ନୂଆଦିଲ୍ଲୀ: ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ (Amitabh Bachchan) ବଙ୍ଗଳା 'ପ୍ରତୀକ୍ଷା' (Pratiksha) ଏହାର ସୌନ୍ଦର୍ଯ୍ୟ ଓ ପ୍ରଶଂସକଙ୍କ ଭିଡ଼ ଯୋଗୁଁ ସବୁବେଳେ ଖବରରେ ରହିଆସିଛି । ତେବେ ଏଥର ବିଗ୍ ବିଙ୍କ ଘରକୁ ନେଇ ଏକ ଖରାପ ଖବର ସାମ୍ନାକୁ ଆସୁଛି । ବାସ୍ତବରେ ଆଜିକାଲି ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ (BMC) ଜୁହୁ ଅଞ୍ଚଳରେ ଅବସ୍ଥିତ ଅମିତାଭଙ୍କ ବଙ୍ଗଳାର ପ୍ରଚେରୀ ଭାଙ୍ଗିବାକୁ ପ୍ରସ୍ତୁତ ହେଉଛି ।


COMMERCIAL BREAK
SCROLL TO CONTINUE READING

୨୦୧୭ ରେ ଅମିତାଭଙ୍କୁ ପଠାଯାଇଥିଲା ନୋଟିସ୍
୨୦୧୭ ରେ ଅମିତାଭଙ୍କୁ ବିଏମସି (BMC) ଦ୍ୱାରା ଏକ ନୋଟିସ ପଠାଯାଇଥିଲା, କିନ୍ତୁ ମେଗାଷ୍ଟାର ଏହାର କୌଣସି ପ୍ରତିକ୍ରିୟା ଦେଇନଥିଲେ ।


ଏଭଳି ପରିସ୍ଥିତିରେ ବର୍ତ୍ତମାନ ମୁମ୍ବାଇ ସବର୍ବାନ କଲେକ୍ଟରର ସର୍ଭେ ଅଧିକାରୀମାନଙ୍କୁ ବଙ୍ଗଳା ଭାଙ୍ଗିବା ପାଇଁ ଚିହ୍ନିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୁହାଯାଉଛି ଯେ ଅମିତାଭ ବଚ୍ଚନଙ୍କ ବଙ୍ଗଳାର ପ୍ରଚେରୀକୁ ସନ୍ଥ ଦୀନେଶ୍ୱର ମାର୍ଗକୁ ପ୍ରଶସ୍ତ କରିବା ପାଇଁ ଭାଙ୍ଗି ଦିଆଯିବ ।



ରାସ୍ତାକୁ ପ୍ରଶସ୍ତ କରିବାକୁ ଚାହୁଁଛି ବିଏମସି 
ସୂଚନାଯୋଗ୍ୟ ଯେ ଏହି ଅଞ୍ଚଳରେ ଅମିତାଭ ବଚ୍ଚନଙ୍କ ଆହୁରି ୩ ଟି ବଙ୍ଗଳା ଅଛି । ଏଥି ସହିତ ସନ୍ଥ ଦୀନେଶ୍ୱର ମାର୍ଗର ମୋଟେଇ ମାତ୍ର ୪୫ ଫୁଟ, କିନ୍ତୁ ବିଏମସି ଏହାକୁ ୬୦ ଫୁଟକୁ ପ୍ରଶସ୍ତ କରିବାକୁ ଚାହୁଁଛି । ଯାହାଦ୍ୱାରା ଏହି ରାସ୍ତାରେ ଘଟୁଥିବା ଜାମକୁ ଏଡ଼େଇ ଦିଯାଇପାରିବ । ବର୍ତ୍ତମାନ ଅମିତାଭ ବଚ୍ଚନ ଓ ବ୍ୟବସାୟୀ ସତ୍ୟମୂର୍ତ୍ତିଙ୍କ ବଙ୍ଗାଳା ଏହି କାମ ମଝିରେ ଆସୁଛନ୍ତି ।


ଅଧିକ ପଢ଼ନ୍ତୁ: ଭଲ ଖବର! ଜନ ଧନ ଆକାଉଣ୍ଟଧାରୀଙ୍କୁ ମିଳିବ ୧.୩ ଲକ୍ଷ ଟଙ୍କା, ଜାଣନ୍ତୁ କିପରି?
 
କେବଳ ବାକିଅଛି ଏହି ଘର
ତେବେ ସତ୍ୟମୂର୍ତ୍ତି ଯେତେବେଳେ ନୋଟିସ ପାଇଲେ ସେ କୋର୍ଟକୁ ସ୍ଥାନାନ୍ତର କରିଥିଲେ । ଏହା ପରେ ବିଏମସି ସ୍ଥଗିତାଦେଶ ପାଇବା ମାତ୍ରେ ଏହାର କାର୍ଯ୍ୟ ବନ୍ଦ କରିଦେଲା । ଗତ ବର୍ଷ କୋର୍ଟ ମଧ୍ୟ ସ୍ଥଗିତାଦେଶ ପ୍ରତ୍ୟାହାର କରିଥିଲେ । ଏହା ପରେ ହିଁ ବିଏମସି ସତ୍ୟମୂର୍ତ୍ତିଙ୍କ ବଙ୍ଗଳାକୁ ଭାଙ୍ଗି ଦେଇଥିଲା । ବର୍ତ୍ତମାନ ଅମିତାଭଙ୍କ ବଙ୍ଗଳା ବାକି ଅଛି ।