Dadasaheb Phalke Award:  ନୂଆଦିଲ୍ଲୀ: ଚଳିତ ବର୍ଷ ପାଇଁ ଦାଦାସାହେବ ଫାଲକେ ପୁରସ୍କାର ଘୋଷଣା କରାଯାଇଛି। ଅଭିନେତ୍ରୀ ଆଶା ପାରେଖଙ୍କୁ ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯିବ। କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ନିଜେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଆଶା ପାରେଖ ୯୫ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି। ଚଳଚ୍ଚିତ୍ର ଜଗତରେ କଳାକାରଙ୍କ କାର୍ଯ୍ୟକୁ ସମ୍ମାନ ଦେବା ପାଇଁ ଦାଦାସାହେବ ଫାଲକେ ପୁରସ୍କାର ପ୍ରତିବର୍ଷ ଆୟୋଜିତ ହୋଇଥାଏ। 


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ ୭୯ ବର୍ଷିୟ ଆଶା ଆସନ୍ତା ୨ ତାରିଖରେ ତାଙ୍କର ୮୦ତମ ଜନ୍ମବାର୍ଷିକୀ ପାଳନ କରିବେ। ୧୯୪୨ ମସିହା ଅକ୍ଟୋବର ୨ ତାରିଖରେ ଆଶା ଗୁଜୁରାଟରେ ଜନ୍ମ ଗ୍ରହଣ କରିଥିଲେ। ତେବେ ତାଙ୍କ ୧୯୫୨ ମସିହାରୁ ଚଳଚ୍ଚିତ୍ର ଜଗତରେ ସକ୍ରିୟ ରହିଆସିଥିଲେ। ତେବେ ୧୯୯୫ ମସିହାରେ ଆନ୍ଦୋଳନ ସିନେମାରେ ତାଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। 


ଆଶା ପାରେଖ ୯୫ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି। ଆଶା ଜଣେ ଅଭିନେତ୍ରୀ ତଥା ନିର୍ମାତା ଏବଂ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି। ତାଙ୍କୁ ୧୯୯୨ରେ ସମ୍ମାନ ଜନକ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ପୂର୍ବରୁ ସେ ଅନେକ ସମ୍ମାନ ଜନକ ପୁରସ୍କାର ଗ୍ରହଣ କରିସାରିଛନ୍ତି। ୧୯୬୩ ମସିହାରେ ଅଖଣ୍ଡ ସୌଭାଗ୍ୟବତୀଙ୍କ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପାଇଁ ଗୁଜୁରାଟ ରାଜ୍ୟ ପୁରସ୍କାର ପରି। ୧୯୭୧ ରେ ଫିଲ୍ମ କୃତି ପତଙ୍ଗ ପାଇଁ ଫିଲ୍ମଫେୟାର ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ।