କଭି ଇଦ୍ କଭି ଦିୱାଲୀ ; ସାମିଲ ହେଲେ ଆୟୁଷ ଶର୍ମା, ଜଣେ ଫେମସ ଶୋ' ହୋଷ୍ଟଙ୍କ ଏଣ୍ଟ୍ରି ନେଇ ଚର୍ଚ୍ଚା
Advertisement
Article Detail0/zeeodisha/odisha1167508

କଭି ଇଦ୍ କଭି ଦିୱାଲୀ ; ସାମିଲ ହେଲେ ଆୟୁଷ ଶର୍ମା, ଜଣେ ଫେମସ ଶୋ' ହୋଷ୍ଟଙ୍କ ଏଣ୍ଟ୍ରି ନେଇ ଚର୍ଚ୍ଚା

ସଲମାନଙ୍କ ସହ ପୁଣି ଥରେ ସ୍କ୍ରିନ ସେୟାର କରିବେ ଭିଣୋଇ  ଆୟୁଷ । ପ୍ରଥମଥର  ଫ୍ୟାମିଲି ଡ୍ରାମା ଫିଲ୍ମ କରିବାକୁ ସୁଯୋଗ ମିଳିଥିବାରୁ ଖୁସି ଅଛନ୍ତି ଅଭିନେତା । ସଲମାନଙ୍କ ଫିଲ୍ମରେ ଜଣେ ଶୋ' ହୋଷ୍ଟ କରିବେ ଅଭିନୟ ।

କଭି ଇଦ୍ କଭି ଦିୱାଲୀ ; ସାମିଲ ହେଲେ ଆୟୁଷ ଶର୍ମା, ଜଣେ ଫେମସ ଶୋ' ହୋଷ୍ଟଙ୍କ ଏଣ୍ଟ୍ରି ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ସଲମାନ ଖାନଙ୍କ ଫିଲ୍ମ  କଭି ଇଦ୍ କଭି ଦିୱାଲୀ (Kabhi Eid Kabhi Diwali) କୁ ନେଇ ଏବେ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ଫିଲ୍ମ ସମ୍ପର୍କୀତ ନୂଆ ଅପଡେଟ ସାମ୍ନାକୁ ଆସିଛି । ପୁଣି ଥରେ ଆୟୁଷ ଶର୍ମା (Ayush Sharma) ସଲମାନ (Salman Khan)ଙ୍କ ସହ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି ।  । ସଲମାନଙ୍କ ସହ ଆୟୁଷ ପୂର୍ବରୁ ଗୋଟିଏ ଫିଲ୍ମରେ କାମ କରିସାରିଛନ୍ତି ।  ଅନ୍ତିମ-ଦ ଫାଇନାଲ ଟ୍ରୁଥ (Antim-The Final Truth)ରେ ଉଭୟ ଏକାଠି ନଜର ଆସିଥିଲେ । ଏହି ଫିଲ୍ମ ଗତ ବର୍ଷ  ୨୬ ନଭେମ୍ବରରେ ରିଲିଜ ହୋଇଥିଲା । ଏହି ଫିଲ୍ମ   ବକ୍ସ ଅଫିସରେ  ଖାସ୍ ପ୍ରଦର୍ଶନ କରିପାରିନଥିଲା ।କଭି ଇଦ କଭି ଦିୱାଲୀ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଫରହାଦ ସାମଜୀ (Farhad Samji) । ଏହି ଫିଲ୍ମର ପ୍ରଡ୍ୟୁସର ଅଛନ୍ତି ସାଜିଦ ନାଜିୟାଡୱାଲା (Sajid Nadiadwala)।

