ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ (Deepika Padukone) ପ୍ରାୟ ସମୟରେ ଲାଇମଲାଇଟରେ ରୁହନ୍ତି । କେବଳ ଅଭିନୟ ନୁହେଁ ବରଂ ନିଜ ଷ୍ଟାଇଲିସ୍ ଅନ୍ଦାଜ ପାଇଁ ସେ ବେଶ ଜଣାଶୁଣା  । କାନ୍ସ ୨୦୨୨ ୧୭ ତାରିଖରୁ (Cannes 2022) ଆରମ୍ଭ ହୋଇଯାଇଛି  । ରେଡ୍ କାର୍ପେଟ୍ ରେ ହଲିଉଡରୁ ନେଇ ବଲିଉଡ ପର୍ଯ୍ୟନ୍ତ ଅନେକ ଷ୍ଟାର ସାମିଲ ହୋଇଛନ୍ତି । ରେଡ୍ କାର୍ପେଟରେ ଅଭିନେତ୍ରୀ ଦୀପିକା ପାଦୁକୋନ ନିଜ ଅନ୍ଦାଜରେ କୋଟି କୋଟି ଦର୍ଶକଙ୍କୁ ଦିୱାନା ବନାଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ଫ୍ରାନ୍ସରେ ଦୀପିକାଙ୍କ ଜଲୱା


ଏହି ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ କିଛି ଫଟୋ ସେୟାର କରିଛନ୍ତି । ଯାହା ଉପରୁ ନଜର ହଟାଇବା ମୁସ୍କିଲ ହୋଇଯାଇଛି ।ଏହି  ଫଟୋରେ ବହୁତ ସୁନ୍ଦର ଏବଂ ଷ୍ଟନିଂ ଲାଗୁଛନ୍ତି । ଯେତେବେଳେ ଦୀପିକା (Deepika Padukone) କାନ୍ସ(Cannes 2022)ର ରେଡ୍ କାର୍ପେଟରେ ପହଞ୍ଚିଥିଲେ , ସେତେବେଳେ ସମସ୍ତଙ୍କ ନଜର ତାଙ୍କ ଉପରେ ଅଟକି ରହିଥିଲା । ସେ ରେଡ୍ କାର୍ପେଟରେ ଗୋଲ୍ଡେନ ଆଉ ବ୍ଲାକ ସିମରି ଶାଢୀ ପିନ୍ଧିଥିଲେ ।


Also Read: ବଲିଉଡରେ ଡେବ୍ୟୁ କରିବେ ଗବ୍ବର


ବ୍ଲାକ-ଗୋଲ୍ଡେନ ଶାଢୀରେ ଚମକିଲେ ବଲିଉଡର ଡିମ୍ପଲ କୁଇନ୍


ଦୀପିକାଙ୍କ ଏହି ଶାଢୀ ଫେମସ ଡିଜାଇନର ସବ୍ୟସାଚୀ (Sabyasachi) ଡିଜାଇନ କରିଥିଲେ । ଯାହାର ଚର୍ଚ୍ଚା ଏବେ ସବୁଠି କରାଯାଇଛି । ଦୀପିକାଙ୍କ ଏହି ଟ୍ରାଡିସନାଲ ଲୁକ୍ ର ପ୍ରଶଂସା ସମସ୍ତେ କରିଛନ୍ତି । ଏହି ଲୁକକୁ କମ୍ପ୍ଲିଟ୍ କରିବା ପାଇଁ ସେ ସ୍ମୋକି ମେକଅପ୍ କରିଥିଲେ । ଏଥିସହିତ ଗୋଲ୍ଡେନ ଇୟରରିଂ ମଧ୍ୟ ପିନ୍ଧିଥିଲେ ।


ଭାଇରାଲ ହେଉଛି ଦୀପିକାଙ୍କ ଫଟୋ


କ୍ୟାମେରା ସାମ୍ନାରେ ଗୋଟିଏ ପରେ ଗୋଟିଏ ସୁନ୍ଦର ପୋଜ୍ ଦେଇଥିଲେ ଦୀପିକା । ଯାହାକୁ ଦେଖି ଫ୍ୟାନ୍ସ ଦିୱାନା ହୋଇଯାଇଛନ୍ତି ।ଏହି ଶାଢୀ ଲୁକ୍ ପୂର୍ବରୁ ଦୀପିକାଙ୍କ ସାର୍ଟ ଆଉ ଟ୍ରାଉଜର ଲୁକ୍ ସାମ୍ନାକୁ ଆସିଥିଲା । ଦୀପିକାଙ୍କ ସାର୍ଟ, ଟ୍ରାଉଜରର ଡିଜାଇନ ମଧ୍ୟ ସବ୍ୟସାଚୀ କରିଥିଲେ ।


Also Read: Taarak Mehta Ka Ooltah Chashmah; ଶୋ' ଛାଡ଼ିବେ ଆଉ ଜଣେ ମୁଖ୍ୟ କଳାକାର !


ସାମିଲ ହୋଇଛନ୍ତି ଅନେକ ବଲିଉଡ ସେଲିବ୍ରିଟି


ନୱାଜୁଦ୍ଦିନ ସିଦ୍ଦିକି (Nawazuddin Siddiqui) , ଆର୍ ମାଧବନ (R. Madhavan), ତମନ୍ନା ଭାଟ୍ଟିଆ (Tamanna Bhatia) , ପୂଜା ହେଗଡେ (Pooja Hegde) , ନୟନତାରା (Nayanthara), ଏ. ଆର୍ ରେହମାନ (A. R. Rahman) ପ୍ରମୁଖ ଏହି ଫେଷ୍ଟିଭାଲରେ ସାମିଲ ହୋଇଛନ୍ତି । ବଲିଉଡ ଷ୍ଟାରଙ୍କ ଫଟୋ ଆଉ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।କାନ୍ସରେ ଦୀପିକା ଜୁରୀ ସଦସ୍ୟ ଭାବେ ଭାରତକୁ ପ୍ରତିନିଧିତ୍ୱ କରୁଛନ୍ତି । ଦୀପିକା ପାଦୁକୋନ ଜୁରୀ ସଦସ୍ୟ ବନିଥିବାରୁ ବହୁତ ଖୁସି ଅଛନ୍ତି । ଏହା ତାଙ୍କ ବ୍ୟକ୍ତିଗତ ବିଜୟ ନୁହେଁ ବରଂ ସବୁ ଭାରତୀୟଙ୍କ ବହୁତ ବଡ଼ ବିଜୟ ବୋଲି କହିଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ ।


ଦୀପିକାଙ୍କ ଫିଲ୍ମ କଥା କହିବାକୁ ଗଲେ ଦୀପିକାଙ୍କ ଆଗାମୀ ଫିଲ୍ମ ପଠାନ୍ (Pathan) ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି । ସେ ଚତୁର୍ଥ ଥର ପାଇଁ ଶାହରୁଖ ଖାନ (Shah Rukh Khan)ଙ୍କ ସହ ସ୍କ୍ରିନ୍ ସେୟାର କରିବାକୁ ଯାଉଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସିଦ୍ଧାନ୍ତ ଆନନ୍ଦ । ଏହି ଫିଲ୍ମରେ ଅଭିନେତା ଜନ ଅବ୍ରାହମ (John Abraham) ମଧ୍ୟ ଅନ୍ୟତମ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମ ଗତ ବର୍ଷ ଜାନୁଆରୀ ୨୫ରେ ରିଲିଜ ହେବ । ଏଥିସହିତ ଫିଲ୍ମ ଫାଇଟରରେ ପ୍ରଥମ ଥର ହ୍ରିତିକ ରୋଶନଙ୍କ ସହ ସ୍କ୍ରିନ୍ ସେୟାର କରିବେ ଦୀପିକା । ଏଥିସହିତ ଆଗାମୀ ସାଉଥ ସୁପରଷ୍ଟାର ପ୍ରଭାସ (Pravas)ଙ୍କ ସହ ମଧ୍ୟ ସ୍କ୍ରିନ ସେୟାର କରିବେ ଦୀପିକା ।