Shaitaan Box Office: ଲୋକମାନେ ପ୍ରାୟତଃ ଭୂତ ଚଳଚ୍ଚିତ୍ର ଦେଖିବାକୁ ପସନ୍ଦ କରନ୍ତି ଏବଂ ଏହି କ୍ରମରେ ଫିଲ୍ମ 'ସୈତାନ' ମାର୍ଚ୍ଚ ୮ରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନ୍ ଏବଂ ଆର ମାଧବନଙ୍କ ଯୋଡି ଲୋକଙ୍କୁ ବହୁତ ଆକର୍ଷିତ କରିଛି । ଫିଲ୍ମ ରିଲିଜ ହେବାର ଏକ ସପ୍ତାହ ବିତିଗଲାଣି ଏବଂ ଫିଲ୍ମଟି ଶହେ କୋଟି ଟଙ୍କା କ୍ଲବରେ ମିଶିବା ନେଇ ମାତ୍ର କେଇ ଇଞ୍ଚ୍ ଦୂରରେ ରହିଛି। ହରର ଚଳଚ୍ଚିତ୍ର 'ସୈତାନ' ବର୍ତ୍ତମାନ ବକ୍ସ ଅଫିସରେ ବେଶ୍ ଧମାଲ କରୁଛି । ଏହି ଚଳଚ୍ଚିତ୍ର ଅଜୟ ଦେବଗନଙ୍କ ଫିଲ୍ମ 'ଦ୍ରିଶ୍ୟମ'ର ରେକର୍ଡ ଭାଙ୍ଗିଛି।


COMMERCIAL BREAK
SCROLL TO CONTINUE READING

ଫ୍ୟାନ୍ସ ମାନେ 'ସୈତାନ' କୁ ବେଶ୍ ପସନ୍ଦ କରୁଛନ୍ତି, ଏହାର କାରଣ ହେଉଛି ଏହାର କଲେକସନ୍ ବି ବେଶ୍ ଦ୍ରୁତ ଗତିରେ ଅଗ୍ରଗତି କରୁଛି । ଏହି ସମୟରେ 'ସୈତାନ'ର ଷଷ୍ଠ ଦିନର ଇନକମ ରେକର୍ଡ ପ୍ରକାଶ ପାଇଛି। ଆସନ୍ତୁ ଜାଣିବା ଯେ ବୁଧବାର ଦିନ ଏହି ଭୟାନକ ଥ୍ରୀଲର କେତେ ଇନକମ କରିଛି ଏବଂ କେଉଁ ଦୃଷ୍ଟିରୁ ଏହା 'ଦ୍ରିଶ୍ୟମ'ର ରେକର୍ଡ ଭାଙ୍ଗିଛି। ସାକନିଲ୍କଙ୍କ ରିପୋର୍ଟ ଅନୁଯାୟୀ,' ସୈତାନ 'ପ୍ରଥମ ଦିନରେ ୧୪.୭୫ କୋଟି ଟଙ୍କା ଆୟ କରିଥିଲା। ଦ୍ୱିତୀୟ ଦିନରେ ୧୮.୭୫ କୋଟି, ତୃତୀୟ ଦିନରେ ୨୦.୫ କୋଟି, ଚତୁର୍ଥ ଦିନରେ ୭.୨୫ କୋଟି ଏବଂ ପଞ୍ଚମ ଦିନରେ ୬.୫ କୋଟି ଟଙ୍କା ରୋଜଗାର କରିଛି।ବର୍ତ୍ତମାନ ଷଷ୍ଠ ଦିନର ପ୍ରାରମ୍ଭିକ ଆକଳନ ବାହାରିଛି, ଯାହା ଅନୁଯାୟୀ ଫିଲ୍ମ ଏପର୍ଯ୍ୟନ୍ତ୬.୨୫ କୋଟି ଟଙ୍କା ବ୍ୟବସାୟ କରିଛି। ଏହି କଲେକ୍ସନ ପରେ 'ସୈତାନ' ଘରୋଇ ବକ୍ସ ଅଫିସରେ ମୋଟ ୭୪.୦୦ କୋଟି ଟଙ୍କା ଆୟ କରିଛି ।


