Daman: ଓଡ଼ିଆ ସିନେମା ଜଗତରେ ନୂଆ ଇତିହାସ ସୃଷ୍ଟି କରିଛି ଫିଲ୍ମ 'ଦମନ' । ଏହି ଫିଲ୍ମଟି ଦର୍ଶକଙ୍କ ହୃଦୟକୁ ଛୁଇଁଛି । ଓଲିଉଡରେ ଗୋଟିଏ ସମୟ ଏମିତି ଥିଲା, ଯେତେବେଳେ ଦର୍ଶକ ସିନେମା ହଲରୁ ମୁହଁ ଫେରାଉ ଥିଲେ। ଫିଲ୍ମର କାହାଣୀ ଲୋକଙ୍କ ମନକୁ ଯାଉ ନ ଥିଲା। ହେଲେ,'ଦମନ' ରିଲିଜ୍ ହେବା ପର ଠାରୁ ହଲରେ ଲୋକଙ୍କ ଗହଳି ବଢିବାରେ ଲାଗିଛି । ଏପରିକି ଫିଲ୍ମର କଲେକସନ୍ ମଧ୍ୟ ୭୦ କୋଟି ଛୁଇଁଲାଣୀ । ଫିଲ୍ମର ଲୋକପ୍ରିୟତା ଏତେ ବଢିଯାଇଛି ଯେ,ଓଡ଼ିଶାରେ ରିଲିଜ୍ ହେବା ପରେ ଏବେ ଦେଶର ରାଜଧାନୀ ଦଲ୍ଲୀରେ ମଧ୍ୟ ରିଲିଜ୍ ହୋଇଛି।  


COMMERCIAL BREAK
SCROLL TO CONTINUE READING

'ଦମନ' ଓଡ଼ିଆ ସିନେମା ଶିଳ୍ପ ପାଇଁ ଏକ ମାଇଲଖୁଣ୍ଟ କହିଲେ ଅତ୍ୟୁକ୍ତି ହେବ ନାହିଁ । କାହିଁକିନା ୯୫ ଲକ୍ଷ ଟଙ୍କାରେ ତିଆରି ହୋଇଥିବା ସିନେମା ବର୍ତ୍ତମାନ ସୁଧା ସାତ କୋଟି ରୋଜଗାର କରି ସାରିଲାଣି । ଏହି ଫିଲ୍ମ ସାରା ଓଡିଶାରେ ହଇଚଇ ସୃଷ୍ଟି କରିଛି ।  ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି , 'ଦମନ' ର ହିନ୍ଦି ଡବିଂ ଖୁବଶିଘ୍ର ଆରମ୍ଭ ହେବାକୁ ଯାଉଛି । ଏନେଇ ଦମନ ଷ୍ଟାର ବାବୁଶାନ ଓ ତାଙ୍କ ଟିମ୍ ଡବିଂ ପାଇଁ ମୁମ୍ବାଇ ଯାଇଛନ୍ତି । ହିନ୍ଦି ଭାଷାରେ ଆସିବାକୁ ଥିବା ଫିଲ୍ମ 'ଦମନ ' ୪୫୦ ରୁ ୫୦୦ ହଲରେ ରିଲିଜ୍ ହେବ ବୋଲି ଜଣା ପଡିଛି ।  


ଏହାବି ପଢନ୍ତୁ : Daman Review: ଓଡିଆ ଫିଲ୍ମ ଜଗତ ପାଇଁ ସଞ୍ଜୀବନୀ 'ଦମନ'


ଏହାବି ପଢନ୍ତୁ : Amitabh Bachchan: ପ୍ରିୟ ବନ୍ଧୁଙ୍କୁ ହରାଇ ଦୁଃଖରେ ଅମିତାଭ, ଇନଷ୍ଟାରେ ସେୟାର କଲେ ଭାବ ବିହ୍ବଳ ପୋଷ୍ଟ


ଏହାବି ପଢନ୍ତୁ : Actress Sunny Leone: କେରଳ କୋର୍ଟକୁ ଗଲେ ସନି ଲିଓନି, ଜାଣନ୍ତୁ କ'ଣ ରହିଛି ପୂରା ଘଟଣାକ୍ରମ


ନଭେମ୍ବର ୪ ତାରିଖରେ  ଫିଲ୍ମ 'ଦମନ' ରିଲିଜ୍ ହୋଇଥିଲା। ଫିଲ୍ମର ଲିଡ୍ ରୋଲରେ ଅଛନ୍ତି ବାବୁଶାନ୍‌ଙ୍କ ସହ ଦୀପନ୍ବିତ ଦାସ ମହାପାତ୍ର ।  'ଦମନ'କୁ ଯୁବ ନିର୍ଦ୍ଦେଶକ ବିଶାଲ ମୌର୍ଯ୍ୟ ଓ ଦେବୀ ପ୍ରସାଦ ଲେଙ୍କା ନିର୍ଦ୍ଦେଶନା ଦେଇଛନ୍ତି। ଜୀପେନ୍ଦ୍ର ସାମଲ ଫିଲ୍ମକୁ ପ୍ରଯୋଜନା କରିଛନ୍ତି। ଯୁବ ନିର୍ଦ୍ଦେଶକ ଦ୍ବୟ ଆଗରୁ 'ଵିଜୁ ବାବୁ' ଚଳଚ୍ଚିତ୍ର ମାଧ୍ୟମରେ ଅନେକ ପ୍ରଶଂସା ସାଇଁଟି ସାରିଛନ୍ତି । ଜେପି ୱାର୍ଲଡ୍‌ସ୍ମିଥ୍ ଓ ବାପୁ ଗୋସ୍ବାମୀଙ୍କ ରଚିତ ଗୀତଗୁଡ଼ିକୁ ସଂଗୀତରେ ସଜାଇଛନ୍ତି ଗୌରବ ଆନନ୍ଦ ଓ ତାଙ୍କ ଟିମ୍ ମେମ୍ବର। 'ଦମନ' ଏକ ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ। ଚଳଚ୍ଚିତ୍ର ମାଧ୍ୟମରେ ଆଦିବାସୀ ଅଧ୍ୟୁଷିତ, ମାଓ ପ୍ରବଣ ତଥା ବିଚ୍ଛିନ୍ନାଞ୍ଚଳର ଦୈନନ୍ଧୀନ ଜୀବନର ସଂଗ୍ରାମକୁ ଦେଖାଯାଇଛି। ' ଭୁବନେଶ୍ୱରରୁ ଜଣେ ଯୁବ ଡାକ୍ତର ମାଲକାନଗିରି ଯାଇ କିଭଳି ସେଠାକାର ନିଚ୍ଛକ ଜୀବନଶୈଳୀର ପ୍ରେମରେ ପଡ଼ିଛନ୍ତି । ତାହା ହେଉଛି କାହାଣୀର ପ୍ରଚ୍ଛଦପଟ୍ଟ। ମ୍ୟାଲେରିଆ ବିରୁଦ୍ଧରେ ଲଢ଼େଇ କରିବାର ନିଆରା ପ୍ରୟାସ ସିନେମାକୁ ଗତିଶୀଳ କରାଉଛି।  ତେବେ, 'ଦମନ'ର ହିନ୍ଦି ଭର୍ସନ ମଧ୍ୟ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଆଶା ରଖିଛନ୍ତି ଫିଲ୍ମର ପୁରାଷ୍ଟାର କାଷ୍ଟ ।