଜର ଆସିବେ ବିଗ୍ ବି ଅମିତାଭ୍ ବଚ୍ଚନ(Amitabh bachchan)। ଏହି ଖବରକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ସମଗ୍ର ବିଶ୍ୱରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତିକି ପ୍ରସିଦ୍ଧ ସେତିକି ପ୍ରସିଦ୍ଧ ବଲିଉଡର ଲୋକ ପ୍ରିୟ ଅଭିନେତା ଅମିତାଭ୍ ବଚ୍ଚନ ।ତେଣୁ ଖୁବ୍ ଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର(PM Narendra modi) ମୋଦି ଭୂମିକାରେ ନଜର ଆସି ପାରନ୍ତି ଅମିତାଭ୍ ।


COMMERCIAL BREAK
SCROLL TO CONTINUE READING

ତେବେ ପ୍ରକୃତ କଥା ହେଉଛି ବଲିଉଡ୍ ନିର୍ଦ୍ଦେଶକ ପ୍ରେରଣା ଅରୋରା ପ୍ରଧାନମନ୍ତ୍ରୀ ଜୀବନ କାହାଣୀ ଉପରେ ଏକ ଚଳଚ୍ଚିତ୍ର ପ୍ରସ୍ତୁତ୍ କରିବାକୁ ଯାଉଛନ୍ତି । ସେହି ଚଳଚ୍ଚିତ୍ର ମୁଖ୍ୟ ଭୂମିକାରେ ଅର୍ଥାତ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୂମିକାରେ ଅମିତାଙ୍କ ଅଭିନୟର ଜାଦୁ ଦେଖିଯିବା ନେଇ ଚର୍ଚ୍ଚା ଜୋର ଧରିଛି ।ତେବେ 'ଟଏଲେଟ୍: ଏକ ପ୍ରେମ୍ କଥା' ଏବଂ 'ପରୀ' ଭଳି ସୁପରହିଟ୍ ଚଳଚ୍ଚିତ୍ରର ନିର୍ମାତା ହେଉଛନ୍ତି ନିର୍ଦ୍ଦେଶକ ପ୍ରେରଣା ଆରୋରା । ଏକ ରିପୋର୍ଟ ଅନୁସାରେ ପ୍ରେରଣା ନିଜ ଚଳଚ୍ଚିତ୍ରରେ ସୁପରଷ୍ଟାର ଅମିତାବ୍ ବଚ୍ଚନଙ୍କୁ ନେବାକୁ ଚାହୁଁଛନ୍ତି ।


ସେ କହିଛନ୍ତି ଯେ ସେ ଅମିତାଭ ବଚ୍ଚନଙ୍କୁ ଏହି ଫିଲ୍ମରେ କାଷ୍ଟ କରିବାକୁ ଚାହୁଁଛନ୍ତି କାରଣ ତାଙ୍କ ମତରେ ଅନ୍ୟ କୌଣସି ଅଭିନେତା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚରିତ୍ରକୁ ଏତେ ନିଖୁଣ ଭାବରେ ପ୍ରଦର୍ଶିତ କରି ପାରିବେ ନାହିଁ ଯେତିକି ନିଖୁଣତାର ସହ ବିଗ୍ ବି ଅଭିନେତା ଅମିତାଭ୍ ବଚ୍ଚନ ଏହି ଚରିତ୍ରକୁ ପ୍ରଦର୍ଶିତ କରି ପାରିବେ।


ନରେନ୍ଦ୍ର ମୋଦୀଙ୍କ ବାୟୋପିକରେ କାହାଣୀ ?


ନରେନ୍ଦ୍ର ମୋଦୀଙ୍କ ଜୀବନ ସହ ଜଡ଼ିତ କିଛି ଘଟଣା-ଦୁର୍ଘଟଣା ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ ।ଏଥି ସହ ସେ ପ୍ରଧାନମନ୍ତ୍ରୀ ହେବାର ଯାତ୍ରା ଓ ତାର ପରବର୍ତ୍ତୀ କାହାଣୀ ମଧ୍ୟ ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ । ଦେଶର ଅର୍ଥନୀତିର ବିକାଶ, କୋଭିଡ -୧୯ ମହାମାରୀକୁ ନିୟନ୍ତ୍ରଣ କରିବା ଏବଂ ଦେଶ ବିଦେଶରେ ଭାରତର ମାନ ବଢ଼ାଇବା ଆଦି ବିଭିନ୍ନ ପ୍ରସଙ୍ଗ ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ ।


ତେବେ ମୋଦୀଙ୍କ ଭଳି ପବ୍ଲିକ ଫିଗରଙ୍କ ସମ୍ପର୍କରେ ଲୋକମାନଙ୍କର ଅନେକ ଧାରଣା ରହିଛି ।ତାଙ୍କ ପ୍ରତିନିଧିତ୍ୱକୁ କିଛି ଲୋକ ସକରାତ୍ମକ ଭାବେ ଗ୍ରହଣ କରୁଥିବା ବେଳେ କିଛି ଲୋକ ଏହାକୁ ନକରାତ୍ମକ ଭାବେ ଗ୍ରହଣ କରୁଛନ୍ତି । ଏହାପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଏକ ବାୟୋପିକ୍ ପ୍ରସ୍ତୁତ ହୋଇସାରିଛି । ଯେଉଁଥିରେ ବଲିଉଡ ଅଭିନେତା ବିବେକ ଓବ୍ରୋୟଙ୍କୁ ମୋଦୀଙ୍କ ଭୂମିକାରେ ଦେଖିବାକୁ ମିଳିଛି । ମାତ୍ର ଏହି ଚଳଚ୍ଚିତ୍ର ପ୍ରଚାର ପ୍ରସାର ଅଭାବରୁ ସେତେଟା ଆଖି ଦୁର୍ଶିଆ ହୋଇ ପାରିନାହିଁ ।


Also Read: Symptoms of high cholesterol: ଜାଣନ୍ତୁ, ହାଇ କୋଲେଷ୍ଟ୍ରଲର ପ୍ରାରମ୍ଭିକ ଲକ୍ଷଣ


Milk Price hike: ଖାଉଟିଙ୍କୁ ମହଙ୍ଗା ମାଡ଼, ଏବେ ପୁଣି ବଢ଼ିବ କ୍ଷୀରର ଦାମ୍..