Actress Sunny Leone: କେରଳ କୋର୍ଟକୁ ଗଲେ ସନି ଲିଓନି, ଜାଣନ୍ତୁ କ'ଣ ରହିଛି ପୂରା ଘଟଣାକ୍ରମ
Advertisement

Actress Sunny Leone: କେରଳ କୋର୍ଟକୁ ଗଲେ ସନି ଲିଓନି, ଜାଣନ୍ତୁ କ'ଣ ରହିଛି ପୂରା ଘଟଣାକ୍ରମ

Actress Sunny Leone: ବଲିଉଡର ବେବିଡଲ୍ ସନି ଲିଓନି । ବୋଲ୍ଡ ଅନ୍ଦାଜ ଓ ହଟନେସ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ସନିଙ୍କ ବିଳାସପୂର୍ଣ୍ଣ ଜୀବନ ବିତାଇଥାନ୍ତି । କିନ୍ତୁ ତାଙ୍କର ବୃତ୍ତିଗତ ଜୀବନ ଅନେକ ସମୟରେ ବିବାଦରେ ଛନ୍ଦି ହୋଇଥାଏ । ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି। 

ସୌଜନ୍ୟ : ସୋସିଆଲ ମିଡିଆ

Actress Sunny Leone: ବଲିଉଡର ବେବିଡଲ୍ ସନି ଲିଓନି । ବୋଲ୍ଡ ଅନ୍ଦାଜ ଓ ହଟନେସ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ସନିଙ୍କ ବିଳାସପୂର୍ଣ୍ଣ ଜୀବନ ବିତାଇଥାନ୍ତି । କିନ୍ତୁ ତାଙ୍କର ବୃତ୍ତିଗତ ଜୀବନ ଅନେକ ସମୟରେ ବିବାଦରେ ଛନ୍ଦି ହୋଇଥାଏ । ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି , ସନି ପୁଣି ଥରେ ଏକ ମାମଲା ପାଇଁ କୋର୍ଟଙ୍କ ଦ୍ବାରସ୍ତ ହୋଇଛନ୍ତି । ସନି, ତାଙ୍କ ସ୍ବାମୀ ଡାନିଏକ ଓ ତାଙ୍କ କମ୍ପାନୀର ଜଣେ କର୍ମଚାରୀଙ୍କ ବିରୋଧରେ ଠକେଇ ମାମଲା ରୁଜୁ ହୋଇଥିବା ଅଭିଯୋଗ ହୋଇଛି । ଏହି ମାମଲାକୁ ରଦ୍ଦ କରିବାକୁ ସେ କେରଳ କୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି।

କେରଳ ହାଇକୋର୍ଟକୁ ଗଲେ ସନି :

ଖବର ଅନୁଯାୟୀ, ସନି ଲିଓନି ତାଙ୍କ ବିରୋଧରେ ହୋଇଥିବା ଏଫଆଇଆରକୁ ରଦ୍ଦ କରିବା ପାଇଁ କେରଳ ହାଇକୋର୍ଟକୁ ଯାଇଛନ୍ତି । ଏଠି, ଆମେ ଆପଣଙ୍କୁ କହି ରଖୁଛୁ ଯେ, ରାଜ୍ୟ ପୋଲିସର କ୍ରାଇମ ବ୍ରାଞ୍ଚ ଶାଖା ଚାରି ବର୍ଷ ପୂର୍ବେ, ସନିଙ୍କ ବିରୋଧରେ ଏକ ଏଫଆଇଆର ପଞ୍ଜୀକୃତ କରିଥିଲା। କେରଳର କୋଜିକୋଡେ (Kozhikode)ରେ ଏକ ମଞ୍ଚ ପ୍ରଦର୍ଶନ ପାଇଁ ସନି ଚୁକ୍ତି କରିଥିଲେ । ହେଲେ ଏହି ଚୁକ୍ତିନାମାରେ ସେ ଉଲ୍ଲଂଘନ କରିଥିବା ଅଭିଯୋଗରେ ଦର୍ଶାଯାଇଛି । ସେପଟେ ଏହି ମାମଲାକୁ ଖଣ୍ତନ କରିଛନ୍ତି ଅଭିନେତ୍ରୀ ।

ଏହାବି ପଢନ୍ତୁ : Krishna Passes Away: ମହେଶ ବାବୁଙ୍କ ମୁଣ୍ଡ ଉପରୁ ଚାଲିଗଲା ପିତାଙ୍କ ହାତ, ତିନି ବର୍ଷରେ ନିଶ୍ଚିହ୍ନ ହେଲା ପୂରା ପରିବାର

ଏହାବି ପଢନ୍ତୁ : Yashoda Box Office Collection: ବକ୍ସ ଅଫିସରେ ଏତିକି କୋଟି କଲେକସନ୍ କଲା 'ୟଶୋଦା'

ସନି ଲିଓନଙ୍କ ଦାବି : 

ବଲିଉଡ ଅଭିନେତ୍ରୀ ସନି ଲିଓନି, ତାଙ୍କ ବିରୋଧରେ ହୋଇଥିବା ଏହି ଅଭିଯୋଗକୁ  ରଦ୍ଦ କରିବାକୁ କୋର୍ଟରେ ଏକ ଆବେଦନ କରିଛନ୍ତି । ଯେଉଁଥିରେ ସେ, ତାଙ୍କ ସ୍ୱାମୀ ଡାନିଏଲ୍ ୱେବର ଏବଂ କର୍ମଚାରୀଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରାଯାଇଛି। ସନି ଏହା ମଧ୍ୟ କହିଛନ୍ତି ଯେ, ଏହି ମାମଲା ପାଇଁ ସେ ବହୁତ ସମୟ ନଷ୍ଟ କରିବା ସହ କଷ୍ଟ ମଧ୍ୟ ସହିଛନ୍ତି । ତାଙ୍କ ବିରୋଧରେ ହୋଇଥିବା ଏହି ମାମଲାରେ କୌଣସି ପ୍ରମାଣ ଏପର୍ଯ୍ୟନ୍ତ ମିଳିନାହିଁ।

ପୁରା ଘଟଣାକ୍ରମ : 

ସୂଚନା ଅନୁସାରେ, ଶୋ’ର ସଂଯୋଜକ ଥିବା ଏର୍ନାକୁଲମ ଜିଲ୍ଲାର ଶିଆସ୍ କୁନହୋହମ୍ମଦ (Shias Kunhumomhamd of Ernakulam district) ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ କ୍ରାଇମବ୍ରାଞ୍ଚ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତାଙ୍କ କହିବାନୁସାରେ, ସନି ଲିଓନି ଏହି ଶୋ’ ପାଇଁ ୩୯ ଲକ୍ଷ ଟଙ୍କା ନେଇଥିଲେ, କିନ୍ତୁ ସେ ଶୋ’କୁ ଆସି ନଥିଲେ କିମ୍ବା ଟଙ୍କା ଫେରସ୍ତ କରିନଥିଲେ। ଏହି ମାମଲାରେ କେବଳ ସନି ଲିଓନି ନୁହେଁ ତାଙ୍କ ସ୍ୱାମୀ ଡାନିଏଲ ଏବଂ ସନିଙ୍କ କମ୍ପାନୀର ଜଣେ କର୍ମଚାରୀ ସୁନୀଲ ରଜନୀଙ୍କ ବିରୋଧରେ ମାମଲା ରହିଛି । ଏହି ମାମଲାକୁ ରଦ୍ଦ କରିବାକୁ ଦାବି କରିଛନ୍ତି ସନି ।