ବଲିଉଡ ଫିଲ୍ମ 'ସୈତାନ' ୱାର୍ଲଡ ୱାଇଡ ରେ ଭଲ ରୋଜଗାର କରୁଛି । ଏହି ଫିଲ୍ମ ଏପର୍ଯ୍ୟନ୍ତ ୯୬ କୋଟି ଟଙ୍କା ରୋଜଗାର କରିଛି। ଏହାର ଅର୍ଥ ହେଉଛି ଶହେ କୋଟି ଟଙ୍କା କ୍ଲବରେ ଯୋଗଦେବା ପାଇଁ ଫିଲ୍ମଟି ଆଉ କିଛି ଇଞ୍ଚ ଦୂରରେ । ବିଶ୍ୱାସ କରାଯାଏ ଯେ ଆଜି ଅର୍ଥାତ୍ ସପ୍ତମ ଦିନରେ ଫିଲ୍ମଟି ଶହେ କୋଟି ଟଙ୍କାର କ୍ଲବରେ ସାମିଲ ହୋଇଯିବ। ଏହା ସହ ଅଜୟ ଦେବଗନ୍ ତାଙ୍କ ଫିଲ୍ମ 'ଦ୍ରିଶ୍ୟମ୍'ର ରେକର୍ଡ ଭାଙ୍ଗିଛନ୍ତି। ପ୍ରକୃତରେ, ୨୦୧୫ ମସିହାରେ, କ୍ରାଇମ ଥ୍ରୀଲର ଚଳଚ୍ଚିତ୍ର 'ଦ୍ରିଶ୍ୟମ୍' ରିଲିଜ୍ ହୋଇଥିଲା, ଯାହାକୁ ଲୋକମାନେ ବହୁତ ପସନ୍ଦ କରିଥିଲେ ।ଘରୋଇ ବକ୍ସ ଅଫିସରେ 'ଦ୍ରିଶ୍ୟମ' ଲାଇଫ ଟାଇମ ସଂଗ୍ରହ ୬୭.୧୪ କୋଟି ଟଙ୍କା ଥିଲା। ଏଥି ସହିତ, 'ସୈତାନ' ମାତ୍ର ୬ ଦିନ ମଧ୍ୟରେ ଏହାଠାରୁ ଅଧିକ ରୋଜଗାର କରି ଏହି ରେକର୍ଡ ଭାଙ୍ଗିଛି।


ଅଜୟ ଦେବଗାନଙ୍କ 'ସୈତାନ' ହେଉଛି ଏକ ଅଭିଭାବକଙ୍କ କାହାଣୀ, ଯାହାଙ୍କ ଝିଅକୁ ଜଣେ ଅଜଣା ବ୍ୟକ୍ତି ନିଜ ଅଧିନରେ କାବୁ କରିଥାଏ। ତା’ପରେ ସେ ଇସାରାରେ ସବୁ କାମ କରିବା ଆରମ୍ଭ କରିଥାଏ। ଫିଲ୍ମରେ ଆର ମାଧବନଙ୍କ ଭିଲେନ  ଲୁକ୍ ସହ କ୍ୟାରେକ୍ଟରକୁ ଖୁବ ପସନ୍ଦ କରିଛନ୍ତି ଫ୍ୟାନ୍ସ ମାନେ। ସେପଟେ ସାଉଥ ଅଭିନେତ୍ରୀ ଜ୍ୟୋତିକା ଏବଂ ଗୁଜୁରାଟୀ ଅଭିନେତ୍ରୀ ଜାନକୀ ବୋଦିୱାଲା ମଧ୍ୟ ଏହି ଫିଲ୍ମରେ ଏକ ଚମତ୍କାର ଅଭିନୟ କରିଛନ୍ତି। ବିକାଶ ବାହଲଙ୍କ ନିର୍ଦ୍ଦେଶିତ ଗୁଜୁରାଟୀ ଚଳଚ୍ଚିତ୍ର 'ୱଶ୍'ର ହିନ୍ଦୀ ରିମେକ୍ ହେଉଛି ‘ସୈତାନ’।


Also Read: 


18 OTT Platform Block: ଆଉ ଦେଖିପାରିବେନି ଫିଲ୍ମ ଓ ସିରିଜ୍ ! ବନ୍ଦ ହେଲା ୧୮ ଟି ଓଟିଟି ପ୍ଲାଟଫର୍ମ