ନୂଆଦିଲ୍ଲୀ : ବଲିଉଡ ଅଭିନେତା ଶାହରୁଖ ଖାନ (Shahrukh Khan) ନିଜ ଅଭିନୟ , ଫିଲ୍ମ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଗୋଟିଏ ମାମଲାକୁ ନେଇ ଶାହରୁଖ ଚର୍ଚ୍ଚା ପରିସରକୁ ଆସିଛନ୍ତି । କିଙ୍ଗ ଖାନଙ୍କ ବିରୋଧରେ ଦାୟର ହୋଇଥିବା ଅପରାଧ ମାମଲକୁ ଗୁଜରାଟ ହାଇକୋର୍ଟ ଖାରଜ କରିଦେଇଛନ୍ତି । ଏହି ମାମଲା ୨୦୧୭ ମସିହାର, ଯେତେବେଳେ ଶାହରୁଖ ନିଜ ଫିଲ୍ମ 'ରଇଜ୍ ' (Raees)ର ପ୍ରମୋସନ ପାଇଁ ଭଦୋଦରା ରେଲୱେ ଷ୍ଟେସନରେ ଅଟକିଥିଲେ ।


COMMERCIAL BREAK
SCROLL TO CONTINUE READING

ଶାହରୁଖଙ୍କୁ ମିଳିଲା ଆଶ୍ୱସ୍ତି


ରଇଜ୍  (Raees)  ଫିଲ୍ମ ୨୦୧୭ରେ ରିଲିଜ ହୋଇଥିଲା । ଅଭିନେତା ଟ୍ରେନ ଯାତ୍ରା ମାଧ୍ୟମରେ ଫିଲ୍ମର ପ୍ରମୋସନ ପାଇଁ  ମୁମ୍ବାଇରୁ ଦିଲ୍ଲୀ ଗସ୍ତ କରିଥିଲେ । ଏହି ସମୟରେ ଗୁଜରାଟର ଭଦୋଦରା ଷ୍ଟେସନରେ ଫ୍ୟାନ୍ସଙ୍କୁ ଭେଟିଥିଲେ ।ଶାହାରୁଖଙ୍କୁ ଦେଖିବା ପାଇଁ ବହୁ ସଂଖ୍ୟାର ଲୋକଙ୍କର ଭିଡ ଜମିଥିଲା। ଏହି ସମୟରେ କିଙ୍ଗ ଖାନ ଲୋକଙ୍କ ଉପରେ   ସ୍ମାଇଲ୍ ବଲ୍ ଏବଂ ଟି-ସାର୍ଟ ଫିଙ୍ଗିଥିଲେ, ଯାହା ପରେ ସେଠାରେ ଥିବା ଫ୍ୟାନ୍ସଙ୍କ ମଧ୍ୟରେ ଲଢେଇ ହୋଇଥିଲା।ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ଲାଠି ଚାର୍ଜ କରିଥିଲା । ଏପରିକି ଦଳା ଚକଟାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ମଧ୍ୟ ଘଟିଥିଲା । ତେବେ ୨୦୧୭ ଫେବୃଆରୀରେ  ସ୍ଥାନୀୟ ନେତା ଜିତେନ୍ଦ୍ର ସୋଲାଙ୍କି ଶାହରୁଖଙ୍କ ବିରୋଧରେ ମାମଲା ଦାୟର କରିଥିଲେ ।


Also Read: କଭି ଇଦ୍ କଭି ଦିୱାଲୀ ; ସାମିଲ ହେଲେ ଆୟୁଷ ଶର୍ମା, ଜଣେ ଫେମସ ଶୋ' ହୋଷ୍ଟଙ୍କ ଏଣ୍ଟ୍ରି ନେଇ ଚର୍ଚ୍ଚା


ବର୍ତ୍ତମାନ ଏହି ମାମଲାରେ ଗୁଜରାଟ ହାଇକୋର୍ଟ ଶାହାରୁଖଙ୍କ ବିରୋଧରେ  ଥିବା ମାମଲାକୁ ଖାରଜ କରିଦେଇଛନ୍ତି।ଦୀର୍ଘ ୫ ବର୍ଷ ପରେ ଶାହରୁଖଙ୍କୁ କୋର୍ଟରୁ ମିଳିଛି ଆଶ୍ୱସ୍ତି ।ଶାହରୁଖଙ୍କ ଫିଲ୍ମ କଥା କହିବାକୁ ଗଲେ ଆସନ୍ତା ବର୍ଷ ରିଲିଜ ହେବ ବହୁ ପ୍ରତିକ୍ଷୀତି ଫିଲ୍ମ ପଠାନ (Pathan) । ଏଥିରେ ଶାହରୁଖଙ୍କ ସହ ଦୀପିକା ପାଦୁକୋନ (Deepika Padukone) ଏବଂ ଜନ ଅବ୍ରାହମ  (John Abraham)ନଜର ଆସିବେ ।ଦୀର୍ଘ ୫ ବର୍ଷ ପରେ ବଡ ପରଦାରେ   ବଲିଉଡର ବାଦଶାହା ଶାହାରୁଖ ଖାନ ନଜର ଆସିବେ । ଆସନ୍ତା ବର୍ଷ ଜାନୁଆରୀ ୨୫ରେ ଏହି ଫିଲ୍ମ ରିଲିଜ ହେବ ବୋଲି ଜଣାପଡ଼ିଛି । ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଫିଲ୍ମରେ ମଧ୍ୟ ଶାହରୁଖ କାମ କରିବା ପାଇଁ ଯାଉଛନ୍ତି ।  ନିକଟରେ ଏହି ଫିଲ୍ମର ଟାଇଟଲ ଆଉ ରିଲିଜ ତାରିଖ ଘୋଷଣା କରାଯିବା ସହ ଏକ ଭିଡିଓ ସେୟାର କରିଥିଲେ ଶାହରୁଖ । ରାଜକୁମାର ହିରାନୀଙ୍କ ଫିଲ୍ମ ଡଙ୍କିରେ ଅଭିନୟ କରିବେ କିଙ୍ଗ ଖାନ ।