ଫିଲ୍ମରେ ଆୟୁଷ ସଲମାନ ଖାନଙ୍କ ଭାଇ ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ କାମ କରିବାର ସୁଯୋଗ ପାଇ ଆୟୁଷ ବହୁତ ଖୁସି ଅଛନ୍ତି । ସେ  କହିଛନ୍ତି ରୋମାଣ୍ଟିକ୍ ଡ୍ରାମା ଓ ଆକ୍ସନ ଫିଲ୍ମ କରିସାରିଛନ୍ତି । ପ୍ରଥମଥର ସେ ଫ୍ୟାମିଲି ଡ୍ରାମା କରିବାକୁ ଯାଉଥିବାରୁ ନିଜ ଖୁସି ଜାହିର କରିଛନ୍ତି । ସେ ନୂଆ ନୂଆ ଅଭିନୟ କରିବାକୁ ସବୁବେଳେ ଚେଷ୍ଟା କରନ୍ତି । ସେ କେବେ ଭାବିନଥିଲେ ଯେ ତାଙ୍କୁ ସଲମାନଙ୍କ ସହ  କାମ କରିବା ପାଇଁ ପୁଣିଥରେ ସୁଯୋଗ ମିଳିବ ।ଏହି ଫିଲ୍ମର ରିଲିଜ ଡେଟ୍ ନେଇ କୌଣସି ଘୋଷଣା କରାଯାଇନାହିଁ ।

Also Read: ପୁଣି ବିବାଦୀୟ ବୟାନ ଦେଲେ ରାମ ଗୋପାଲ ବର୍ମା ; କହିଲେ ଉତ୍ତର ଭାରତର ଷ୍ଟାର ଇର୍ଷା କରନ୍ତି

ରିପୋର୍ଟ ଅନୁଯାୟୀ  ଡ୍ୟାନ୍ସର ,ଆକ୍ଟର ଏବଂ ଟିଭି ଶୋ' ହୋଷ୍ଟ ରାଘବ ଜୁଆଲ (Raghav Juyal) ମଧ୍ୟ ଏହି ଫିଲ୍ମରେ କାମ କରିବେ । ଏହି ଫିଲ୍ମରେ ରାଘବଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି ।  ରାଘବ ଏହା ପୂର୍ବରୁ ଅନେକ ଫିଲ୍ମ ଏବଂ ୱେବ ସିରିଜରେ ଅଭିନୟ କରିସାରିଛନ୍ତି । ରାଘବଙ୍କ ଆକ୍ଟିଂ ଆଉ ଶୋ' ହୋଷ୍ଟକୁ ଦର୍ଶକ ପସନ୍ଦ କରନ୍ତି । ତାଙ୍କ ମଜାଳିଆ ଅନ୍ଦାଜରେ ଅନେକ ଫ୍ୟାନ୍ସ  ଫିଦା ହୋଇଯାଆନ୍ତି ।ପୂର୍ବରୁ ଏହି ଫିଲ୍ମରେ ଶ୍ରେୟସ ତଲପଡ଼େ (Shreyas Talpade) ଏବଂ ଅରଶଦ ୱାରସୀ ( Arshad Warsi) କାମ କରୁଥିବା ନେଇ ଶୁଣିବାକୁ ମିଳୁଥିଲା । ଆୟୁଶ ଶର୍ମା ଏବଂ ଅଭିନେତା ଜାହିର ଇକବାଲ (Jaheer Iqbal)ଉଭୟଙ୍କୁ ରିପ୍ଲେସ କରିଥିବା ନେଇ ଚର୍ଚ୍ଚା ହେଉଛି । ଏହା କେତେଦୂର ଠିକ୍ ତାହା ସମୟ ଆସିଲେ ଜଣାପଡ଼ିବ ।ସଲମାନ ଖାନଙ୍କ ଏହି  ଫିଲ୍ମର ସୁଟିଂ  ଖୁବ ଶୀଘ୍ର ଆରମ୍ଭ ହେବ । ଏହି ଫିଲ୍ମକୁ ନେଇ ଫ୍ୟାନ୍ସ ବହୁତ ଉତ୍ସାହିତ ଅଛନ୍ତି । ଦୀର୍ଘ ଦିନ ହେଲା ଏହି ଫିଲ୍ମ ଲାଇମଲାଇଟରେ ଥିଲା । ଫିଲ୍ମର ସୁଟିଂ  ମେ ୧୮ ତାରିଖରୁ ମେ ୩୧ ତାରିଖ ଭିତରେ ଆରମ୍ଭ ହେବ ବୋଲି ଜଣାପଡ଼ିଛି । ଫିଲ୍ମର ପ୍ରି-ପ୍ରଡକସନ କାମ ମଧ୍ୟ ଆରମ୍ଭ ହୋଇଯାଇଛି ।