Disha Patani: ବଲିଉଡ ଅଭିନେତ୍ରୀ ଦିଶା ପାଟାନି । ଦିନେ ଦିଶା ଅଭିନେତା ଟାଇଗର ସରାଫଙ୍କ ଗାର୍ଲଫ୍ରେଣ୍ତ ଥିଲେ । ଦିଶାଙ୍କୁ ଦିର୍ଘ ଦିନ ଧରି ଡେଟ୍ କରୁଥିଲେ ଟାଇଗର। କିନ୍ତୁ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି । ଆଉ ପୁଣି ଥରେ ନୂଆ କରି ପ୍ରେମରେ ପଡିଛନ୍ତି ଦିଶା । ଦିଶା ତାଙ୍କ ନୂଆ ବଏଫ୍ରେଣ୍ତ ତାଙ୍କ ଜିମ୍ ଟ୍ରେନର ତଥା ଭଲବନ୍ଧୁ ଆଲେକ୍ସଜାଣ୍ଡାର୍ ଆଲେକ୍ସ ଇଲିକ୍ସ(Aleksandar Alex Ilic)ଙ୍କୁ ଡେଟ୍ କରୁଛନ୍ତି। ଏପରିକି ଉଭୟଙ୍କୁ ଅନେକ ଇଭେଣ୍ଟରେ ମଧ୍ୟ ଦେଖିବାକୁ ମିଳିଛି । 


COMMERCIAL BREAK
SCROLL TO CONTINUE READING

ଗତକାଲି(ଗୁରୁବାର) ଦିଶା ପାଟନୀ ଆଲେକ୍ସଜାଣ୍ଡାରଙ୍କ ସହ ମୋହିତ ରାୟଙ୍କ ପାର୍ଟିରେ ପହଞ୍ଚିଥିଲେ। ଦିଶା ଏକ ବ୍ଲାକ କର୍ଲରର ନେଟ୍ ଫ୍ରଣ୍ଟ କଟ୍ ଡ୍ରେସ ପିନ୍ଧିଥିବାର ନଜର ଆସିଥିଲେ । ଦିଶା ପାଟାନିଙ୍କ ଏହି ଆଉଟଫିଟଟି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହି ପୋଷାକରେ ଦିଶା ବହୁତ ବୋଲ୍ଡ ଲାଗୁଥିଲେ । କିନ୍ତୁ ଏହି ଆଉଟ ଫିଟ୍ ଯୋଗୁଁ ଦିଶା ଫୁଣି ଥରେ ଟ୍ରୋଲ ହୋଇଛନ୍ତି । ଜଣେ ଟ୍ରଲରର୍ସ ଦିଶାଙ୍କ ପୋଷାକକୁ ନେଇ ଲେଖିଥିଲେ ଯେ, ' ବ୍ୟାଙ୍କକର ଗଳି ରାସ୍ତାରୁ ଏହି ସବୁ ଡ୍ରେସ୍ ଦିଶା କିଣିଛନ୍ତି। ଅନ୍ୟପକ୍ଷରେ, ଅନ୍ୟ ଜଣେ ଟ୍ରଲର ଲେଖିଛନ୍ତି ଯେ, ଦିଶା ପାଗଳ ପରି ଦେଖାଯାଉଛନ୍ତି, କେବଳ ତାଙ୍କ କେଶ ଏବଂ ମୁହଁକୁ ଦେଖନ୍ତୁ।' ତୃତୀୟ ଉପଭୋକ୍ତା ଲେଖିଛନ୍ତି ଯେ 'ଟାଇଗର ସରାଫ ନିଶ୍ଚିତ ଭାବରେ ଏହି ଗୀତ ଶୁଣୁଛନ୍ତି, ମୁଁ ଜାଣିବାକୁ ପାଇଛି ଯେ ମୁଁ ଏହାକୁ ଭୁଲ୍ କରିଛି !'


 



ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ଯେ, ଦିଶା ପାଟାନି ଓ ତାଙ୍କ ନୂଆ ପ୍ରେମିକ ଆଲେକ୍ସଜାଣ୍ଡାର୍ ନିକଟରେ ବାଥରୁମରେ ଏକ ବୋଲ୍ଡ ଭିଡିଓ ସୁଟ୍ କରିଥିଲେ। ଏହି ଭିଡିଓରେ ଦିଶା ଏବଂ ଆଲେକ୍ସଜାଣ୍ଡାର୍ କ୍ୟାମେରା ଆଗରେ ଏକାଠି ଠିଆ ହୋଇଥିବା ଦେଖିବାକୁ ମିଳିଥିଲା । ଏବଂ ଏକ ବ୍ୟାକଗ୍ରାଉଣ୍ତ ମ୍ୟୁଜିକ୍ ମଧ୍ୟ ବାଜୁଛି । ଆଲେକ୍ସଜାଣ୍ଡାର୍ ଦିଶାଙ୍କ ପଛରେ ରହି ଡ୍ୟାନ୍ସ କରୁଥିବା ବେଳେ ଦିଶା ମଧ୍ୟ ବୋଲ୍ଡ ଅନ୍ଦାଜରେ ଡ୍ୟାନ୍ସ କରୁଛନ୍ତି । ନିକଟରେ ଆଲେକ୍ସଜାଣ୍ଡାର୍ ଆଲେକ୍ସଙ୍କୁ ଦିଶା ଓ ତାଙ୍କ ମଧ୍ୟରେ ସମ୍ପର୍କ କଣ ଥିବା ନେଇ ପଚରା ଯାଇଥିଲା । ଯେଉଁଥିରେ ମଡେଲ୍ କହିଥିଲେ ଯେ ଦିଶା ତାଙ୍କ ପାଇଁ ପରିବାର ପରି।


ଏହାବି ପଢନ୍ତୁ : Sushant Singh Rajput Suicide Case: ସୁଶାନ୍ତଙ୍କ ମୃତ୍ୟୁ ପାଇଁ ନିଜକୁ ଦାୟୀ କଲେ Amit Sadh, ଅଢେଇ ବର୍ଷ ପରେ ଖୋଲିଲେ ଆତ୍ମହତ୍ୟାର ରହସ୍ୟ


ଏହାବି ପଢନ୍ତୁ : Amitabh Bachchan Wishes Abhishek: ପୁଅ ଆୱାର୍ଡ ପାଇବା ପରେ ଖୁସିରେ ଝୁମିଉଠିଲେ ବିଗ-ବି, ସାବାସୀ ଦେଇ ସେୟାର କଲେ ଭାବପ୍ରବଣ ପୋଷ୍ଟ


ଏହାବି ପଢନ୍ତୁ : Jhoome Jo Pathaan Hit: ବେସରମ ରଙ୍ଗ ପରେ ସୋସିଆଲ ମିଡିଆରେ ନିଆଁ ଲଗାଇଲା 'ପଠାନ୍'ର ସେକେଣ୍ତ ସଙ୍ଗ